ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମୋଟେର ଠାରେ ଷୋହଳ ପ୍ରହର ନାମ ଯଜ୍ଞ ପାଇଁ ଭବ୍ୟ କଳସ ଯାତ୍ରା

କୋକସରା,୫/୪- କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ମୋଟେର ଗାଁରେ ଷୋହଳ ପ୍ରହର ଅଖଣ୍ଡ ନାମ ଯଜ୍ଞ ପାଇଁ ଏକ ଭବ୍ୟ କଳସ ଯାତ୍ରା ଅନୁଷ୍ଠିତ ହୋଇଥିଲା । ଗତ ରବିବାର ଶୁଭ ଖମ୍ବ ସ୍ଥାପନ ପରେ ମଙ୍ଗଳବାର ସକାଳେ ଶତାଧିକ ମହିଳା ପୁରୁଷ ଏକତ୍ରିତ ହୋଇ କଳସ ଯାତ୍ରାରେ ସାମିଲ ହୋଇଥିଲେ । ଦୀର୍ଘ ଦୁଇ ବର୍ଷ ପରେ କରୋନା କଟକଣା ସମ୍ପୂର୍ଣ୍ଣ ଭାବେ ଉଠି ଯାଇଥିବାରୁ ଲୋକଙ୍କ ମନରେ ପ୍ରବଳ ଉତ୍ସାହ ଭରି ରହି ଏକ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ମୋଟେର ଗାଁ ପୋଖରୀ ରୁ ପାଣି ଉଠେଇ ଚମ୍ପେଶ୍ୱର ପଡା ଯଜ୍ଞ ସ୍ଥଳୀ ନିକଟକୁ ଏକ ବିରାଟ ପଟୁଆର ରେ କଳସ ସବୁ ଅଣାଯିବା ପରେ ପୂଜକ ଯଜ୍ଞ ର ଅଧିବାସ ପାଇଁ ପୂଜାର୍ଚ୍ଚନା କରିଥିଲେ । କର୍ତ୍ତା ଭାବେ ଦୁଷ୍ମନ୍ତ ପାଟ୍ଟଯୋଷୀ ଓ ତାଙ୍କ ପତ୍ନୀ ଜ୍ୟୋସ୍ନା ମଞ୍ଜରୀ ପାଟ୍ଟଯୋଷୀ ରହିଛନ୍ତି । ମ ନି ସ 

Related posts

ମା ଙ୍କ ପୀଠରେ ନବରାତ୍ର ପୂଜା ଆରମ୍ଭ

Sunil Chandra Nayak

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଜଣାଣ

Sunil Chandra Nayak

ସମାଜସେବୀ ଙ୍କ ହସ୍ତକ୍ଷେପ ପରେ ମିଳିଲା ଯୋଶବନ୍ତି ଓ ତାଙ୍କ ଭିନ୍ନକ୍ଷମ ପୁଅଙ୍କୁ ଭତ୍ତା 

Sunil Chandra Nayak

Leave a Comment

error: Content is protected !!