ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ହତ୍ୟା

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ହତ୍ୟା

ବନ୍ଧୁଗାଁ ତା,୧୪/୩/୨୪,କୋରାପୁଟ ଜିଲ୍ଲା ବନ୍ଧୁଗାଁ ଥାନା ଅନ୍ତର୍ଗତ ଜଗୁଗୁଡା ପଞ୍ଚାୟତର ଲେଡିଙ୍ଗ ଗ୍ରାମରେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ହତ୍ୟାକାଣ୍ଡ ହୋଇଛି I ମୃତ ବ୍ୟକ୍ତି ଜଣକ ହେଲେ ମୀନକେତନ କାଳ୍ପା ୫୦ ଏନେଇ ମୃତକଙ୍କ ସ୍ତ୍ରୀ ରୋତନା କାଳ୍ପା ତାଙ୍କ ସ୍ୱାମୀଙ୍କୁ ହତ୍ୟା କରିଥିବା ନେଇ ବନ୍ଧୁଗାଁ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି I ଅଭିଯୋଗ ଅନୁଯାଇ, ତାଙ୍କ ସ୍ୱାମୀ ମୀନକେତନ କାଳ୍ପା ବିବାହ ଭଜି ଖାଇ ମଙ୍ଗଳବାର ସନ୍ଧ୍ୟା ସମୟରେ ନିଜ ଘରକୁ ଫେରି ଆସୁଥିବାବେଳେ ତାଙ୍କ ସାହିର ନାଗେସ କାଳ୍ପା ନିଜ ଘର ଆଗରେ ଅଟକାଇ ମାଡ଼ ମାରିଥିଲେ I ମାଡ଼ ମାରିବା ପରେ ହଟାତ ମୀନକେତନ ସେଠାରେ ହିଁ ଟଳି ପଡିଥିଲେ I ଉକ୍ତ ସ୍ଥାନରେ ମୀନ କେତନ ଟଳି ପଡିଥିବାର ଦେଖି ମୀନକେତନଙ୍କ ସ୍ତ୍ରୀ ଓ ସମ୍ଫର୍କୀୟ ଲୋକେ ବନ୍ଧୁଗାଁ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ I ସେଠାରେ ଡାକ୍ତର ଦେଖି ମୃତ ଘୋଷଣା କରିଥିଲେ I ଉକ୍ତ ଘଟଣାର ଲିଖିତ କେଶକୁ ବନ୍ଧୁଗାଁ ଥାନା ଅଧିକାରୀ ଶ୍ରୀ ପ୍ରଶ୍ନ କୁମାର ମିଶ୍ର ମାମଲାକୁ ହାତେଇ ନେଇ କେଶ ନଂ ୨୯/୨୪ ୠଜୁକରୀ ଘଟଣା ସ୍ଥଳକୁ ଯାଇ ତଦନ୍ତର ଛାନଭିନ୍ନ କରିଥିବା ସହ ଅଭିଯୁକ୍ତକୁ ବନ୍ଧୁଗାଁ ଥାନାରେ ଅଟକ ରଖିବା ସହ ମୃତ ଶରୀରକୁ ଯବତ କରି ବ୍ୟବଛେଦ ପାଇଁ ଡାକ୍ତର ଖାନାରେ ହସ୍ତାନ୍ତର କୋରଗଲା I ଶବ ବ୍ୟବଛେଦ ପରେ ପରିବାର ଵର୍ଗଙ୍କୁ ହସ୍ଥାନ୍ତ୍ରର କୋରାଗଲା I

ବନ୍ଧୁଗାଁ ରୁ ସଂଜୀବ କୁମାର ବାଙ୍ଗାରି ଙ୍କ ରିପୋର୍ଟ୍ 

Related posts

ଦେଶୀ ମଦ ଜବତ, ଜଣେ ଗିରଫ 

masiha

ନୂଆପଡ଼ା ପୋଲିସ ପକ୍ଷ ରୁ ମୋବାଇଲ ମେଳା ଅନୁଷ୍ଠିତ, ୫୦ ରୁ ଉର୍ଦ୍ଧ ଚୋରି ହୋଇଥିବା ମୋବାଇଲ୍ ପ୍ରକୃତ ମାଲିକଙ୍କୁ ହସ୍ତାନ୍ତର 

Sunil Chandra Nayak

ମୋଟରସାଇକେଲ ଦୁର୍ଘଟଣାରେ ୧ ମୃତ ଓ ୧ ଗୁରୁତ୍ତର

Sunil Chandra Nayak

Leave a Comment

error: Content is protected !!