ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଶିବ ଧ୍ୱନିରେ ପ୍ରକମ୍ପିତ ହେଲା ଶୈବପୀଠ, ଭାବ ଓ ଭକ୍ତିମୟ ପରିବେଶରେ ଜାଗର ଯାତ୍ରା ଅନୁଷ୍ଠିତ

ଶିବ ଧ୍ୱନିରେ ପ୍ରକମ୍ପିତ ହେଲା ଶୈବପୀଠ, ଭାବ ଓ ଭକ୍ତିମୟ ପରିବେଶରେ ଜାଗର ଯାତ୍ରା ଅନୁଷ୍ଠିତ

କୋକସରା,୯/୩ // ଆଜି ହେଉଛି ମହା ଶିବରାତ୍ରି, ଦେଶର କୋଣ ଅନୁକୋଣରେ ଥିବା ଶୈବପୀଠରେ ଭାବ ଓ ଭକ୍ତିମୟ ପରିବେଶ ମଧ୍ୟରେ ଶ୍ରଦ୍ଧାଳୁ ମାନେ ଦେବ ଦେବ ମହାଦେବଙ୍କୁ ପୂଜାର୍ଚ୍ଚନା କରିଛନ୍ତି। ଅନୁରୂପ ଭାବେ କୋକସରା ବ୍ଲକର ବିଭିନ୍ନ ଶୈବପୀଠରେ ସକାଳୁ ପ୍ରବଳ ଜନସମାଗମ ଦେଖିବାକୁ ମିଳିଛି। କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକର ବଡ କେନ୍ଦୁଗୁଡା ଝାରବନ୍ଧ ଠାରେ ଥିବା ସର୍ଵ ପୁରାତନ ଶୈବପୀଠ ବାବା ଶ୍ରୀ କାଳେଶ୍ୱର ମନ୍ଦିରରେ ଶିବରେତ୍ ଉତ୍ସଵ ପାଇଁ ପ୍ରବଳ ଶ୍ରଦ୍ଧାଳୁଙ୍କ ଭିଡ଼ ପରିଲକ୍ଷିତ ହୋଇଥିଲା । ଧର୍ମଗଡ ବିଧାୟକ ମୌଷଧି ବାଗ, ବିଜେଡି ଧର୍ମଗଡ ନିର୍ବାଚନ ମଣ୍ଡଳୀ ସଭାପତି ମାନସ ବାଗ, କୋକସରା ବ୍ଲକ ଉପାଧ୍ୟକ୍ଷ ରାଜୀବ ଅଗ୍ରୱାଲ ପ୍ରମୁଖ ମନ୍ଦିରରେ ଉପସ୍ଥିତ ରହି ଦର୍ଶନ କରିଥିବା ବେଳେ ମନ୍ଦିର କମିଟି ପକ୍ଷରୁ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ବ୍ୟାପକ ବ୍ୟବସ୍ଥା ହୋଇଥିବା ନେଇ ମନ୍ଦିର ଟ୍ରଷ୍ଟ ଅଧ୍ୟକ୍ଷ ଆଦିତ୍ୟ ପଣ୍ଡା ସୂଚନା ଦେଇଛନ୍ତି। ସେହିପରି ବ୍ଲକର କୋକସରା କାଳେଶ୍ୱର ମନ୍ଦିର, କୁମୁଡାମୁଣ୍ଡା ଧବଳେଶ୍ବର ଶୈବପୀଠ, କୁସୁମଖୁଣ୍ଟି ନିଲକଣ୍ଠେଶ୍ୱର ମନ୍ଦିର, ରେଙ୍ଗାଳପାଲି, ମୋଟେର, ଲଡୁଗାଁ, ଶିଉନି, ଡୋକରିଚଞ୍ଚରା ଝାଡେଶ୍ୱର, ଝରିଆଗୁଡା ଶୈବପୀଠ, ମୁନୁଗାପଦର କାଳେଶ୍ୱର ଶୈବପୀଠ ସହ ଅନ୍ୟ ସମସ୍ତ ଶୈବପୀଠରେ ସକାଳରୁ ଭକ୍ତଙ୍କ ଭିଡ଼ ଲାଗି ରହିଥିଲା। ତେବେ ମାନସିକ ଧାରୀ ପୁରୁଷ, ମହିଳା ଶ୍ରଦ୍ଧାଳୁ ମାନେ ଜାଗର ଦୀପ ଜାଳି ମନ୍ଦିର ବେଢ଼ାରେ ଉପବାସ ରଖି ମହାଦୀପ ମନ୍ଦିରକୁ ଉଠିବା ପରେ ଉପବାସ ଭାଙ୍ଗି ପ୍ରସାଦ ସେବନ କରିଥିଲେ। ଅନେକ ଶୈବପୀଠରେ ରାତିରେ ଶ୍ରଦ୍ଧାଳୁଙ୍କ ମନୋରଞ୍ଜନ ପାଇଁ ରାତିରେ ଭଜନ ସନ୍ଧ୍ୟା, ନାଟକ ଆଦି କାର୍ଯ୍ୟକ୍ରମ ରହିଥିବା ସୂଚନା ମିଳିଛି।

ମସିହା ନିୟୁଜ୍ ସର୍ଭିସ୍ 

Related posts

ଉଠା ଜଳସେଚନ ରବି ଧାନ ବିକ୍ରି ପଞ୍ଜିକରଣ ରୁ ବଞ୍ଚିତ ଚାଷୀ ଙ୍କ ପାଇଁ ସଚେତନ ମଞ୍ଚ ର ଦାବିପତ୍ର

Sunil Chandra Nayak

ରାଉରକେଲା ଅବସରପ୍ରାପ୍ତ କର୍ମଚାରୀ ସଂଘର ରଜ ଉତ୍ସବ ପାଳନ

Sunil Chandra Nayak

ଅନୁଷ୍ଠିତ ହେଲା ବିଦ୍ୟାଳୟର ପୁରସ୍କାର ବିତରଣ ଓ ବାର୍ଷିକ ଉତ୍ସବ

masiha

Leave a Comment

error: Content is protected !!