ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଜି ସାର୍ଥକ ଦାଦାଗିରି କାର୍ଯ୍ୟକ୍ରମ ରେ ଢ଼େଙ୍କାନାଳ ଝିଅ ବିଭାରାଣୀ

ଢ଼େଙ୍କାନାଳ: ପବିତ୍ର ଉତ୍କଳ ଦିବସ ଅବସର ରେ ଜି ସାର୍ଥକ ଦାଦାଗିରି ଓଡିଶା ର ବଡ଼ ରିୟାଲିଟି କାର୍ଯ୍ୟକ୍ରମ ରେ ଭାଗ ନେଇ ଢ଼େଙ୍କାନାଳ (ମେରାମଣ୍ଡଳୀ)ଝିଅ ବିଭାରାଣୀ ପାତ୍ର ଦ୍ଵିତୀୟ ରନର୍ସ ଅପ୍ ସ୍ଥାନ ଅଧିକାର କରିଛନ୍ତି।ଏଠାରେ ସୂଚନା ଯୋଗ୍ୟ ଯେ ବିଭା ରାଣୀ ଏକାଧାରରେ ଜନୈକା ଜାତୀୟ ସ୍ଵର୍ଣ୍ଣ ବିଜେତା, ଅନ୍ତଃରାଷ୍ଟ୍ରୀୟ ଯୁବ ପ୍ରତିଭା ଓ ଜାତୀୟ ପର୍ବତାରୋହୀ ଅଟନ୍ତି ।ସେ ନିଜେ ଗିରିରାଜ୍ ସ୍ଵେଚ୍ଛାସବୀ ସଂଗଠନ ନାମରେ ଏକ ସାମାଜିକ ଅନୁଷ୍ଠାନ ଟିଏ ଗଢ଼ି ସ୍ବାସ୍ଥ୍ୟ, ଶିକ୍ଷା ଓ ସାମାଜିକ ସେବା କରି ଚାଲି ଛନ୍ତି। ବିଗତ କରୋନା କବଳିତ ସମୟ ରେ ଅନାହାର ମାନଙ୍କୁ ଖାଦ୍ୟ ପୁଡିଆ ଯୋଗାଇବା, ମାସ୍କ ବାଣ୍ଟିବା ଆଦି ଅନେକ ସାମାଜିକ ବାର୍ତ୍ତା ଦେଇ ଜନ ସଚେତନତା ସୃଷ୍ଟି କରିଛନ୍ତି।ରାଜ୍ୟ ଓ ରାଜ୍ୟ ବାହାରୁ ମଧ୍ୟ ବିଭିନ୍ନ ଅନୁଷ୍ଠାନ ମାନଙ୍କ ଦ୍ୱାରା ସମ୍ମାନିତ ହୋଇଛନ୍ତି। ଏତଦ୍ ବ୍ୟତୀତ ତାଙ୍କୁ ପ୍ରଥମ ଫାଉଣ୍ଡେସନ ସମ୍ମାନ ୨୦୧୯,ସମାଜ ଯୁବ ପ୍ରତିଭାସମ୍ମାନ ୨୦୧୯, ପ୍ରକୃତିବଂଧୁ ପୁରସ୍କାର ୨୦୨୧, ଶାନ୍ତିସ୍ତୁପ ପ୍ରଯୋଜିତ ସ୍ଵୟଂସିଦ୍ଧା ସମ୍ମାନ ୨୦୨୧, ମନ୍ଥନ କ୍ରୀଡା ସମ୍ମାନ ୨୦୨୧ ଓ ସେବା ସମ୍ମାନ ୨୦୨୨ ଏହି ପରି ଅନେକ ସମ୍ମାନରେ ସମ୍ମାନିତ କରାଯାଇଛି ।ଢ଼େଙ୍କାନାଳ ଜିଲ୍ଲା ଏହି ପରି ପ୍ରତିଭା ଯୁକ୍ତ ବିଭା କୁ ପାଇ ଗୌରବ ମଣ୍ଡିତ ହୋଇଛି।

ଢ଼େଙ୍କାନାଳ ରୁ ନାୟକ ଅକ୍ଷୟ ରାଜହସ୍ତୀ ଙ୍କ ରିପୋର୍ଟ୍

Related posts

ଚନ୍ଦ୍ରକଳା ଦେବୀ ଙ୍କ କବିତା ମାତୃରୂପିଣୀ ମା

ଘାସିରାମ ମେମୋରିଆଲ ଫୁଟବଲ ଉଦଘାଟିତ, ୩/୦ ଗୋଲ ରେ ବଗାଡ଼ ଦଳ ବିଜୟୀ

Sunil Chandra Nayak

ଡମ୍ବରୁଧର ବେହେରାଙ୍କୁ  ବ୍ରହ୍ମପୁର ମହାନଗର ନିଗମ ମହୋତ୍ସବ ସାହିତ୍ୟ ସମ୍ମାନ (୨୦୨୨)

Sunil Chandra Nayak

Leave a Comment

error: Content is protected !!