ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଭଙ୍ଗାବାରି ଠାରେ କଳାହାଣ୍ଡି ଜିଲ୍ଲା ବିଜ୍ଞାନ କେନ୍ଦ୍ର ର ଭିତ୍ତିପ୍ରସ୍ତର 

ଭଙ୍ଗାବାରି ଠାରେ କଳାହାଣ୍ଡି ଜିଲ୍ଲା ବିଜ୍ଞାନ କେନ୍ଦ୍ର ର ଭିତ୍ତିପ୍ରସ୍ତର 

ଭବାନୀପାଟଣା : ତା: 28.02.2024:- ଆଜି ଭବାନୀପାଟଣା ସହର ନିକଟସ୍ଥ ସ୍ଥାନୀୟ ଭଙ୍ଗାବାରୀ ଠାରେ କଳାହାଣ୍ଡି ଜିଲ୍ଲା ବିଜ୍ଞାନ କେନ୍ଦ୍ରର ଭିତ୍ତିପ୍ରସ୍ତର ସ୍ଥାପନ କଲେ ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ । ଏହି ଆନୁକୁଲ୍ୟରେ ଅନୁଷ୍ଟିତ କାର୍ଯ୍ୟକ୍ରମରେ କଳାହାଣ୍ଡି ରାଜ୍ୟସଭା ସାଂସଦ ଶ୍ରୀଯୁକ୍ତ ସୁଜିତ କୁମାର ଏବଂ ଜିଲ୍ଲାପାଳ ପି. ଅନ୍ବେଶା ରେଡ୍ଡୀ ଉପସ୍ଥିତ ଥିଲେ । ମାନ୍ୟବର ମୁଖ୍ୟମନ୍ତ୍ରୀ ୧୧ ଟି ଜିଲ୍ଲାରେ ଜିଲ୍ଲା ବିଜ୍ଞାନ କେନ୍ଦ୍ର ଏବଂ ପ୍ଲାନେଟୋରିଅମ ର ଉଦ୍ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ ଆଭାସୀ ମାଧ୍ୟମରେ କରିଥିଲେ । ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ବିଜ୍ଞାନ ପ୍ରତି ଆଗ୍ରହ ସୃଷ୍ଟି ଓ ଅନୁସନ୍ଧିତା , ବିଜ୍ଞାନ ଓ ବୈଷୟିକ ଜ୍ଞାନ,ବିଜ୍ଞାନର ଲୋକପ୍ରିୟତାକୁ ଜନସାଧାରଣ ଠାରେ ପହଞ୍ଚାଇବା ଏହି ଜିଲ୍ଲା ବିଜ୍ଞାନ କେନ୍ଦ୍ରର ସ୍ଥାପନର ଉଦ୍ଦେଶ୍ୟ । ମୂଖ୍ୟ ମନ୍ତ୍ରୀ ଏହି ଅବସରରେ ଜୟପୁର, ଘଟଗାଁ ଓ ବାରିପଦାରେ ଜିଲ୍ଲା ବିଜ୍ଞାନ କେନ୍ଦ୍ର ପରିସରରେ ପ୍ଲାନେଟୋରିଅମ ର ଲୋକାର୍ପଣ କରିଛନ୍ତି । ବିଜ୍ଞାନ ଓ ବୈଷୟିକ ଯୁଗରେ ଆମ ଓଡିଶାର ଛାତ୍ରଛାତ୍ରୀ ରୂପାନ୍ତରିକରଣ ସ୍କୁଲରେ ପାଠ ପଢି ନିଜର ଦକ୍ଷତାକୁ ବିକାଶ କରିବେ ଓ ବିଜ୍ଞାନ ପ୍ରତି ଆଗ୍ରହ ସୃଷ୍ଟି କରି ଓଡିଶା ବିକାଶର ସହାୟକ ହେବେ । ରାଜ୍ୟସଭା ସଦସ୍ୟ ସୁଜିତ କୁମାର ନିଜ ବକ୍ତବ୍ୟରେ ଉପସ୍ଥିତ ଛାତ୍ରଛାତ୍ରୀ ମାନଙ୍କୁ ଜାତୀୟ ବିଜ୍ଞାନ ଦିବସର ଶୁଭେଚ୍ଛା ଜଣାଇ ୧୧ଟି ଜିଲ୍ଲାରେ ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ନିଆଯାଇଥିବା ଜିଲ୍ଲା ବିଜ୍ଞାନ କେନ୍ଦ୍ରର ସ୍ଥାପନ ପଦକ୍ଷେପକୁ ପ୍ରଶଂସା କରି ପ୍ରଯୁକ୍ତି ବିଦ୍ୟା ଓ ବୈଷୟିକ ଜ୍ଞାନ ଲାଭକରି ଛାତ୍ରଛାତ୍ରୀମାନେ ଓଡିଶାର ତଥା ଦେଶରେ ରାଜ୍ୟର ନାମ ରଖିବେ ବୋଲି ଆଶା ପ୍ରକାଶ କଲେ । 

ଜିଲ୍ଲାପାଳ ପି. ଅନ୍ବେଶା ରେଡ୍ଡୀ ଆଭାଷୀ ରେ ଉପସ୍ଥିତ ମୁଖ୍ୟମନ୍ତ୍ରୀ , ୫ଟି ଅଧ୍ୟକ୍ଷ , ମନ୍ତ୍ରୀ, ବିଧାୟକ ଓ ଛାତ୍ରଛାତ୍ରୀମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପୌରପରିଷଦ ଅଧ୍ୟକ୍ଷା ସଞ୍ଜୁକ୍ତା ବେହେରା , ଅତିରିକ୍ତ ଜିଲ୍ଲାପାଳ ତ୍ରିଲୋଚନ ପାତ୍ର , ଡି.ଇ.ଓ ସୁଶାନ୍ତ ଚୋପଦାର , ଡି.ଆଇ.ପି.ଆର.ଓ ମନୋଜ ବେହେରା , ଶିକ୍ଷା ବିଭାଗର କର୍ମକର୍ତ୍ତା ଓ ଶିକ୍ଷକ ଶିକ୍ଷୟତ୍ରୀ ମାନେ ଉପସ୍ଥିତ ଥିଲେ ।

ମସିହା ନିୟୂଜ୍ ସର୍ଭିସ୍ 

Related posts

ନୂଆପଡ଼ା ଜିଲ୍ଲା ସୀମାନ୍ତ ଖରୀଆର ରୋଡ ଠାରେ ଟ୍ରାଫିକ ପୋଷ୍ଟ ସେବା ଆରମ୍ଭ

Sunil Chandra Nayak

ସଙ୍କଟକାଳୀନ ପ୍ରବାସ ହ୍ରାସ ପାଇଁ ଜିଲ୍ଲା ସ୍ତରୀୟ ସମନ୍ନୟ ବୈଠକ 

Sunil Chandra Nayak

ଉମରକୋଟ ଅନ୍ତର୍ଗତ ବେହେଡା ରେ ଅଲେଖ ମହିମା ଧର୍ମାବଲମ୍ବୀ ମାନଙ୍କ ନୁଆଁଖାଇ ଭେଟଘାଟ ପାଳିତ

Sunil Chandra Nayak

Leave a Comment

error: Content is protected !!