ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଇଲେକ୍ଟ୍ରିକ୍ ଲୋକୋ ପିରିଓଡିକାଲ ଓଭରହଲିଙ୍ଗ କାରଖାନାର ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ 

ଇଲେକ୍ଟ୍ରିକ୍ ଲୋକୋ ପିରିଓଡିକାଲ ଓଭରହଲିଙ୍ଗ କାରଖାନାର ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ 

 ନର୍ଲା/ ମସିହା/06/03/24 //  ମଙ୍ଗଳ ବାର ଅପରାହ୍ନ ସମୟରେ ନର୍ଲା ପ୍ଲାଟଫର୍ମରେ ଆୟୋଜିତ ସମାରୋହରେ ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଭାସି ମାଧ୍ୟମରେ ଶିଳାନ୍ୟାସ କରିଛନ୍ତି । ଏକ ବର୍ଣ୍ଣ୍ୟାଢ୍ୟ ପରିବେଶରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ କଳାହାଣ୍ଡି ସାଂସଦ ବସନ୍ତ କୁମାର ପଣ୍ଡା,ସମ୍ମାନିତ ଅତିଥି ଭାବରେ ପଦ୍ମଶ୍ରୀ ପଟ୍ଟାୟତ ସାହୁ,ରେଳ ବିଭାଗର ଏଡିଆରଏମ୍ ଆନନ୍ଦ କୁମାର ସିଂ,ଚିଫ୍ ଇଞ୍ଜିନିୟର କସ୍ଟ୍ରକସନ ଜବଦଲପୁର କେଡି ରାଓ,ଡିଇଏମ୍ ସାଉଥ୍ ନବୀନ ରାଜୁ ପ୍ରମୁଖ ମଞ୍ଚାସୀନ ହୋଇଥିଲେ । ଶିଳାନ୍ୟାସ ସମାରୋହରେ ବିଭିନ୍ନ ବର୍ଗର ଜନସାଧାରଣ ,ମହିଳା ମାନେ ଯୋଗଦାନ କରିଥିଲେ । ସମ୍ବଲପୁର ଡିଭିଜନରେ ଏହି କାରଖାନା ପ୍ରକଳ୍ପର ନିର୍ମାଣ ପ୍ରଥମ ବୋଲି ଅତିଥି ମାନେ ମତବ୍ୟକ୍ତ କରିଥିଲେ । ଏହି କାରଖାନା ପ୍ରତିଷ୍ଠା ହେବାପରେ ଆର୍ଥିକ ଅଭିବୃଦ୍ଧି, ବ୍ୟବସାୟିକ ବିକାଶ,ନିଯୁକ୍ତି ତଥା ସ୍ଥାନୀୟ ଅଞ୍ଚଳର ବିକାଶରେ ଯଥେଷ୍ଠ ସହାୟକ ହେବ ବୋଲି ମଞ୍ଚାସୀନ ଅତିଥି ମାନେ ମତ ପ୍ରକାଶ କରିଥିଲେ । ସାଂସଦ ବସନ୍ତ କୁମାର ପଣ୍ଡାଙ୍କ ସହିତ ଆଲୋଚନା ପର୍ଯ୍ୟାଲୋଚନା କରି ରେଳ ବିଭାଗ ଦ୍ବାରା ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଅତର୍କିତ ଭାବେ ନର୍ଲାରେ ରେଳ କରଖାନା ପ୍ରତିଷ୍ଠା ଭେବାର ଘୋଷଣା ସାଂଗକୁ ଆଜି ଏହାର ଶିଳାନ୍ୟାସକୁ ନେଇ ସ୍ଥାନୀୟ ଅଞ୍ଚଳବାସୀ କୃତ୍ୟକୃତ୍ୟ ଅନୁଭବ କରି ବହୁ ଦିନର ସ୍ବପ୍ନକୁ ମାନ୍ୟବର ପ୍ରଧାନମନ୍ତ୍ରୀ ସାକାର କଲେ ବୋଲି କହୁଥିବା ବେଳେ ବିରୋଧୀ ଏହାକୁ ସହ୍ୟ କରିପାରୁନାହାନ୍ତି । ଆଗକୁ ନିର୍ବାଚନ ଆସୁଥିବା ବେଳେ ସମସ୍ତ ଦଳ ନିଜର ରଣନୀତି ଚଳାଇ ମତଦାତାଙ୍କୁ ପ୍ରଭାବିତ କରିବାକୁ ଚେଷ୍ଟା କରୁଥିବା ବେଳେ ନର୍ଲାରେ ୩୬୮.୭୮ ଲକ୍ଷର ଏହି କାରଖାନା ପ୍ରତିଷ୍ଠା ଜନସାଧାରଣଙ୍କୁ ବେଶ ପ୍ରଭାବିତ କରିଛି ଯାହା ବିରୋଧି ଦଳକୁ ସିଧାସଳଖ ଚାଲେଞ୍ଜ ହୋଈଛି । ଅନ୍ୟ ମାନଙ୍କ ମଧ୍ୟରେ ବିଜେପି କଳାହାଣ୍ଡି ଜିଲ୍ଲା ସଭାପତି ଆର୍ତ୍ତତ୍ରାଣ ମହାପାତ୍ର,ଭାରତ ଦେଓ,ମନ୍ମୟ ଚାନ୍ଦ,କୁମରମଣି ଶବର ଓ ଅନ୍ୟ ନେତୃ ବୃନ୍ଦ ମାନେ ଯୋଗଦାନ କରି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ଅପରାହ୍ନ ୩ଟା ସମୟରେ ଯାଜପୁର ଜିଲ୍ଲା ଚଣ୍ଡିଖୋଳରୁ ପ୍ରଧାନମନ୍ତ୍ରୀ ଆଭାସି ମାଧ୍ୟମରେ ଏହି କାରଖାନାର ଶିଳାନ୍ୟାସ କରିଥିଲେ ।

ଦୀପକ ଠାକୁର ଙ୍କ ରିପୋର୍ଟ୍ 

Related posts

ଅମର୍ଦାରୋଡ ସମବାୟ ସମିତିର ସାଧାରଣ ସଭା

masiha

ବାସିଙ୍ଗିରେ ବାଇକ୍ କାର୍ ମୁହାଁମୁହିଁ; ବାଇକରେ ଥିବା ୩ ଆରୋହୀ ଗୁରୁତର

masiha

ଇନ୍ଦ୍ରାବତୀ ଉଚ୍ଚ ବିଦ୍ୟାଳୟ ର ଶିକ୍ଷାଦାନ ବ୍ୟବସ୍ଥା ସୁଧାର ପାଇଁ ପ୍ରୟାସ 

Sunil Chandra Nayak

Leave a Comment

error: Content is protected !!