ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କାଠଘରା ସରକାରୀ (ଏସ୍.ଏସ୍.ଡି) ଆଶ୍ରମ ବିଦ୍ୟାଳୟ ଠାରେ ପ୍ରଥମ ବାର୍ଷିକ ଉତ୍ସବ – ୨୦୨୪ ପାଳିତ ହୋଇଯାଇଛି

କାଠଘରା ସରକାରୀ (ଏସ୍.ଏସ୍.ଡି) ଆଶ୍ରମ ବିଦ୍ୟାଳୟ ଠାରେ ପ୍ରଥମ ବାର୍ଷିକ ଉତ୍ସବ – ୨୦୨୪ ପାଳିତ ହୋଇଯାଇଛି

ଥୁଆମୂଳ ରାମପୁର:୦୭/୦୩ – (ମନିସ):- କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଳକ ଗୁଣୁପୁର ପଞ୍ଚାୟତ ନିକଟସ୍ଥ କାଠଘରା ସରକାରୀ (ଏସ୍.ଏସ୍.ଡି) ଆଶ୍ରମ ବିଦ୍ୟାଳୟ ଠାରେ ପ୍ରଥମ ବାର୍ଷିକ ଉତ୍ସବ – ୨୦୨୪ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଜନ୍ମେଜୟ ଶବରଙ୍କ ଅଧ୍ଯକ୍ଷତାରେ ଆୟୋଜିତ ପ୍ରଥମ ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥି ଭାବେ ବ୍ଳକ ଅଧ୍ଯକ୍ଷ ଶ୍ରୀଯୁକ୍ତ ଦୟାନିଧି ମାଝୀ, ମୁଖ୍ୟ ବକ୍ତା ଭାବରେ ମାଁ ମାଣିକେଶ୍ବରୀ ପଞ୍ଚାୟତ ସମିତି ଉଚ୍ଚ ମାଧ୍ଯମିକ ବିଦ୍ୟାଳୟ ର ଅଧ୍ଯକ୍ଷ ଶ୍ରୀଯୁକ୍ତ ସତ୍ଯନାରାୟଣ ମୁଣ୍ତଛିନା, ସମ୍ମାନିତ ଅତିଥି ଭାବେ ଶ୍ରୀଯୁକ୍ତ କମଳାକାନ୍ତ ପ୍ରହରାଜ ଶିକ୍ଷା ନିରୀକ୍ଷକ ବିଦ୍ୟାଳୟ ସମୂହ କଳାହାଣ୍ଡି ଜୋନ, ଶ୍ରୀଯୁକ୍ତ ଅଜିତ କୁମାର ନାୟକ ସାଇସୁରୁଣୀ କ୍ଳଷ୍ଟର, ଗୁଣପୁର ସରପଞ୍ଚ ଶ୍ରୀମତୀ ସୁଜାତା ମାଝୀ, ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଶ୍ରୀଯୁକ୍ତ ଅଞ୍ଚଳ ମାଝୀ ପ୍ରମୁଖ ମଞ୍ଚାସୀନ ରହିଥିଲେ। ପ୍ରଥମ ବାର୍ଷିକ ଉତ୍ସବ ଅବସରରେ ସାଂସ୍କୃତିକ କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀ ମାନଙ୍କ ଦ୍ବାରା ବିଭିନ୍ନ ନୃତ୍ୟ,ଗୀତ ପରିବେଷଣ କରାଯାଇଥିଲା। ବାର୍ଷିକ କ୍ରୀଡା ଉତ୍ସବର ବିଭିନ୍ନ ପ୍ରତିଯୋଗିତାରେ ଅଂଶଗ୍ରହଣ କରି କୃତିତ୍ୱ ଲାଭ କରିଥିଲେ ସେହି ଛାତ୍ରଛାତ୍ରୀ ମାନଙ୍କୁ ମଧ୍ୟ ଅତିଥି ମାନଙ୍କ ଦ୍ବାରା ପୁରସ୍କାର ବିତରଣ କରାଯାଇଥିଲା। ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଜନ୍ମେଜୟ ଶବର ଆଶ୍ରମର ବାର୍ଷିକ ବିବରଣୀ ପଠନ କରିଥିବା ବେଳେ ମଞ୍ଚକୁ ସହାଗପୁର ଆଶ୍ରମ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ସଞ୍ଜୀବ କୁମାର ପଣ୍ତା ପରିଚାଳନା କରିଥିଲେ। ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ଓ ବିଦ୍ୟାଳୟର ପରିଚାଳନା କମିଟିର ସଦସ୍ୟ ଙ୍କ ସହଯୋଗରେ ଉତ୍ସବ ଟି ଶାନ୍ତିଶୃଙ୍ଖଳା ଭାବରେ ସମାପନ ହୋଇଥିଲା।

ଥୁଆମୂଳ ରାମପୁର ବ୍ଳକରୁ ବଳଭଦ୍ର ବାଗଙ୍କ ରିପୋର୍ଟ

Related posts

ବାତ୍ୟା ପରେ ବଢ଼ିଲା ନାଳରେ ଭାସିଗଲେ ଗରିବ ଚାଷୀ

masiha

ଜିଲ୍ଲାସ୍ତରୀୟ ବିକାଶ ମେଳା ଉଦଘାଟିତ 

masiha

ସମାଜସେବୀ ପ୍ରଦୀପ ପାଢ଼ୀଙ୍କ ଅକାଳ ବିୟୋଗ

masiha

Leave a Comment

error: Content is protected !!