ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ବିଜେଡିରେ ଯୋଗଦେଲେ କୋକସରା ବ୍ଲକ ଅଧ୍ୟକ୍ଷା, ଉପାଧ୍ୟକ୍ଷ, ଜନ ପ୍ରତିନିଧି ଓ ଶତାଧିକ ସମର୍ଥକ

ବିଜେଡିରେ ଯୋଗଦେଲେ କୋକସରା ବ୍ଲକ ଅଧ୍ୟକ୍ଷା, ଉପାଧ୍ୟକ୍ଷ, ଜନ ପ୍ରତିନିଧି ଓ ଶତାଧିକ ସମର୍ଥକ

କୋକସରା,୧୩/୩ // ଆଗକୁ ବିଧାନସଭା ନିର୍ବାଚନ ଆସୁଥିବା ବେଳେ ନିର୍ବାଚନ ପୂର୍ବରୁ ବିଭିନ୍ନ ଜନ ପ୍ରତିନିଧି ମାନେ ନିଜ ସମର୍ଥକଙ୍କ ସହ ପ୍ରମୁଖ ଦଳରେ ଯୋଗ ଦେଉଥିବା ଦେଖିବାକୁ ମିଳୁଛି। ଏହି କ୍ରମରେ ଧର୍ମଗଡ଼ ନିର୍ବାଚନ ମଣ୍ଡଳୀ କୋକସରା ବ୍ଲକର ଅଧ୍ୟକ୍ଷା ରୀତା ଅଗ୍ରୱାଲ ଓ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲଙ୍କ ନେତୃତ୍ୱରେ ବ୍ଲକର ୨୨ ପଞ୍ଚାୟତର ନିର୍ବାଚିତ ସମିତି ସଭ୍ୟ ସଭ୍ୟା, ସରପଞ୍ଚ, ପୂର୍ବତନ ସରପଞ୍ଚ ଓ ସମର୍ଥକ ମାନେ ସୋମବାର ଭୁବନେଶ୍ୱର ଶଙ୍ଖ ଭବନ ଠାରେ ବିଧବଦ୍ଧ ଭାବେ ମିଶ୍ରଣ ପର୍ଵରେ ବିଜେଡି ଦଳରେ ଯୋଗ ଦେଇଛନ୍ତି। ଏହି ଅବସର ରେ ଶଙ୍ଖ ଭବନ ଠାରେ ଏକ ସାମ୍ବାଦିକ ସମ୍ମିଳନୀରେ କଳାହାଣ୍ଡି ଜିଲ୍ଲା ପର୍ଯ୍ୟବେକ୍ଷକ ପ୍ରଣବ ବଲବନ୍ତ ରାୟ, ଧର୍ମଗଡ଼ ବିଧାୟକ ମୋୖଷଧି ବାଗ, ଜିଲ୍ଲା ବିଜେଡି ସଭାପତି ପୁଷ୍ପେନ୍ଦ୍ର ସିଂଦେଓ, ରାଜ୍ୟସଭା ସାଂସଦ ସୁଜିତ କୁମାର, ମିଡିଆ ସେଲ ପ୍ରବକ୍ତା ପ୍ରିୟବତ ମାଝୀ ପ୍ରମୁଖ ଉପସ୍ଥିତ ରହି କୋକସରା ବ୍ଲକର ବ୍ଲକ ଅଧ୍ୟକ୍ଷା ରୀତା ଅଗ୍ରୱାଲ, ଉପାଧ୍ୟକ୍ଷ ରାଜୀବ ଅଗ୍ରୱାଲ, ବ୍ଲକ ସରପଞ୍ଚ ସଙ୍ଘ ସଭାପତି ନକୁଳ ନାଏକ ସମେତ ୨୨ ପଞ୍ଚାୟତର ସମିତି ସଭ୍ୟ ସଭ୍ୟା ଓ ସରପଞ୍ଚ ଶତାଧିକ ସମର୍ଥକଙ୍କ ସହ ବିଜୁ ଜନତା ଦଳରେ ସାମିଲ ହୋଇଛନ୍ତି। ଦଳ ପ୍ରତି ଆନୁଗତ୍ୟ ଓ ନିଷ୍ଠାର ସହ କାର୍ଯ୍ୟ କରିବାକୁ ଦଳରେ ଯୋଗ ଦେଇଥିବା ଜନ ପ୍ରତିନିଧିମାନେ କହିଛନ୍ତି। ଯୋଗ ଦେଇଥିବା ଜନ ପ୍ରତିନିଧି ପରେ ନବୀନ ନିବାସକୁ ଯାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, 5 ଟି ଅଧ୍ୟକ୍ଷ ଭି.କେ ପାଣ୍ଡିୟାନ, ସାଙ୍ଗଠାନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କୁ ଭେଟିଥିଲେ। ଦଳ ପାଇଁ ନିଷ୍ଠାର ସହ କାମ କରିବାକୁ ମୁଖ୍ୟମନ୍ତ୍ରୀ ଓ 5 ଟି ସଚିବ ପରାମର୍ଶ ଦେଇଥିବା ଜଣାପଡିଛି।

ମସିହା ନିୟୁଜ୍ ସର୍ଭିସ୍ 

Related posts

ରାଉରକେଲା ରେ ସାରଦା ଓ ରଘୁନାଥପାଲି ରେ ଦୁର୍ଗା, ବଣେଇ ରୁ ଲକ୍ଷ୍ମଣ, ବିରମିତ୍ରପୁର ରୁ ରୋହିତ, ସୁନ୍ଦରଗଡ ରୁ ଯୋଗେଶ, ତଳସରା ରୁ ଭବାନୀ, ରାଜଗାଙ୍ଗପୁର ରୁ ସିଂ ଏସ୍ ରାଜନ୍ ଓ ସୁନ୍ଦରଗଡ ଲୋକସଭା ଆସନରୁ ଜୁଏଲଙ୍କ ବାଜିମାତ 

masiha

ଚନ୍ଦାହାଣ୍ଡି ଠାରେ ନିର୍ବାଚନ ମଣ୍ଡଳୀ ସ୍ତରୀୟ ବିଜୁ ବାବୁଙ୍କ ଜନ୍ମଦିନ ପାଳିତ

Sunil Chandra Nayak

କଂଗ୍ରେସ ନେତ୍ରୀ ରଞ୍ଜିତା ମଲ୍ଲିକଙ୍କ ସାମ୍ବାଦିକ ସମ୍ମିଳନୀ

Sunil Chandra Nayak

Leave a Comment

error: Content is protected !!