ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କୁଳିଦା ପଞ୍ଚାୟତରେ ଇଡ଼କୋର ଜମି ଅଧିଗ୍ରହଣ ଜନଶୁଣାଣି ଶିବିରକୁ ପଞ୍ଚାୟତବାସୀଙ୍କ ତୀବ୍ର ବିରୋଧ

“ଚାଷ ଜମିକୁ ଛାଡ଼ି ପଡ଼ିଆ ପଡ଼ିଥିବା ସରକାରୀ ଜମିରେ ଶିଳ୍ପ ପ୍ରତିଷ୍ଠା ହେଉ”

କୁଳିଦା ପଞ୍ଚାୟତରେ ଇଡ଼କୋର ଜମି ଅଧିଗ୍ରହଣ ଜନଶୁଣାଣି ଶିବିରକୁ ପଞ୍ଚାୟତବାସୀଙ୍କ ତୀବ୍ର ବିରୋଧ

ବସ୍ତା ,୨୯।୨: ବସ୍ତା ବ୍ଲକ୍ ଅନ୍ତର୍ଗତ ତେନ୍ତୁଳିଆ, ଯୁଣବଳଦା, ବରଡ଼ା ଓ ରେଣୁପଦା ମୌଜାର ଦୁଇଶହ ପାଞ୍ଚ ଏକର ଘରୋଇ ଜମିକୁ ଶିଳ୍ପ ପ୍ରତିଷ୍ଠା ପାଇଁ ନେବ ଇଡକୋ। ଏଥି ନିମନ୍ତେ ବୁଧବାର ମୁକୁଳିଶି ପଞ୍ଚାୟତର ରେଣୁପଦା ଠାରେ ଜନ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ ହୋଇଥିବା ବେଳେ ବସ୍ତା ବ୍ଲକ୍ ଅନ୍ତର୍ଗତ କୁଳିଦା ପଞ୍ଚାୟତରେ ଜିଲା ପ୍ରଶାସନ ଓ ଏନସିଡ଼ିଏସ୍ ଏବଂ ମନବାଧିକାର ସାମାଜିକ ମଞ୍ଚର ସଞ୍ଚାଳନାରେ ଆୟୋଜିତ ଜମି ଅଧିଗ୍ରହଣ ଜନଶୁଣାଣୀ ଶିବିର ଅନୁଷ୍ଠିତ ଗୁରୁବାର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ଅତିରିକ୍ତ ଜିଲ୍ଲାପାଳ ପ୍ରିୟଦର୍ଶିନୀ ମଲ୍ଲିକ,ଏଲ ଏ ଓ ରଘୁନାଥ ଟୁଡୁ,ବସ୍ତା ତହସିଲଦାର ରାଧା ରଞ୍ଜନ ଦାସ,ଇଡକୋ ଡେପୁଟି ମ୍ୟାନେଜର ସ୍ମୃତିରଞ୍ଜନ ମଲ୍ଲିକ,ଇଡ଼କୋ ଏଡ଼ିସନାଲ ଲ୍ୟାଣ୍ଡ ଅଫିସର ପ୍ରମୁଖ ଉପସ୍ଥିତ ଥିଲେ। ଆଜି କୁଳିଦା ପଞ୍ଚାୟତର ବିଭିନ୍ନ ଗ୍ରାମର ଲୋକଙ୍କୁ ନେଇ ଏହି ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ ହୋଇଥିବା ବେଳେ ଜମି ମାଲିକମାନେ ନିଜର ଚାଷ ଜମିକୁ ଶିଳ୍ପ ସଂସ୍ଥାକୁ ଦେବାକୁ ଅରାଜି ହେବା ସହ ଏହାକୁ ତୀବ୍ର ବିରୋଧ କରିଥିଲେ। ପୂର୍ବରୁ ସୁବର୍ଣ୍ଣରେଖା ବନ୍ଦର ରେଳ ଲାଇନ ନିର୍ମାଣ ନିମନ୍ତେ ଜମି ଅଧିଗ୍ରହଣ ହୋଇଥିବା ବେଳେ ଜମି ମାଲିକ ପରିବାର ସଦସ୍ୟରୁ ଜଣକୁ ଚାକିରି ଦେବା ପାଇଁ ପ୍ରତିଶ୍ରୁତି ଦେଇଥିବା ବେଳେ ପର ମୁହୂର୍ତ୍ତରେ କିଛି ଲୋକଙ୍କୁ କମ୍ପାନୀ ପକ୍ଷରୁ ପ୍ରଶିକ୍ଷଣ ସହିତ ଅନ୍ୟରାଜ୍ୟକୁ ପଠାଇଥିବା ଅଭିଯୋଗ କରିଥିଲେ।ସେହିଭଳି ଜିଲାରେ ଇସ୍ପାତ,ବିର୍ଲା ଓ ବାଲିଆପାଳରେ ଇଡ଼କୋ ଦ୍ବାରା ମଧ୍ୟ ଜମି ଅଧିଗ୍ରହଣ ନାଁରେ ପରିବାର ସଦସ୍ୟରୁ ଜଣକୁ ଚାକିରି ଦେବା ପାଇଁ ପ୍ରତିଶ୍ରୁତି ଦେଇଥିବା ବେଳେ ପର ମୁହୂର୍ତ୍ତରେ ତାହା ପ୍ରତାରଣା ପାଲଟିଥିବା ଗ୍ରାମବାସୀ ଅଭିଯୋଗ କରିଥିଲେ।ଏଣୁ ଚାଷ ଜମିକୁ ଛାଡ଼ି ପଡ଼ିଆ ପଡ଼ିଥିବା ସରକାରୀ ଜମିରେ ଶିଳ୍ପ ପ୍ରତିଷ୍ଠା ହେଉ ବୋଲି ଚାଷୀମାନେ ଅଧିକାରୀଙ୍କୁ ଜଣାଇଥିଲେ।ଆଜିର ବୈଠକର ସବିଶେଷ ତଥ୍ୟ ଉଚ୍ଚ ଅଧିକାରୀଙ୍କୁ ଜଣାଇବୁ ବୋଲି ଅତିରିକ୍ତ ଜିଲ୍ଲାପାଳ ପ୍ରିୟଦର୍ଶିନୀ ମଲ୍ଲିକ ସୂଚନା ଦେଇଛନ୍ତି।

ବସ୍ତା ରୁ ଜଗତ କୁମାର ଗିରି ଙ୍କ ରିପୋର୍ଟ୍ 

Related posts

ବ୍ଲକସ୍ତରୀୟ ବିଜ୍ଞାନ ମେଳା ଓ ବାଲ ବୈଜ୍ଞାନିକ ପ୍ରଦର୍ଶନୀ

Sunil Chandra Nayak

ଟେଲିଫିଲ୍ମ ‘ସେଁର୍‌ରା’ର ଶୁଭ ମହୁରତ

masiha

ଭାଇଜାଗ ଇସ୍ପାତ କାରଖାନାର ଦୁର୍ଘଟଣା ନେଇ ରାଉରକେଲା ମଜଦୁର ସଭାର ଉଦବେଗ ପ୍ରକାଶ

Leave a Comment

error: Content is protected !!