ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମୋବାଇଲ ଫାଟି ନାବାଳକ ଆହତ 

ମୋବାଇଲ ଫାଟି ନାବାଳକ ଆହତ 

ଡାବୁଗାଁ, ୩/୩ (ମ.ନି.ସ.)- ରବିବାର ଅପରାହ୍ନରେ ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ସଦରମହକୁମାସ୍ଥିତ ଜୟନ୍ତୀନଗର ଗ୍ରାମରେ ମୋବାଇଲ ଫାଟି ନାବାଳକ ଆହତ ହୋଇଛନ୍ତି | ସୂଚନାଯୋଗ୍ୟ:- ଡାବୁଗାଁ ବ୍ଲକ ସଦରମହକୁମାସ୍ଥିତ ଜୟନ୍ତୀନଗର ଗ୍ରାମର ଦଶରଥ ଗୌଡ ଙ୍କ ପୁଅ ଭଗବାନ ଗୌଡ (୧୫) ଆଜି ଅପରାହ୍ନ ୪ ଘ. ସମୟରେ ମୋବାଇଲ ଧରି ଖେଳ ପଡିଆରେ ବସି ମୋବାଇଲ ରେ ଖେଳୁଥିଲେ | ଖେଳୁଥିବା ସମୟରେ ହଠାତ ମୋବାଇଲଟି ଫାଟି ଯାଇଥିଲା | ଯାହା ଫଳରେ ନାବାଳକ ର ୨ ହାତ ଓ ୨ ଗୋଡରେ ଗଭୀର ଆଘାତ ଲାଗିଥିଲା | ଖେଳ ପଡିଆରେ ଥିବା ଅନ୍ୟ ପିଲାମାନେ ନାବାଳକର ପରିବାର ଲୋକଙ୍କୁ ଖବର ଦେଇଥିଲେ | ଖବରପାଇ ନାବାଳକର ଭାଇ ଓ ମା ଘଟଣାସ୍ଥଳରେ ପହଞ୍ଚି ନାବାଳକକୁ ଉଦ୍ଧାର କରି ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ | ବର୍ତ୍ତମାନ ସୁଦ୍ଧା ନାବାଳକ ର ଅବସ୍ଥା ଭଲ ଥିବା ସୂଚନା ମିଳିଛି |

ଡାବୁଗାଁରେ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ଅଜଗର ସାପ ଗିଳିଦେଲା ଛେଳିକୁ

masiha

ପଞ୍ଚାୟତ ସ୍ତରିୟ ପରବ ମହତ୍ସବ 

masiha

୫ଟି ଅଧକ୍ଷଙ୍କୁ ଭେଟିଲେ ଜିଲ୍ଲା ପରିଷଦ ଉପ।ଧକ୍ଷ। ସୁଧିରା ମେହେର 

masiha

Leave a Comment

error: Content is protected !!