କାର୍ଯ୍ୟରେ ଯୋଗଦେଲେ ନୂତନ ତହସିଲଦାର
ବାଲେଶ୍ଵର,୦୭/୩/୨୪- ବାଲେଶ୍ଵର ଜିଲ୍ଲା ଖଇରା ତହସିଲରେ ନୂତନ ତହସିଲଦାର ଭାବେ ସବ୍ୟସାଚୀ ଜେନା (ଓଡ଼ିଶା ପ୍ରଶାସନିକ ସେବା) ତା ୦୭/୩/୨୪ ରିଖ ଗୁରୁବାର କାର୍ଯ୍ୟରେ ଯୋଗ ଦେଇଛନ୍ତି । ଏହା ପୂର୍ବରୁ ସେ କୋରାପୁଟ ଜିଲ୍ଲା ବୋରିଗୁମ୍ମା ତହସିଲରେ ତହସିଲଦାର ଭାବରେ କାର୍ଯ୍ୟରତ ଥିଲେ । ଆଜି ପ୍ରଥମେ ବାଲେଶ୍ଵର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଯୋଗଦାନ କରିବା ପରେ ଖଇରା ତହସିଲ କାର୍ଯ୍ୟାଳୟରେ ଯୋଗ ଦେଇଛନ୍ତି । ଅପରାହ୍ନରେ ସିମୁଳିଆ ଠାରେ ଜରୁରୀ ନିର୍ବାଚନ ବୈଠକ ପାଇଁ ଅତିରିକ୍ତ ଜିଲ୍ଲାପାଳ ଡାକିଥିବାରୁ ସିମୁଳିଆ ଯାଇଥିଲେ । ଏଠାରେ ସୂଚନାଯୋଗ୍ୟ କି ଖଇରା ତହସିଲଦାର ପ୍ରଶାନ୍ତ କୁମାର ମହାରଣାଙ୍କର ସୋନପୁର ଜିଲ୍ଲା ଉଲଣ୍ଡା ତହସିଲକୁ ବଦଳି ହେବାପରେ ଅତିରିକ୍ତ ତହସିଲଦାର ସନ୍ଦୀପ ଶୁଭଦର୍ଶୀନ ଧଳ ତହସିଲଦାର ଦାୟିତ୍ୱରେ ଥିଲେ । ତହସିଲ କାର୍ଯ୍ୟାଳୟ ତରଫରୁ ନୂତନ ତହସିଲଦାର ଶ୍ରୀ ଜେନାଙ୍କୁ ସ୍ବାଗତ ଜଣାଯାଇଥିଲା । କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ମାନଙ୍କୁ ନେଇ କିପରି ଜନସାଧାରଣଙ୍କୁ ଉତ୍ତମ ସେବା ପ୍ରଦାନ କରାଯାଇ ପାରିବ ସେଥିପ୍ରତି ଦୃଷ୍ଟି ଦେବେ ବୋଲି ତହସିଲଦାର ଶ୍ରୀ ଜେନା ପ୍ରକାଶ କରିଛନ୍ତି ।।