ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଦୁଇ ଶହ ପାଞ୍ଚ ଏକର ଜମିକୁ ଶିଳ୍ପ ପ୍ରତିଷ୍ଠା ପାଇଁ,ଜମି ଅଧିଗ୍ରହଣ ପାଇଁ ଜନଶୁଣାଣୀ ଶିବିର ଅନୁଷ୍ଠିତ

ଦୁଇ ଶହ ପାଞ୍ଚ ଏକର ଜମିକୁ ଶିଳ୍ପ ପ୍ରତିଷ୍ଠା ପାଇଁ,ଜମି ଅଧିଗ୍ରହଣ ପାଇଁ ଜନଶୁଣାଣୀ ଶିବିର ଅନୁଷ୍ଠିତ

ବସ୍ତା,28/02 :ବୁଧବାର ସକାଳ ସମୟରେ ବାଲେଶ୍ୱର ଜିଲ୍ଲା ବସ୍ତା ଥାନା ତେନ୍ତୁଳିଆ, ଯୁଣବଳଦା, ବରଡ଼ା ଓ ରେଣୁପଦା ମୌଜାର ଦୁଇଶହ ପାଞ୍ଚ ଏକର ଜମିକୁ ଶିଳ୍ପ ପ୍ରତିଷ୍ଠା ପାଇଁ ମୁକୁଳିଶି ପଞ୍ଚାୟତ ସୀତାପୁର ଖେଳ ପଡିଆରେ ଜନ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି l ଏହି ଶିବିରରେ ଅତିରିକ୍ତ ଜିଲ୍ଲାପାଳ ପ୍ରିୟଦର୍ଶିନୀ ମଲ୍ଲିକ,ଏଲଏଓ ରଘୁନାଥ ଟୁଡୁ,ବସ୍ତା ତହସିଲଦାର ରାଧା ରଞ୍ଜନ ଦାସ,ଇଡକୋ ଡେପୁଟି ମ୍ୟାନେଜର ସ୍ମୃତିରଞ୍ଜନ ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ। ଆଜି ବରଡ଼ା ଓ ରେଣୁପଦା ଗ୍ରାମର ଲୋକଙ୍କୁ ନେଇ ଏହି ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ ହୋଇଥିବା ବେଳେ ଜମିମାଲିକ ମାନେ ନିଜର ଚାଷ ଜମିକୁ ଶିଳ୍ପ ସଂସ୍ଥାକୁ ଦେବାକୁ ଅରାଜି ହୋଇଥିଲେ। ପୂର୍ବରୁ ସୁବର୍ଣ୍ଣରେଖା ବନ୍ଦର ରେଳ ଲାଇନ ନିର୍ମାଣ ନିମନ୍ତେ ଜମି ଅଧିଗ୍ରହଣ ହୋଇଥିବା ବେଳେ ଜମି ମାଲିକ ପରିବାର ସଦସ୍ୟ ଜଣକୁ ଚାକିରି ଦେବା ପାଇଁ ପ୍ରତିଶ୍ରୁତି ଦେଇଥିବା ବେଳେ ପର ମୁହୂର୍ତ୍ତରେ କିଛି ଲୋକଙ୍କୁ କମ୍ପାନୀ ପକ୍ଷରୁ ପ୍ରଶିକ୍ଷଣ ସହିତ ଅନ୍ୟରାଜ୍ୟକୁ ପଠାଇଥିବା ଅଭିଯୋଗ କରିବା ସହିତ ଆମ ଜମି ଆମେ ଦେବୁନାହିଁ ବୋଲି ଲୋକ ଅଭିଯୋଗ କରିଥିଲେ। ଅନ୍ୟ ପକ୍ଷରେ ବସ୍ତାରେ କୌଣସି ଶିଳ୍ପ ସଂସ୍ଥା ନଥିବା ବେଳେ ଦୁଇଶହ ପାଞ୍ଚ ଏକର ଚାଷଜମିରେ ଶିଳ୍ପସଂସ୍ଥା ପ୍ରତିଷ୍ଠା ହେଲେ ସ୍ଥାନୀୟ ବସ୍ତା ଅଞ୍ଚଳର ବିକାଶ ସହିତ ବ୍ୟବସାୟିକ କ୍ଷେତ୍ରରେ ବସ୍ତା ଅଞ୍ଚଳବାସୀ ଙ୍କ ଆର୍ଥିକ ସ୍ଥିତି ସୁଦୃଢ ହେବ ମାତ୍ର ଜମି ହରାଇଥିବା ଜମି ମାଲିକ ମାନଙ୍କ ସ୍ବାର୍ଥ ଦୃଷ୍ଟିରୁ ସେମାନଙ୍କ ପରିବାର ସଦସ୍ୟଙ୍କୁ ଥଇଥାନ କରାଇବା ଦିଗରେ ଧ୍ୟାନ ଦେବା ଉଚିତ ବୋଲି ମୁକୁଳିସି ସରପଞ୍ଚ ଅମିତ୍ କୁମାର ବିଶ୍ୱାଳ ପ୍ରକାଶ କରିଛନ୍ତି।

ବସ୍ତା ରୁ ଜଗତ କୁମାର ଗିରି ଙ୍କ ରିପୋର୍ଟ୍ 

Related posts

କବି ବ୍ରଜନାଥ ବଡ଼ଜେନା ଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ଉତ୍ସବ

Sunil Chandra Nayak

ରାୟଗଡା ବ୍ଲକରେ ଦଶମ ସମିତି ବୈଠକ ଅନୁଷ୍ଠିତ 

masiha

ଜିଲ୍ଲାସ୍ତରୀୟ ବିକାଶ ମେଳା ଉଦଘାଟିତ 

masiha

Leave a Comment

error: Content is protected !!