ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଶୋଷିଆ ହଳଦି ଆରଡ଼ି ରାସ୍ତାର ଗାର୍ଡ ୱାଲ କାର୍ଯ୍ୟ ନିମ୍ନ ମାନର  ଅଭିଯୋଗ

ଗୋଳାମୁଣ୍ଡା/ମସିହା/ତା୫/୪/କଳାହାଣ୍ଡି ଜିଲ୍ଲା ଗୋଳାମୁଣ୍ଡା ବ୍ଲକ ଅନ୍ତର୍ଗତ ହଳଦି ଗ୍ରାମ ପଂଚାୟତର ଷୋସିଆ ଓ ହଳଦି ଆରଡ଼ି ରାସ୍ତାରେ ଗାର୍ଡ ୱାଲ କାର୍ଯ୍ୟ ଠିକାଦାର ଓ ଜେଇ ଙ୍କ ମଧୁଚନ୍ଦ୍ରିକାରେ ନିମ୍ନ ମାନର କାର୍ଯ୍ୟ ହେଉଥିବାରୁ ସ୍ଥାନୀୟ ଜନସାଧାରଣ ଗଣମାଧ୍ୟମ ପ୍ରତିନିଧି ଠାରେ ଅଭିଯୋଗ କରିଛନ୍ତି,ଉକ୍ତ କାର୍ଯ୍ୟର ଅଟକଳ ପରିମାଣର ସୂଚନା ଫଳକ ନାହିଁ, ଗାର୍ଡ ୱାଲ କାର୍ଯ୍ୟରେ ଅଲ୍ଟ୍ରାଟେକ ସିମେଣ୍ଟ ବଦଳରେ Nuvoco ସିମେଣ୍ଟ ଦେବା ସହିତ ମେଟାଲ ଓ ବାଲି ପରିମାଣ ଅଧିକ ଥିବା ବେଳେ ସିମେଣ୍ଟ କମ ଦିଆଯାଉଛି, ଯାହାଫଳରେ ଅଳ୍ପ ଦିନ ମଧ୍ୟରେ ଗାର୍ଡ ୱାଲ ନଷ୍ଟ ହେବାର ସମ୍ଭାବନା ବୋଲି ଲୋକେ କହିଛନ୍ତି, ପୁଣି ସ୍ଥାନୀୟ କୁଳି ମଞ୍ଜୁରିଆ କାମ ବଦଳରେ ଠିକାଦାର ହମିଦ ଅଗ୍ରୱାଲ ନିଜ ଅଞ୍ଚଳ ନୂଆପଡା ଜିଲାରୁ ଆଣି ମନମୁଖିଆ କାର୍ଯ୍ୟ କରୁଥିବା ଅଭିଯୋଗ ଅଞ୍ଚଳରେ ଜୋର ଧରିଛି, ଏବଂ ସ୍ଥାନୀୟ ଲୋକମାନେ କାମ ନ ପାଇ ଦେଶ ବିଦେଶରେ ଦାଦନ ଶ୍ରମିକ ଭାବେ ଯାଇ କେତେ ମରୁଛନ୍ତି ତୋ କାହାର ହାତ ଗୋଡ଼ ଅଚଳ ହୋଇ ଫେରୁଛନ୍ତି,ତେଣୁ ଉଚକର୍ତୁପକ୍ଷ ତୁରନ୍ତ ତଦନ୍ତ କରି ଆବଶ୍ୟକ ପଦକ୍ଷେପ ଗ୍ରହଣ କରା ନଯାଏ ତେବେ ଆରଡ଼ି କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବୁ ବୋଲି ଦଶପୁର ଯୋନ ଡମ୍ବସମାଜବିକାଶ ପରିଷଦ ସଭାପତି ଭୁବନେଶ୍ୱର ନିଆଲ ଦାବି କରିଛନ୍ତି,. ଗୋଳାମୁଣ୍ଡା ବ୍ଲକ ରୁ ରାମକୁମାର ସେନାପତି ଙ୍କ ରିପୋର୍ଟ,ମସିହା

Related posts

ରାଇରଙ୍ଗପୁର ସରସ୍ଵତୀ ଶିଶୁ ମନ୍ଦିରର ଛାତ୍ର ଜନ୍ମେଜୟ କବାଟ ଜିଲ୍ଲା ଟପର

ମ .ରାମପୁର ନକ୍ ଆଉଟ୍ ଫୁଟବଲ୍ ଟୁର୍ଣ୍ଣାେମେଣ୍ଟ ଉଦ୍ଘାଟିତ 

Sunil Chandra Nayak

କୋଷାବରା ଠାରେ ବାବା ଅଗ୍ନି ଭୈରବ ଦେବ ଓ ମାଁ ଡୋକରୀ ଦେବୀଙ୍କ ଝାମୁଯାତ୍ରା

Sunil Chandra Nayak

Leave a Comment

error: Content is protected !!