ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଓଡିଶା ର ବରପୁତ୍ର ତଥା ଜନନାୟକ ସ୍ବର୍ଗତ ବିଜୁ ପଟ୍ଟନାୟକ ଙ୍କ ଜନ୍ମ ଜୟନ୍ତୀ ଅବସରରେ ପ୍ରଶାନ୍ତ ଙ୍କ ଜନନୀ ସମ୍ପର୍କ ଅଭିଯାନ “ମା ଙ୍କୁ ସମ୍ମାନ ଗାଁ କୁ କାମ “

ଓଡିଶା ର ବରପୁତ୍ର ତଥା ଜନନାୟକ ସ୍ବର୍ଗତ ବିଜୁ ପଟ୍ଟନାୟକ ଙ୍କ ଜନ୍ମ ଜୟନ୍ତୀ ଅବସରରେ ପ୍ରଶାନ୍ତ ଙ୍କ ଜନନୀ ସମ୍ପର୍କ ଅଭିଯାନ “ମା ଙ୍କୁ ସମ୍ମାନ ଗାଁ କୁ କାମ “

 ରାଉରକେଲା : ଓଡିଶା ର ବରପୁତ୍ର ତଥା ଓଡିଶା ର ଜନନାୟକ ସ୍ବର୍ଗତ ବିଜୁ ପଟ୍ଟନାୟକ ଙ୍କ ଜନ୍ମ ଜୟନ୍ତୀ ଅବସରରେ “ମା ଙ୍କୁ ସମ୍ମାନ ଗାଁ କୁ କାମ”ଏହାକୁ ଆଧାର କରି ନବମ ପର୍ଯ୍ୟାୟ ଜନନୀ ସମ୍ପର୍କ ଅଭିଯାନ ର ସଚେତନତା କାର୍ଯ୍ୟକ୍ରମ ର ରଘୁନାଥପଲ୍ଲୀ ନିର୍ବାଚନ ମଣ୍ଡଳୀ ସେକ୍ଟର -୮ ଅଞ୍ଚଳ ର ମା ଭଉଣୀ ମାନଙ୍କୁ ନେଇ ଅନୁଷ୍ଠିତ ହୋଇଯାଇଛି | ଏହି କାର୍ଯ୍ୟକ୍ରମ ରେ ଶତାଧିକ ମହିଳା ଯୋଗଦେବା ସହିତ ପ୍ରାକ୍ତନ ବିଧାୟକ ପ୍ରାର୍ଥୀ ତଥା ସମାଜସେବୀ ପ୍ରଶାନ୍ତ ସେଠୀ ଅତିଥି ଭାବରେ ଯୋଗଦେଇଥିଲେ | ଏହି କାର୍ଯ୍ୟକ୍ରମ ର ମୂଳଲକ୍ଷ୍ୟ ମା ଭଉଣୀ ମାନଙ୍କୁ ସଚେତନତା କରିବା ସହିତ ସରକାର ଙ୍କ ର ଥିବା ବିଭିନ୍ନ ଯୋଜନା ବିଷୟରେ ଅବଗତ କରାଇବା, ଯାହାଫଳରେ ମା ଭଉଣୀ ମାନଙ୍କ ର ଥିବା ନିଜ ନିଜର ବିଭିନ୍ନ ସାମାଜିକ ଏବଂ ବ୍ୟକ୍ତିଗତ ସମସ୍ୟା କୁ ସମାଧାନ କରିପାରିବେ | ସରକାର ଙ୍କ ର ଥିବା ବିଭିନ୍ନ ଯୋଜନା ରେ ମା ଭଉଣୀ ଏବଂ ଜନସାଧାରଣ କିପରି ଉପକୃତ ହୋଇପାରିବେ ସେ ବାବଦରେ ଆଲୋଚନା କରିଥିଲେ | ସରକାର ଙ୍କ ର ଥିବା ଯୋଜନା ଭିତରେ ମା ଭଉଣୀ କିପରି ସ୍ୱାବଲମ୍ବୀ ହୋଇପାରିବେ ସେ ବାବଦରେ ମଧ୍ୟ ମା ଭଉଣୀ ମାନଙ୍କୁ ଶ୍ରୀ ସେଠୀ ଅବଗତ କରାଇଥିଲେ | ଏହି କାର୍ଯ୍ୟକ୍ରମ କୁ ସରିତା ମାଛଖଣ୍ଡ, ବନଲତା ଭୋଲ, ଯୋସ୍ନାରାଣୀ ସାହୁ,ସାବିତ୍ରୀ ନାୟକ ମମତା ସାହୁ,ଅନ୍ନପୂର୍ଣ୍ଣା ନାୟକ, ଅଞ୍ଜଳି ନାୟକ,ସୁପ୍ରଭା ଗୁରୁଙ୍ଗ,ସସ୍ମିତା ସାମଲ, ନିବେଦିତା ପାତ୍ର ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ |

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ସ୍ଥାନ ନିରୂପଣ ନେଇ ଉତ୍ତେଜନା

ଫେବୃଆରୀ ୨ରୁ ରାୟଗଡ଼ାରେ ସୁଭଦ୍ରା ଶକ୍ତି ମେଳା ଅନୁଷ୍ଠିତ ହେବ 

Sunil Chandra Nayak

ଜୁନାଗଡ଼ ରେ ୭୪ ତମ ସାଧାରଣତନ୍ତ୍ର ଦିବସ ପାଳିତ

Sunil Chandra Nayak

Leave a Comment

error: Content is protected !!