ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା

ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା

କଳାହାଣ୍ଡି ଜିଲ୍ଳା ଗୋଲାମୁଣ୍ଡା ବ୍ଳଡ୍ ଅନ୍ତର୍ଗତ ରେଙ୍ଗସାପାଲି ଗ୍ରାମରେ ଥିବା ହାତୀରାମ ଉଚ୍ଚ ବିଦ୍ୟାପୀଠର  ଇଂରାଜୀ ଶିକ୍ଷକ ଶ୍ରୀଯୁକ୍ତ ନାରାୟଣ ପ୍ରସାଦ ମହାନ୍ତିଙ୍କ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ଏହି ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ସଭାଟିକୁ ହାତୀରାମ ଉଚ୍ଚ ବିଦ୍ୟାପୀଠ ଅନୁଷ୍ଠାନର ଆନୁକୂଳ୍ୟରେ ଉଚ୍ଚ ବିଦ୍ୟାପୀଠର ପ୍ରଧାନ ଶିକ୍ଷକ ଓ ଅନୁଷ୍ଠାନର ଅଧ୍ୟକ୍ଷଙ୍କ ଅଧ୍ୟକ୍ଷତାରେ ହାତୀରାମ ଉଚ୍ଚ ବିଦ୍ୟାପୀଠ ପରିସରରେ ଥିବା ସଭା ଗୃହରେ ଅନୁଷ୍ଠିତ ହୋଇଥିଲା

     ଏହି ଅବସରରେ ରେଙ୍ଗସାପାଲି ହାତୀରାମ ଉଚ୍ଚ ବିଦ୍ୟାପୀଠର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ରାଜକିଶୋର ବୁଦ୍ଧିଆ, ବିଶିଷ୍ଟ ଶିକ୍ଷକ ଶ୍ରୀଯୁକ୍ତ ହରେକୃଷ୍ଣ ବିହାରୀ , କିରାଣୀ ଶ୍ରୀଯୁକ୍ତ ଉତ୍ତମ ପଧାନ , ହାତୀରାମ ଉଚ୍ଚ ବିଦ୍ୟାପୀଠ ଅନୁଷ୍ଠାନର ଅଧ୍ୟକ୍ଷ ଶ୍ରୀଯୁକ୍ତ ଅନନ୍ତ କୁମାର ବେହେରା, ପିଅନ ଜଗଦୀଶ ବେମାଲ ଓ ମନୁହର ଗହୀର , ବୁଡ଼ାରଜା ଯୁବ ସାଂସ୍କୃତିକ ଅନୁଷ୍ଠାନ ରେଙ୍ଗସାପାଲିର ସମ୍ପାଦକ ରୁପସିଂହ ନାଏକ , ରେଙ୍ଗସାପାଲି ଗ୍ରାମର ବିଶିଷ୍ଟ ବ୍ୟକ୍ତି ଗୋବର୍ଦ୍ଧନ ଭୋଇ ଓ ଅନେକ ଭଦ୍ରବ୍ୟକ୍ତି, ଉଜ ବିଦ୍ୟାପୀଠର ଅନେକ ପୁରାତନ ଛାତ୍ରଛାତ୍ରୀ ଏବଂ ବର୍ତ୍ତମାନ ଦଶମ ପରୀକ୍ଷା ଦେଉଥିବା ଛାତ୍ରଛାତ୍ରୀ ଓ ନବମ ଶ୍ରେଣୀର ସମସ୍ତ ଛାତ୍ରଛାତ୍ରୀ ସମସ୍ତେ ଉପସ୍ଥିତ ରହି ହାତୀରାମ ଉଚ୍ଚ ବିଦ୍ୟାପୀଠ ରେଙ୍ଗସାପାଲିର ବିଶିଷ୍ଟ ଇଂରାଜୀ ଶିକ୍ଷକ ଶ୍ରୀଯୁକ୍ତ ନାରାୟଣ ପ୍ରସାଦ ମହାନ୍ତିଙ୍କ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ସଭା ପର୍ବକୁ ସାଫଳ୍ୟ ମଣ୍ଡିତ କରିଥିଲେ ଅତି ସୁନ୍ଦର ଭାବରେ ।

ମସିହା ନିୟୂଜ୍ ସର୍ଭିସ୍ 

Related posts

ସିନାପାଲି ଶିକ୍ଷା ବିଭାଗ ତରଫରୁ ରକ୍ତଦାନ ଶିବିର ଅନୁଷ୍ଠିତ  ୭୫ ଜଣ ରକ୍ତଦାତାଙ୍କ ସ୍ବେଚ୍ଛାକୃତ ରକ୍ତଦାନ

Sunil Chandra Nayak

ସଦର ଥାନା ଅଧିକାରୀଙ୍କୁ ଭେଟିଲା ରାଷ୍ଟ୍ରୀୟ ପତ୍ରକାର ସଂଘ 

masiha

ଆଞ୍ଚଳିକ ବ୍ରାହ୍ମଣ ସମିତିର ୧୫ ତମ ବାର୍ଷିକ ଉତ୍ସବ

masiha

Leave a Comment

error: Content is protected !!