ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଗ୍ରୀଷ୍ମ ପ୍ରଭାବ ଓ ଅଂଶୁଘାତର ମୁକାବିଲା ପାଇଁ ପ୍ରସ୍ତୁତି ବୈଠକ  

ଗ୍ରୀଷ୍ମ ପ୍ରଭାବ ଓ ଅଂଶୁଘାତର ମୁକାବିଲା ପାଇଁ ପ୍ରସ୍ତୁତି ବୈଠକ  

କୋରାପୁଟ :- ଜିଲ୍ଲା ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ଆନୁକୂଲ୍ୟରେ ଶୁକ୍ରବାର ସହୀଦ ଲଖଣ ନାୟକ ମେଡିକାଲ କଲେଜ ପ୍ରାଙ୍ଗଣ ଅଡିଟୋରିୟମ୍ ହଲ୍‌ରେ ଜିଲ୍ଲାପାଳ ପି. ଭି. କିର୍ତ୍ତୀ. ଭାଶନଙ୍କ ଅଧ୍ୟକ୍ଷତାରେ ଗ୍ରୀଷ୍ମ ପ୍ରବାହଜନିତ ପରିସ୍ଥିତିର ସଠିକ ମୁକାବିଲା ନିମନ୍ତେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ବିଭାଗୀୟ ଅଧିକାରୀମାନଙ୍କୁ ନେଇ ପାନୀୟ ଜଳ, ବିଦ୍ୟୁତ, ସ୍ବାସ୍ଥ୍ୟ ସେବା, ଅଗ୍ନିଶମ ସେବା, ବିଦ୍ୟାଳୟ, ପରିବହନ, ପ୍ରାଣୀ ସମ୍ପଦ ବିଭାଗ ଓ ଅନ୍ୟାନ୍ୟ ବିଭାଗର ପଦକ୍ଷେପ ଉପରେ ବିସ୍ତୃତ ଭାବେ ସମୀକ୍ଷା କରିଥିଲେ । ଗ୍ରାମାଞ୍ଚଳରେ ପାନୀୟଜଳ ସମ୍ପର୍କୀୟ ଅଭିଯୋଗ ପାଇବାର ୨୪ ଘଣ୍ଟା ମଧ୍ୟରେ ନଳକୂଅ କାର୍ଯ୍ୟକ୍ଷମ ସହ ଯେଉଁଠି ନଳକୂପର ବ୍ୟବସ୍ଥା ହୋଇପାରୁନାହିଁ, ସେହି ଅଞ୍ଚଳରେ ଟ୍ୟାଙ୍କର ଯୋଗେ ପାନୀୟ ଜଳ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦେଇଥିଲେ। ସେଭଳି ପଞ୍ଚାୟତ, ଏନ୍‌ଏସି, ପୌରପରିଷଦ ଏବଂ ସମସ୍ତ ବିଡିଓ ଜନଗହଳି ଅଞ୍ଚଳରେ ପାନୀୟ ଜଳ ସେବା କେନ୍ଦ୍ର ବା ଜଳଛତ୍ର ଖୋଲିବା, ପିଏଚ୍‌ସି, ସିଏଚସି, ଉପଖଣ୍ଡ ଓ ସଦର ଡାକ୍ତରଖାନାରେ ଅଂଶୁଘାତ ରୋଗୀଙ୍କ ଚିକିତ୍ସା ପାଇଁ ଶୀତ ତାପ ନିୟନ୍ତ୍ରିତ କୋଠରି ବା କୁଲର ବ୍ୟବସ୍ଥା ଯୁକ୍ତ କୋଠରୀର ବ୍ୟବସ୍ଥା, ଯଥେଷ୍ଟ ଓଆର୍‌ଏସ୍ ଏବଂ ଆବଶ୍ୟକୀୟ ଔଷଧ ମହଜୁଦ ରଖିବା ପାଇଁ ସିଡିଏମ୍‌ଓଙ୍କୁ ଦାୟିତ୍ଵ ଦିଆ ଯାଇଥିଲା। ଜିଲ୍ଲା ଶ୍ରମ ଅଧିକାରୀ ସମସ୍ତ ଶ୍ରମିକମାନଙ୍କୁ ଦିନ ୧୧ଟାରୁ ଅପରାହ୍‌ଣ ୩ଟା ପର୍ଯ୍ୟନ୍ତ ଖରାରେ ନିର୍ମାଣ କାର୍ଯ୍ୟ ନ କରିବାକୁ ଗୁରୁତ୍ବ ଆରୋପ କରାଯାଇଥିଲା | ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଣ ଉପରେ ଧ୍ୟାନ ଦେବାକୁ ଟିପିଏସଓଡିଏଲର ନିର୍ବାହୀ ଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା । ସେଭଳି ସମସ୍ତ ଯାତ୍ରୀବାହୀ ବସ୍ ଦିନ ୧୨ଟାରୁ ୩ଟା ପର୍ଯ୍ୟନ୍ତ ରାସ୍ତାରେ ଯାତାୟାତ କରିବେ ନାହିଁ ବୋଲି କୁହାଯାଇଛି I ଅଂଶୁଘାତ ସୂଚନା ପାଇଁ ଜିଲ୍ଲାରେ ଏକ ନିୟନ୍ତ୍ରଣ କକ୍ଷ ଖୋଲା ଯାଇଛି I ଜୀବଜନ୍ତୁଙ୍କ ସୁରକ୍ଷା ଓ ଜଙ୍ଗଲ ସୁରକ୍ଷା ସମ୍ପର୍କରେ ଦୃଷ୍ଟି ଦେବାକୁ ବିଭାଗୀୟ କର୍ତ୍ତୃପକ୍ଷଙ୍କୁ କୁହାଯାଇଛି I ବୈଠକକୁ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରାଜେନ୍ଦ୍ର ମାଝୀ, ପରିଚାଳନା କରିଥିଲେI ଏହି ବୈଠକରେ ଜ଼ିଲ୍ଲା ଜରୁରୀ କାଳୀନ ଅଧିକାରୀ ଶ୍ରୀ ଜ୍ଞାନଜୀତ ତ୍ରିପାଠୀ, ଜ଼ିଲ୍ଲା ଶିକ୍ଷା ଅଧିକାରୀ, କୋରାପୁଟ , ଜିଲ୍ଲା କଲ୍ୟାଣ ଅଧିକାରୀ, କୋରାପୁଟ, ବିଭିନ୍ନ ବ୍ଲକ ଏବଂ ତହସିଲର ଗୋଷ୍ଠୀ ଉନ୍ନୟନ ଅଧିକାରୀ , ତହସିଲଦାର, ଓଡ୍ରାଫ, ଅଗ୍ନିଶମ ଅଧିକାରୀ, ଏବଂ ସ୍ବେଛାସେବୀ ସଂଗଠନର କର୍ମକର୍ତା ମାନଙ୍କ ସମେତ ସମସ୍ତ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ। ବୈଠକରେ ପରିଶେଷରେ ଜରୁରୀ କାଳୀନ ବିଭାଗର (ଡିଆରଆରସି) ଶ୍ରୀ ଅବନୀ କାନ୍ତ ଭୂୟାଁ ଧନ୍ୟବାଦ ଅର୍ପଣ କରିଥିଲେ I

କୋରାପୁଟ ରୁ ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ପ୍ରତିଶୃତି ଭତ୍ତା ୩୦୦୦ଟଙ୍କା ପୂରଣ ପାଇଁ ବିଭାଗୀୟ ମନ୍ତୀଙ୍କୁ ଦାବି ପତ୍ର

Sunil Chandra Nayak

ସମଗ୍ର ହିନ୍ଦୁ ସମାଜ ନର୍ଲା ଶାଖା ପକ୍ଷରୁ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ସ୍ମାରକ ପତ୍ର ପ୍ରଦାନ 

Sunil Chandra Nayak

ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟର ଦିନିକିଆ ଭୂତତ୍ୱ ସମ୍ପର୍କୀତ ପ୍ରଦର୍ଶନୀ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ଦ୍ୱାରା ଉଦ୍‌ଘାଟିତ

masiha

Leave a Comment

error: Content is protected !!