ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମୋବାଇଲ ଫାଟି ନାବାଳକ ଆହତ 

ମୋବାଇଲ ଫାଟି ନାବାଳକ ଆହତ 

ଡାବୁଗାଁ, ୩/୩ (ମ.ନି.ସ.)- ରବିବାର ଅପରାହ୍ନରେ ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ସଦରମହକୁମାସ୍ଥିତ ଜୟନ୍ତୀନଗର ଗ୍ରାମରେ ମୋବାଇଲ ଫାଟି ନାବାଳକ ଆହତ ହୋଇଛନ୍ତି | ସୂଚନାଯୋଗ୍ୟ:- ଡାବୁଗାଁ ବ୍ଲକ ସଦରମହକୁମାସ୍ଥିତ ଜୟନ୍ତୀନଗର ଗ୍ରାମର ଦଶରଥ ଗୌଡ ଙ୍କ ପୁଅ ଭଗବାନ ଗୌଡ (୧୫) ଆଜି ଅପରାହ୍ନ ୪ ଘ. ସମୟରେ ମୋବାଇଲ ଧରି ଖେଳ ପଡିଆରେ ବସି ମୋବାଇଲ ରେ ଖେଳୁଥିଲେ | ଖେଳୁଥିବା ସମୟରେ ହଠାତ ମୋବାଇଲଟି ଫାଟି ଯାଇଥିଲା | ଯାହା ଫଳରେ ନାବାଳକ ର ୨ ହାତ ଓ ୨ ଗୋଡରେ ଗଭୀର ଆଘାତ ଲାଗିଥିଲା | ଖେଳ ପଡିଆରେ ଥିବା ଅନ୍ୟ ପିଲାମାନେ ନାବାଳକର ପରିବାର ଲୋକଙ୍କୁ ଖବର ଦେଇଥିଲେ | ଖବରପାଇ ନାବାଳକର ଭାଇ ଓ ମା ଘଟଣାସ୍ଥଳରେ ପହଞ୍ଚି ନାବାଳକକୁ ଉଦ୍ଧାର କରି ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ | ବର୍ତ୍ତମାନ ସୁଦ୍ଧା ନାବାଳକ ର ଅବସ୍ଥା ଭଲ ଥିବା ସୂଚନା ମିଳିଛି |

ଡାବୁଗାଁରେ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ଆଦିବାସୀ ଭବନର ଶୁଭ ଉଦ୍ଘାଟନ 

masiha

ରାଜ୍ୟପାଳ ପୁରସ୍କାର ପାଇଲେ ଡେଙ୍ଗ ହାଇସ୍କୁଲ..!!! 

masiha

ରାୟଗଡାରେ ଦ୍ୱିତୀୟ ରାଷ୍ଟ୍ରୀୟ ଲୋକଅଦାଲତ ରେ ୫୫୧୯ ଟି ମାମଲା ଫଇସଲା ହୋଇ ଜୋରିମାନା ବାବଦକୁ ୭୦,୭୯,୩୨୫ ଟଙ୍କା ଆଦାୟ ହୋଇଛି

masiha

Leave a Comment

error: Content is protected !!