ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବନ୍ଧୁଗାଁ ବ୍ଲକରେ ମୁଖ୍ୟମନ୍ତ୍ରୀ ଭର୍ଚୁଆଲ ମାଧ୍ୟମରେ ମିଶନ ଶକ୍ତିର ମାଆ ମାନଙ୍କୁ ବିନା ସୁଧରେ ୧୦ ଲକ୍ଷ ଋଣ ଓ ଏସ ଏଚ ଜି ଙ୍କୁ ସୁଧ ଟଙ୍କା ଫେରସ୍ତ

ବନ୍ଧୁଗାଁ ବ୍ଲକରେ ମୁଖ୍ୟମନ୍ତ୍ରୀ ଭର୍ଚୁଆଲ ମାଧ୍ୟମରେ ମିଶନ ଶକ୍ତିର ମାଆ ମାନଙ୍କୁ ବିନା ସୁଧରେ ୧୦ ଲକ୍ଷ ଋଣ ଓ ଏସ ଏଚ ଜି ଙ୍କୁ ସୁଧ ଟଙ୍କା ଫେରସ୍ତ

ବନ୍ଧୁଗାଁ ତା ୨୮/୨/୨୪ କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକ ମିନି ଷ୍ଟାଡିୟମର ପଡିଆରେ ଶତାଧିକ ସୟଂ ସହାୟକ ଗୋଷ୍ଠୀର ମାଆ ମାନଙ୍କ ଉପସ୍ଥିତିରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ଦ୍ଵାରା ଭର୍ଚୁଆଲ ମାଧ୍ୟମରେ ମିଶନ ଶକ୍ତି ଙ୍କୁ ବିନା ସୁଧରେ ୧୦ ଲକ୍ଷ ଟଙ୍କା ଋଣ ଓ ସ୍ଵୟଂ ସହାୟକ ଗୋଷ୍ଠୀକୁ ସୁଧ ଫେରସ୍ତ କରିଛନ୍ତି। ଆଜି ମୁଖ୍ୟମନ୍ତ୍ରୀ ମିଶନ ଶକ୍ତି ମହିଳାଙ୍କୁ ଏକ ବଡ ଘୋଷଣା କରିଛନ୍ତି। ଆମ ବନ୍ଧୁଗାଁ ବ୍ଲକର ୧୧୨ ଟି ଏସ ଏଚ୍ ଜି ଙ୍କୁ ୩ ଲକ୍ଷ ୬୭ ହଜାର ୦୫୬ ଟଙ୍କା ସୁଧ ଫେରସ୍ତ କରିଛନ୍ତି। ନୂଆ ଓଡ଼ିଶା ଗଠନ ରେ ମାଆ ମାନଙ୍କ ଯଥେଷ୍ଟ ଅବଦାନ ରହିଛି। ମିଶନ ଶକ୍ତି ଜରିଆରେ ମହିଳା ମାନେ ଉପକୃତ ହେବା ସହ ଅନେକ ପ୍ରକାର ଭଲ କାମ କରୁଛନ୍ତି। ମହିଳା ମାନଙ୍କୁ ସମ୍ମାନ ଓ ଉନ୍ନତି ପାଇଁ ସରକାର ସବୁବେଳେ ଅଗ୍ରାଧିକାର ଦେଇ ଆସିଛି। ଆଗାମୀ ୫ ବର୍ଷ ମଧ୍ୟରେ ପ୍ରତି ପଞ୍ଚାୟତ ସ୍ଥରରେ ମିଶନ ଶକ୍ତି ବଜାର ଖୋଲାଯିବ। ରାଜ୍ୟର ୭୦ ଲକ୍ଷ ମହିଳା ଙ୍କୁ ୭୩୦ କୋଟି ଟଙ୍କାର ଆର୍ଥିକ ସହାୟତା ଦିଆଯିବ ଯାହା ଫଳରେ ମାଆ ୟୁନିଫର୍ମ ଓ ବ୍ଲେଜର କିଣି ପିନ୍ଧିବେ। ମିନି ଷ୍ଟାଡିୟମ ପଡିଆରେ ମିଶନ ଶକ୍ତି ପ୍ରୋଜେକ୍ଟ କୋଡ଼ିନେଟର ବି କେ ପ୍ରଦୀପ କୁମାର ଙ୍କ ଅଧ୍ୟକ୍ଷତା ରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ବିଜେଡି ସଭାପତି ଝିନ୍ନ ହିକକା, ବ୍ଲକ ଅଧ୍ୟକ୍ଷା ଲକ୍ଷ୍ମୀ ମିଣିଆକା ସମ୍ମାନୀତ ଅତିଥି ଭାବେ, ବିଡ଼ିଓ ଅଭିଷେକ ବିଶ୍ୱଜିତ ସେଠୀ, ବ୍ଲକ ବିଜେଡ଼ି ସଭାପତି ବାଲା ନାଗ, ଏସବିଆଇବ୍ୟଙ୍କ ମେନେଜେର,ସି ଡି ପି ଓ ଗୀତାଞ୍ଜଳୀ ମହାରଣା ଏସ ଡି ସି ସଦସ୍ୟ ଲଡୁ ହୁଲୁକା ଓ ଆଲମଣ୍ଡା ପଞ୍ଚାୟତ ସରପଞ୍ଚ ଗୌରୀ ମେଲେକା ,ବି ଏଲ ସି ଚୈତ୍ୟନ ଶଗରିଆ ଓ ସମସ୍ତ ପଞ୍ଚାୟତର ଏମ ବି କେ, ସି ଆର ପି , ଓ ସମସ୍ତ ଏସ ହେଚ୍ ଜି ର ସଭାପତି ଓ ସମ୍ପାଦକ ଉପସ୍ଥିତ ରହି ଥିଲେ। ଏହି କାର୍ଯ୍ୟକ୍ରମରେ ବ୍ଲକ ମିଶନ ଶକ୍ତି ଫେଡ୍ରେଶନର ସଭାପତି ଓ ସମ୍ପାଦିକା ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କୁ ବନ୍ଧୁଗାଁ ବ୍ଲକର ୧୧୨ ଗୋଟି ଏସ ହେଚ ଜି ଙ୍କୁ ସୁଧ ଫେରସ୍ତ,ପୋଷାକ କ୍ରୟ ବାବଦକୁ ଟଙ୍କା ଓ ବିନା ସୁଧରେ ୧୦ ଲକ୍ଷ ଟଙ୍କା ଋଣ ସହାୟତା ଘୋଷଣା କରି ଥିବାରୁ ଧନ୍ୟବାଦ ଅର୍ପଣ କରିଥିଲେ।

ବନ୍ଧୁଗାଁ ରୁ ସଂଜୀବ କୁମାର ବାଙ୍ଗାରି ଙ୍କ ରିପୋର୍ଟ୍ 

Related posts

ଧାନ ପରବର୍ତ୍ତୀ ଚାଷ ର ସଫଳତା ପାଇଁ କୃତଜ୍ଞତା ପତ୍ର

ଶିକ୍ଷାଦାନ ସେବାର ଅନୁପମ ସ୍ଵର ଆଉ ସ୍ୱାକ୍ଷର : ବିଶିଷ୍ଟ ଶିକ୍ଷାବିତ୍ ବିକ୍ରମ କେଶରୀ ନାଥ 

masiha

ଉଦଯାପିତ ହେଲା ସୁନ୍ଦରପୁର ରଜ ମହୋତ୍ସବ

masiha

Leave a Comment

error: Content is protected !!