ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜୁନାଗଡ଼ ସୁରୁଗୁଡାରେ ପୋଲିସ ର ଜନସମ୍ପର୍କ ଶିବିର ଅନୁଷ୍ଠିତ

ଜୁନାଗଡ଼ ସୁରୁଗୁଡାରେ ପୋଲିସ ର ଜନସମ୍ପର୍କ ଶିବିର ଅନୁଷ୍ଠିତ

ଜୁନାଗଡ଼,୮/୩(ମ ନି ସ) କଳାହାଣ୍ଡି ପୋଲିସ ତରଫରୁ ଜୁନାଗଡ଼ ଥାନା ଅନ୍ତର୍ଗତ ସୁରୁଗୁଡା ଠାରେ ଜନସମ୍ପର୍କ ଶିବିର ଅନୁଷ୍ଠିତ ହୋଇଯାଇଛି l ଏହି ଶିବିର ର ରେ ଜାରିଙ୍ଗ, ତଥା ଆଖପାଖ ଅଂଚଳ ର ଶତାଧିକ ଜନସାଧାରଣ ଉପସ୍ଥିତ ଥିଲେ l ଜୁନାଗଡ଼ ପୋଲିସ ତରଫରୁ ଆୟୋଜିତ ଏହି ସଭାରେ କଳାହାଣ୍ଡି ରିଜର୍ଭ ଇନିସ୍ପେକଟର ବଳିଆର ସିଂ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଆଇ. ଆର. ଵି, ଜୁନାଗଡ଼ ଥାନାଅଧିକାରୀ ଉଲସ ରାଉତ, ସବଇନିସ୍ପେକଟର ସୋନୁ ଖାଲକୋ, ଶାନ୍ତିଲତା ବାରିକ ପ୍ରମୁଖ ଉପସ୍ଥିତ ରହି ଜନସାଧାରଣ ଙ୍କୁ ପୋଲିସ ଓ ଜନସାଧାରଣ ମଧ୍ୟରେ କିପରି ଉତ୍ତମ ସମ୍ପର୍କ ରହିବ ସେ ସମ୍ପର୍କ ରେ ମତପ୍ରକାଶ କରିଥିଲେ l ଏହି ଅବସରରେ ସ୍ଥାନୀୟ ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ନୃତ୍ୟ ଓ ଗୀତ ପରିବେଷଣ କରାଯାଇଥିଲା l ଜନସାଧାରଣ ଙ୍କ ପାଇଁ ସ୍ୱାସ୍ଥ୍ୟ ଶିବିର ମଧ୍ୟ କରାଯାଇଥିଲା l ଶେଷରେ ପୋଲିସ ତରଫରୁ ଉପସ୍ଥିତ ଜନସାଧାରଣ ଙ୍କୁ ଟି-ଶାର୍ଟ, ଟର୍ଚ୍ଚ ଲାଇଟ, ସୌର ଲଣ୍ଠନ, ମଶାରୀ, ଶାଢ଼ୀ, କମ୍ବଳ ଓ ଛାତ୍ର ଛାତ୍ରୀ ମାନଙ୍କୁ ସ୍କୁଲ ବ୍ୟାଗ ପ୍ରଭୁତି ପ୍ରଦାନ କରାଯାଇଥିଲା l

ଜୁନାଗଡ଼ ରୁ ନରେନ୍ଦ୍ର ଖିତି ଙ୍କ ରିପୋର୍ଟ୍ 

Related posts

“ଇସ୍ପାତ ମନ୍ତ୍ରୀ ନାମକୁ ମାତ୍ର, ସଚିବ ସର୍ବେସର୍ବା”

ରାଇରଙ୍ଗପୁର ମହିଳା ମହାବିଦ୍ୟାଳୟ ଇଂରାଜୀ ଅଧ୍ୟାପକ ରାଜୀବ ପାଲଙ୍କ ଦେହାନ୍ତ

masiha

ପେଟରେ ବଢୁଛି ଟ୍ୟୁମର, ଯନ୍ତ୍ରଣାରେ ଛଟପଟ ୧୨ ବର୍ଷର ବାଳିକା: ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ

Leave a Comment

error: Content is protected !!