ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କାର୍ଯ୍ୟରେ ଯୋଗଦେଲେ ନୂତନ ତହସିଲଦାର

କାର୍ଯ୍ୟରେ ଯୋଗଦେଲେ ନୂତନ ତହସିଲଦାର

 ବାଲେଶ୍ଵର,୦୭/୩/୨୪- ବାଲେଶ୍ଵର ଜିଲ୍ଲା ଖଇରା ତହସିଲରେ ନୂତନ ତହସିଲଦାର ଭାବେ ସବ୍ୟସାଚୀ ଜେନା (ଓଡ଼ିଶା ପ୍ରଶାସନିକ ସେବା) ତା ୦୭/୩/୨୪ ରିଖ ଗୁରୁବାର କାର୍ଯ୍ୟରେ ଯୋଗ ଦେଇଛନ୍ତି । ଏହା ପୂର୍ବରୁ ସେ କୋରାପୁଟ ଜିଲ୍ଲା ବୋରିଗୁମ୍ମା ତହସିଲରେ ତହସିଲଦାର ଭାବରେ କାର୍ଯ୍ୟରତ ଥିଲେ । ଆଜି ପ୍ରଥମେ ବାଲେଶ୍ଵର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଯୋଗଦାନ କରିବା ପରେ ଖଇରା ତହସିଲ କାର୍ଯ୍ୟାଳୟରେ ଯୋଗ ଦେଇଛନ୍ତି । ଅପରାହ୍ନରେ ସିମୁଳିଆ ଠାରେ ଜରୁରୀ ନିର୍ବାଚନ ବୈଠକ ପାଇଁ ଅତିରିକ୍ତ ଜିଲ୍ଲାପାଳ ଡାକିଥିବାରୁ ସିମୁଳିଆ ଯାଇଥିଲେ । ଏଠାରେ ସୂଚନାଯୋଗ୍ୟ କି ଖଇରା ତହସିଲଦାର ପ୍ରଶାନ୍ତ କୁମାର ମହାରଣାଙ୍କର ସୋନପୁର ଜିଲ୍ଲା ଉଲଣ୍ଡା ତହସିଲକୁ ବଦଳି ହେବାପରେ ଅତିରିକ୍ତ ତହସିଲଦାର ସନ୍ଦୀପ ଶୁଭଦର୍ଶୀନ ଧଳ ତହସିଲଦାର ଦାୟିତ୍ୱରେ ଥିଲେ । ତହସିଲ କାର୍ଯ୍ୟାଳୟ ତରଫରୁ ନୂତନ ତହସିଲଦାର ଶ୍ରୀ ଜେନାଙ୍କୁ ସ୍ବାଗତ ଜଣାଯାଇଥିଲା । କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ମାନଙ୍କୁ ନେଇ କିପରି ଜନସାଧାରଣଙ୍କୁ ଉତ୍ତମ ସେବା ପ୍ରଦାନ କରାଯାଇ ପାରିବ ସେଥିପ୍ରତି ଦୃଷ୍ଟି ଦେବେ ବୋଲି ତହସିଲଦାର ଶ୍ରୀ ଜେନା ପ୍ରକାଶ କରିଛନ୍ତି ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ପତଞ୍ଜଳି ଯୋଗ ପ୍ରଶିକ୍ଷଣ ସମିତି ତରଫରୁ ସ୍ଥାନୀୟ “ବରିଷ୍ଠ ନାଗରିକ କାର୍ଯ୍ୟାଳୟ” ପ୍ରାଙ୍ଗଣରେ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକର୍ତ୍ତା ବୈଠକ ଆୟୋଜିତ 

Sunil Chandra Nayak

ବଡ଼ବିଲ ପ୍ରେସ କ୍ଲବ୍‌ର ନବନିର୍ବାଚନ ଉତ୍ସବମୟ ପରିବେଶରେ ସମାପ୍ତ

Sunil Chandra Nayak

ରାଇୟଙ୍ଗପୁର ପ୍ରସିଦ୍ଧ ୩୯ ତମ ରଥଯାତ୍ରା ପାଇଁ ପ୍ରସ୍ତୁତି ବୈଠକ

Sunil Chandra Nayak

Leave a Comment

error: Content is protected !!