ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆଦିକନ୍ଧ ସମାଜର ୫୩ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ

ଆଦିକନ୍ଧ ସମାଜର ୫୩ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ

ମ.ରାମପୁର,୨୮/୦୨(ମସୀହା)- କଳାହାଣ୍ଡି ଜିଲ୍ଲା ମ. ରାମପୁର ବ୍ଲକ ଆଦିକନ୍ଧ ସମାଜ ତରଫରୁ ଆଜି ଗୌଡ଼କେଲାଠାରେ ୫୩ତମ ବାର୍ଷିକ ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ କଳାହାଣ୍ଡି ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଶିବାଜୀ ମାଝୀ, ମୁଖ୍ୟବକ୍ତା ଭାବେ ଜିଲ୍ଲା ପରିଷଦ ସଦସ୍ୟ ହରିଶଙ୍କର ମାଝୀ, ସମ୍ମାନିତ ଅତିଥି ଭାବେ ଧନସିଂ ମାଝୀ, ପାଟମାଝି ଯୁଜେଷ୍ଟି ମାଝୀ, ଉର୍ଲାଦାନୀ ପଂଚାୟତ ସଭାପତି ସୁଦର୍ଶନ ମାଝୀ, ନୁନପୁର ପଂଚାୟତ ସଭାପତି ବିପ୍ର ମାଝୀ, ମ.ରାମପୁର ପୂର୍ବତନ ସଭାପତି କୁନୁଚରଣ ମାଝୀ, ଗୌଡ଼କେଲା ଜାନୀ ଧନୁର୍ଯ୍ୟ ମାଝୀ, କଳାହାଣ୍ଡି ଯୁବ ସଂଗଠନ ସଭାପତି ଗଜପତି ମାଝୀ ପ୍ରମୁଖ ମଞ୍ଚାସୀନ ଥିଲେ। ମ.ରାମପୁର ପଂଚାୟତ ସଭାପତି କ୍ଷେତ୍ରୀ ମାଝୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଜାନୀ ଶଶୀ ମାଝୀ ଅତିଥି ପରିଚୟ ପ୍ରଦାନ, ମ. ରାମପୁର ସଭାପତି ଦାଶରଥୀ ମାଝୀ ବାର୍ଷିକ ବିବରଣୀ ପାଠ ଓ ମ. ରାମପୁର ଯୁବ ସଂଗଠନ ସଭାପତି ବୈକୁଣ୍ଠ ମାଝୀ ସଭା ପରିଚାଳନା ତଥା ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ବ୍ଲକର ବିଭିନ୍ନ ପଂଚାୟତରୁ ଶତାଧିକ ପୁରୁଷ ଓ ମହିଳା ଯୋଗ ଦେଇଥିଲେ।

ମ.ରାମପୁର ରୁ ପରମାନନ୍ଦ ବିଶିଙ୍କ ରିପୋର୍ଟl

Related posts

ଯାତ୍ରୀବାହୀ ଟ୍ରେନ୍ ଚଳାଚଳ ବିଳମ୍ବ ନେଇ ରାଉରକେଲା ଓକିଲ ସଂଘର ଉଦବେଗ, ପ୍ରତିକାର ଦାବିରେ ଡି ଆର୍ ଏମ୍ ଙ୍କୁ ସ୍ମାରକପତ୍ର ପ୍ରଦାନ

masiha

କୋକସରା ବ୍ଲକ ଅଧ୍ୟକ୍ଷା ଓ ଉପାଧ୍ୟକ୍ଷ ଙ୍କୁ ସମ୍ବର୍ଦ୍ଧନା କଲେ ଜନ ପ୍ରତିନିଧି ଓ ବ୍ଲକ ପ୍ରଶାସନ ଅଧିକାରୀ

masiha

ପଦୋନ୍ନତି ସମୟ ସୀମାରେ କୋହଳ ପାଇଁ ରାୟଗଡ଼ା ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ ତରଫରୁ କୃତଜ୍ଞତା

Sunil Chandra Nayak

Leave a Comment

error: Content is protected !!