ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜୁନାଗଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ସମସ୍ୟା ନେଇ ପୁଣି ତେଜିଲା ସଂଗ୍ରାମ ସମିତି

ଜୁନାଗଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ସମସ୍ୟା ନେଇ ପୁଣି ତେଜିଲା ସଂଗ୍ରାମ ସମିତି

ଜୁନାଗଡ଼,୧୧/୩(ମ ନି ସ) ସ୍ଥାନୀୟ ଆରଏମସି ସଭାଗୃହ ଠାରେ ଏକ ପ୍ରେସ ବାର୍ତା ମାଧ୍ୟମରେ ଜିଲ୍ଲା ପ୍ରଶାସନ ଙ୍କୁ ମନେପକାଇ ଦେଇଛି ଜୁନାଗଡ଼ ସଚେତନ ସଂଗ୍ରାମ ସମିତି ।ଗତ ବର୍ଷ ମାର୍ଚ୍ଚ ୯ ତାରିଖ ଦିନ ସଚେତନ ସଂଗ୍ରାମ ସମିତି ଜୁନାଗଡ଼ ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର ର ବିଭିନ୍ନ ଦାବୀ ନେଇ ଆମରଣ ଅନଶନ ଆରମ୍ଭ କରି ଥିଲା, ଦାବୀ ଗୁଡ଼ିକ ଜୁନାଗଡ଼ ହସ୍ପିଟାଲ୍ କୁ ଉପଖଣ୍ଡ ଚିକିତ୍ସାଳୟର ମାନ୍ୟତା , ଜୁନାଗଡ଼ ହସ୍ପିଟାଲ୍ ରେ ତୁରନ୍ତ ମେଡିସିନ ଓ ସର୍ଜରୀ ସ୍ପେଶଲିଷ୍ଟ ଦିଆଯାଉ, ଜୁନାଗଡ଼ ହସ୍ପିଟାଲ୍ ରେ ଥିବା ରକ୍ତ ଭଣ୍ଡାର କୁ କାର୍ଯ୍ୟ କରି କରାଯାଉ, ଏହିସବୁ ଦାବୀ ପୂରଣ ହେବା ଲାଗି ଜୁନାଗଡ଼ ର ସମସ୍ତ ଜନସାଧାରଣ ଆନ୍ଦୋଳନ କୁ ସମର୍ଥନ ଜଣାଇଥିଲେ,। ପ୍ରଶାସନର ବାରମ୍ବାର ଅନୁରୋଧ ପରେ ୧୨ ମାର୍ଚ୍ଚ ରେ ସଚେତନ ସଂଗ୍ରାମ ସମିତି ଜୁନାଗଡ଼ କୁ ୧୫ ଦିନ ସମୟ ଭିତରେ ସମସ୍ତ ଦାବୀ ପୂରଣ ପାଇଁ ପ୍ରତିଶ୍ରୁତି ଦେଇ ଥିଲେ, ବର୍ତ୍ତମାନ ଏକ ବର୍ଷ ବିତିଯାଇଥିଲେ ବି ପ୍ରଶାସନ ତରଫରୁ କୋଣସି ସମାଧାନ ହୋଇ ପାରିଲା ନାହିଁ, ଏଥି ମଧ୍ୟ ରେ ଜିଲ୍ଲା ପାଳ, ସିଡିଏମଓ ତଥା ଭୁବନେଶ୍ୱର ଯାଇ ସ୍ୱାସ୍ଥ୍ୟ ସଚିବ କୁ ମଧ୍ୟ ସମିତି ପକ୍ଷରୁ ଦାବିପତ୍ର ଦିଆଯାଇଛି କିନ୍ତୁ କୌଣସି ଫଳ ପ୍ରଦ ହେଲାନାହିଁ ରକ୍ତ ଭଣ୍ଡାର ପାଇଁ ସମସ୍ତ ପ୍ରକାର ର ସରଞ୍ଜାମ ଉପସ୍ଥିତ ଥିଲେ ମଧ୍ୟ ସାମାନ୍ୟ ଲାଇସେନ୍ସ ଦୃଗ୍ସ ଇନ୍ସପେକ୍ଟର ଙ୍କର ଅବହେଳା ପାଇଁ ହେଇପାରିଲା ନାହିଁ। ଇତି ମଧ୍ୟ ରେ ଜୁନାଗଡ଼ ସହରରେ ଘରୋଇ ହସ୍ପିଟାଲ ଏହାର ସୁଯୋଗ ନେଇ ସାଧାରଣ ଜନତା ଙ୍କୁ ଶୋଷଣ କରୁଛନ୍ତି ,ଲୋକେ ଘରୋଇ ହସ୍ପିଟାଲ ଯିବାପାଇଁ ବାଧ୍ୟ ହେଉଛନ୍ତି ଓ ଶୋଷଣ ହେଉଛନ୍ତି । ଲୋକଙ୍କର ବୃହତ ସ୍ୱାର୍ଥ କୁ ଆଖି ଆଗରେ ରଖି ସଚେତନ ସଂଗ୍ରାମ ସମିତି ଜୁନାଗଡ଼ ହସ୍ପିଟାଲବିଭିନ୍ନ ଦାବୀ ପୂରଣ ନହେଲେ ପୁନ ଆନ୍ଦୋଳନ ଆରମ୍ଭ କରିବ ବୋଲି ସରକାରଙ୍କୁ ଚରମ ଚେତାବନୀ ଦେଉଛନ୍ତି।

ଜୁନାଗଡ଼ ରୁ ନରେନ୍ଦ୍ର ଖିତି ଙ୍କ ରିପୋର୍ଟ୍ 

Related posts

ରଥଯାତ୍ରା ଉପଲକ୍ଷେ ସମସ୍ତ ମଦ ଦୋକାନ ବନ୍ଦ ପାଇଁ ନିର୍ଦେଶ 

Sunil Chandra Nayak

କଳାହାଣ୍ଡି ଉତ୍ସବ ଘୁମୁରା ଉପଲକ୍ଷେ ଗଣଦୌଡ ପ୍ରତିଯୋଗିତା 

masiha

ଅବସରପ୍ରାପ୍ତ ପୁଲିସ ଅଫିସର୍ସ ଆସୋସିଏସନର ଓଡ଼ିଆ ନବବର୍ଷ ପାଳନ 

Sunil Chandra Nayak

Leave a Comment

error: Content is protected !!