ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଅଜଣା ଗାଡି ଧକ୍କାରେ ଜଣେ ମୃତ 

ଅଜଣା ଗାଡି ଧକ୍କାରେ ଜଣେ ମୃତ 

ନବରଙ୍ଗପୁର, ୨୭/୨ – ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ଅଧୀନ ବଡଓଲମା ଗ୍ରାମ ଛକ ନିକଟରେ ସୋମବାର ରାତ୍ରିରେ ମୋଟରସାଇକେଲ ଦୁର୍ଘଟଣା ଘଟି ଜଣଙ୍କର ମୃତ୍ୟୁ ଘଟିଛି | ସୂଚନାଯୋଗ୍ୟ:- କୋଷାଗୁମୁଡା ବ୍ଲକ ଅଧୀନ ଛାଲିପିଟା ଗ୍ରାମର କନି କଲାର (୩୭) ସୋମବାର ପାପଡାହାଣ୍ଡି ବ୍ଲକ ଅଧୀନ ଖୁଟିଗୁଡା ଗ୍ରାମକୁ ନିଜ ବନ୍ଧୁ ଘରକୁ ଯାଇଥିଲେ | ରାତ୍ରିରେ ନିଜ ଘର କୁ ମୋଟର ସାଇକେଲ ନଂ ଓଆର ୨୪- ୧୬୪୭ ଯୋଗେ ଫେରୁଥିବା ବେଳେ ବଡଓଲମା ଗ୍ରାମ ଛକ ନିକଟରେ ବିପରୀତ ଦିଗରୁ ଏକ ଅଜଣା ଗାଡି ସହ ଧକ୍କା ହୋଇଥିଲା | ଫଳରେ କନି ରାସ୍ତା କଡକୁ ଛିଟିକି ପଡି ଆହତ ହୋଇଥିଲେ | କିଛି ସମୟ ପରେ ସେହି ରାସ୍ତାରେ ଯାଉଥିବା ଲୋକେ ଦେଖି ଆମ୍ବୁଲାନ୍ସ ଯୋଗେ ତାଙ୍କୁ ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇଥିଲେ ଏବଂ ତାଙ୍କ ପରିବାର ଲୋକ ଙ୍କୁ ଖବର ଦେଇଥିଲେ | ଚିକିତ୍ସାଧୀନ ଅବସ୍ଥାରେ ବିଳମ୍ବିତ ରାତ୍ରିରେ ତାଙ୍କର ମୃତ୍ୟୁ ଘଟିଥିଲା | ଏନେଇ ମୃତକ ର ବଡ ଭାଇ ଉଦରନ କଲାର ଡାବୁଗାଁ ଥାନାରେ ଏତଲା ଦେଇଥିଲେ | ଉକ୍ତ ଏତଲାକୁ ଭିତ୍ତି କରି ଥାନା ଏଏସଆଇ ଗୋପାଳକୃଷ୍ଣ ହାଲୱା ଡାକ୍ତରଖାନାରେ ପହଞ୍ଚି ଶବ ଜବତ କରିବା ସହ ପଞ୍ଚନାମା କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲେ | ବ୍ୟବଛେଦ ପରେ ଶବ ପରିବାର ଲୋକ ଙ୍କୁ ହସ୍ତାନ୍ତର କରାଯାଇଛି | ଏନେଇ ଥାନା କେସ ନଂ ୪୯/୨୪ ରେ ଏକ ମାମଲା ରୁଜୁ କରାଯାଇଛି |

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ଜିଲ୍ଲା ଆଇନ ସେବା ପ୍ରାଧିକରଣ, ନବରଙ୍ଗପୁର ପକ୍ଷରୁ ବିଶ୍ଵ ପରିବେଶ ଦିବସ, ୨୦୨୬ ପାଳନ 

ଭଞ୍ଜନଗରରେ ୬୯ ଅଭିଯୋଗ ଶୁଣିଲେ ଜିଲ୍ଲାପାଳ 

ବ୍ରହ୍ମପୁର ପାଇଁ ଗର୍ବ: ଶିକ୍ଷୟିତ୍ରୀ ଲକ୍ଷ୍ମୀ ସାହୁଙ୍କୁ ରାଷ୍ଟ୍ରପତିଙ୍କ ପକ୍ଷରୁ ଅବୈତନିକ ଲେଫ୍ଟନାଣ୍ଟ ପଦବୀ ସମ୍ମାନ

Sunil Chandra Nayak

Leave a Comment

error: Content is protected !!