ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଶିବରାତ୍ରି ଲାଗି ନବରଙ୍ଗପୁର ଜିଲ୍ଲା ଚଳ ଚଞ୍ଚଳ

ଶିବରାତ୍ରି ଲାଗି ନବରଙ୍ଗପୁର ଜିଲ୍ଲା ଚଳ ଚଞ୍ଚଳ 

ନବରଙ୍ଗପୁର:(ରବି ନାରାୟଣ ମହାନ୍ତି) ସାରା ରାଜ୍ଯ ସମସ୍ତ ଶୈବପୀଠ ଚଳ ଚଞ୍ଚଳ ରହି ଥିବା ବେଳେ ନବରଙ୍ଗପୁର ଜିଲ୍ଲା ର ସମସ୍ତ ଶୈବପୀଠ ଚଳ ଚଞ୍ଚଳ ରହିଛି lପାପଡାହାଣ୍ଡି ଠାରେ ଆଜି ଶିବରାତ୍ର ଲାଗି ଚଳ ଚଞ୍ଚଳ ହୋଇଉଠିଛି | ପ୍ରସିଦ୍ଧ ନୀଳକଣ୍ଠେଶ୍ଵର ଓ ନବରଙ୍ଗପୁର ଜିଲ୍ଲା ପ୍ରସିଦ୍ଧ କେଲିଆ ଅତୀତ ର କିମ୍ବଦନ୍ତୀ ବହନ କରି ଥିବା ବାବା ଝାଡ଼େଶ୍ୱର ମନ୍ଦିର, ଘୁମୁରେଶ୍ୱର ,ଗର୍ଭରାଇ,ବାଘବେଡା,ବିରିଶୋଲା, ଡଙ୍ଗରିଗୁଡ଼ା ସମେତ ଜିଲ୍ଲାର ସମସ୍ତ ଶୈବପୀଠ ରେ ଆଜି ଶିବରାତ୍ରୀ ପାଳନ ହେଉଥିବା ବେଳେ ଆସନ୍ତାକାଲି ନବରଙ୍ଗପୁର ଜିଲ୍ଲା ଚଟାହାଣ୍ଡି ପାଖ ମlଣ୍ଡା ଡଙ୍ଗରି ରେ ଆଡମ୍ବର ସହକାରେ ଶିବରାତ୍ରୀ ପାଳନ କରାଯିବ lଏହି ଅବସରରେ ଆଜି ବଡ଼ି ଭୋରରୁ ଭକ୍ତ ମାନେ ଧାଡି ବାନ୍ଧି ଶାନ୍ତି ଶୃଙ୍ଖଳାରେ ଦର୍ଶନ କରିଥିଲେ l ସମସ୍ତ ଶୈବପୀଠ ମାନଙ୍କରେ ଜିଲ୍ଲା ପ୍ରଶାସନ ଦ୍ଵାରା ଶାନ୍ତି ଶୃଙ୍ଖଳା ନିମନ୍ତେ ବ୍ୟାପକ ପୁଲିସ ମୁତୟନ କରାଯାଇଥିଲା ଓ ରାତ୍ରିରେମନୋରଞ୍ଜନନିମନ୍ତେଦେଶୀଆ ନାଟ୍ୟ ପ୍ରଦର୍ଶନ କରାଯାଇଥିଲା| ସମସ୍ତ ଶୈବପୀଠ ମାନଙ୍କ ପାର୍ଶ୍ଵରେ ଉଠା ଦୋକାନ ବଜାର ଗହଳି ର ମଜ୍ଜା ନେଇଥାନ୍ତି ଶ୍ରଦ୍ଧାଳୁ ଭକ୍ତ ବୃନ୍ଦ lପାପଡାହାଣ୍ଡିରେ ଦୁଇ ଦିନ ଶିବ ରାତ୍ର ପାଳନ ହୋଇଥାଏ | ମୂଖ୍ୟ ରାସ୍ତାର ଉଭୟ ପାର୍ଶ୍ୱରେ ଉଠାଦୋକାନ ବଜାର ବସି ଜନଗହଳି ହୋଇଥାଏ | ସମସ୍ତ ଶୈବପୀଠ ରେ ରାତ୍ର ୧୦ ଘଣ୍ଟା ମଧ୍ୟରେ ମହାଦୀପ ଉଠିବାର ବ୍ୟବସ୍ଥା କମିଟିର କର୍ମକର୍ତ୍ତା ମାନଙ୍କ ଦ୍ଵାରା ସମାପନ ହେବ, ମହାଦୀପ ଉଠିବାକୁ ଭକ୍ତ ମାନେ ଦିନ ସାରା ଉପବାସ ରହି ଦେଖି ସାରିବା ପରେ ଘରକୁ ଆସି ଫଳ ଆହାର କରି ଦିବସ ଟିକୁ ପାଳନ କରିଥାନ୍ତି l

Related posts

ନିଜ ଖଣି ନିକଟବର୍ତ୍ତି ଗ୍ରାମ ଜାମିର୍ତା ଓ ଦାମସାହିରେ JSW ପ୍ରଗତି କରିଛି କଣ? 

masiha

ଜିଏସଏଚଇଆର ଆଣିଛି ସ୍ବୟଂ ସେବା କେନ୍ଦ୍ର 

masiha

ବହଳପଡା ଦ୍ଵାଦଶୀ ମେଲଣ ଅନୁଷ୍ଠିତ 

masiha

Leave a Comment

error: Content is protected !!