ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବଳାଙ୍ଗୀ ସାଂସ୍କୃତିକ ଜାଗରଣ ଯାତ୍ରା ଓ ମହାରାଜା ଶ୍ରୀରାମଚନ୍ଦ୍ର ଜ୍ୟୋତି ରଥର ୮ମ ବାର୍ଷିକ ଜିଲ୍ଲା ପରିକ୍ରମା

ବଳାଙ୍ଗୀ ସାଂସ୍କୃତିକ ଜାଗରଣ ଯାତ୍ରା ଓ ମହାରାଜା ଶ୍ରୀରାମଚନ୍ଦ୍ର ଜ୍ୟୋତି ରଥର ୮ମ ବାର୍ଷିକ ଜିଲ୍ଲା ପରିକ୍ରମା

ମୟୂରଭଞ୍ଜ- ୧୫/୦୩ ( ମସିହା) ମୟୂରଭଞ୍ଜ ଜିଲ୍ଲା ନିଜର ଅନନ୍ୟ କଳା-ସଂସ୍କୃତି-ପର୍ଯ୍ୟଟନ ତଥା ଐତିହ୍ୟକୁ ନେଇ ସାରା ବିଶ୍ବରେ ନିଜର ସ୍ବତନ୍ତ୍ର ନିଆରା ପରିଚୟ ସୃଷ୍ଟି କରିଛି ଯାହାକି ଅନନ୍ୟ ଅଟେ ।

  କିନ୍ତୁ ଧୀରେ ଧୀରେ ବାସ୍ତୁବାଦୀ ଦୁନିଆରେ ସାଂପ୍ରତିକ ସମୟରେ ଅବକ୍ଷୟମୁଖୀ ହୋଇଯାଉଛି । ସରକାରଙ୍କ ମଧ୍ୟ ଏଥିପ୍ରତି ପ୍ରୋତ୍ସାହନ ନାହିଁ ।ଏ ମାଟିର ଭାଷା-ସାହିତ୍ୟ,କଳା-ସଂସ୍କୃତି,ପର୍ଯ୍ୟଟନ ତଥା ଐତିହ୍ୟର ପ୍ରଚାର ,ପ୍ରସାର ଏବଂ ସମୃଦ୍ଧି ନିମନ୍ତେ ୨୦୦୩ ମସିହା ଠାରୁ ମୟୂରଭଞ୍ଜର ମହାନ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ବହୁ ପ୍ରସିଦ୍ଧ ‘ବଳାଙ୍ଗୀ ମହୋତ୍ସବ’ ର ସଦସ୍ୟ ବୃନ୍ଦ ଅଣ୍ଟା ଭିଡିଛନ୍ତି ।ଛୋଟ ବୃକ୍ଷରୁ ଆଜି ମହାଦେବ ହୋଇ ସାରା ଓଡି ଶାରେ ଆଜି ନିଆରା ପରିଚୟ ସୃଷ୍ଟି କରିଛି ମୟୂରଭଞ୍ଜ ଜିଲ୍ଲାର ବାରିପଦାରେ ସନ୍ନିକଟବାଲି ବୁଢାବଳଙ୍ଗ-ଚିପଟ ଓ ଇଟାଯୋଡି ନଦୀର ତ୍ରୀବେଣୀ ସଂଗମ ପୀଠରେ ଏହି ମହୋତ୍ସବ ମହାସମାରୋହରେ ପାଳିତ ହୋଇ ଆସୁଛି | ଏଥିପାଇଁ ଜିଲ୍ଲାର ସମସ୍ତ ୪ଟି ଯାକ ଉପଖଣ୍ଡର ଅଧିବାସୀମାନଙ୍କ ମଧ୍ୟରେ ସାମାଜିକ ଓ ସାଂସ୍କୃତିକ ସମନ୍ବୟ ତଥା ଜନସଚେତନତା  ଓ ଭାଇଚାରାର ଅତୁଟ ସଂପର୍କକୁ ଅଧିକ ନିବିଡ କରିବା ନିମନ୍ତେ ବିଗତ ୨୦୧୭ ମସିହାଠାରୁ ବଳାଙ୍ଗୀ ସାଂସ୍କୃତିକ ସୈନିକମାନଙ୍କୁ ନେଇ ଏକ ସାଂସ୍କୃତିକ ଜାଗରଣ ଯାତ୍ରା (ବାଇକ୍ ରେଲି) ଜିଲ୍ଲା ପରିକ୍ରମା କରିବା ସହ ମହାରାଜା ଶ୍ରୀରାମଚନ୍ଦ୍ର ଜ୍ୟୋତିରଥ ମଧ୍ୟ ଜିଲ୍ଲା ପରିକ୍ରମା ୧୫ ରୁ ୧୭ ମାର୍ଚ୍ଚ ୨୦୨୪ କରୁଅଛି | ମୟୂରଭଞ୍ଜର ଐତିହ୍ୟ, କଳା,ସଂସ୍କୃତିର ପୁନର୍ଜାଗରଣ ଓ ଉଜ୍ଜୀବିତ କରିବା ପାଇଁ ବଳାଙ୍ଗୀ ମହୋତ୍ସବ କମିଟି ତରଫରୁ ଭଞ୍ଜ ବଂଶ ଇତିହାସ ଓ ଅତୀତର ଭଞ୍ଜରାଜ୍ୟ ରାଜଧାନୀ ଖିଚିଂ, ବହଳଦା, ହରିପୁର ଓ ବାରିପଦା-ଚାରିଟି ଯାକ ରାଜଧାନୀକୁ ଏହି ଜାଗରଣ ଯାତ୍ରା ଓ ଜ୍ୟୋତିରଥ ସ୍ପର୍ଶ କରିବ | ଏହି ପରିପ୍ରେକ୍ଷୀରେ ରାଇରଙ୍ଗପୁର ସହରସ୍ତ ସ୍ଥାନୀୟ ଦୁର୍ଗାମଣ୍ଡପ ଛକରେ ସାମ୍ବାଦିକ ସୌରଭ ପଟ୍ଟନାୟକଙ୍କ ସଭାପତିତ୍ବରେ ଏକ ପଥପ୍ରାନ୍ଥ ସଭା ଅନୁଷ୍ଠିତ ହୋଇଯାଇଛି | ଏଥିରେ ପ୍ରତିଷ୍ଠାତା ସମ୍ପାଦକ ଶରତ ଚନ୍ଦ୍ର ନାୟକ, ବଳାଙ୍ଗୀ ସେନାର ଅଧ୍ୟକ୍ଷ କୁମାରେଶ ନାୟକ, ଉପଦେଷ୍ଟା ନରେନ୍ଦ୍ର ମୋହନ ସେନାପତି, ସମ୍ପାଦକ ଦୀପକ କୁମାର ନାୟକ, ସଦସ୍ୟ ଇନ୍ଦୁମତି ମହାନ୍ତି, ଦୀଲ୍ଲିପ କୁମାର ପାତ୍ର, ବରିଷ୍ଠ ଆଇନଜିବୀ ରସାନନ୍ଦ ଲେଙ୍କା, ଅଧ୍ୟାପକ ସୁନୀଲ କୁମାର ଜେନା, ଅଧ୍ୟାପକ ବିଜୟ ରାମଶିକ୍ଷକ ରଂଜନ କୁମାର ନନ୍ଦ, ଦୁର୍ଯୋ ଚନ୍ଦ୍ର ବେହେରା, ଶିକ୍ଷାବିତ୍ ପ୍ରଶାନ୍ତ ପରୀକ୍ଷା, ସାମ୍ବାଦିକ ତୁଷାରକାନ୍ତ ମହାନ୍ତ, ମେଘନାଦ ହେମ୍ବ୍ରମ,ବିଷ୍ଣୁ ପ୍ରସାଦ ଜେନା, ଡକ୍ଟର ତନ୍ମୟୀ ରଥ, ଜୟସେନ , ରେଡି ଭଲେଟିୟାର ସଦସ୍ୟାଗଣ ଉଶଷି ବେହେରା, ଜୟଶ୍ରୀ ବେହେରା, ବର୍ଷାରାଣୀ ବେହେରା, ତଅପୋଇ ବେହେରା ତଥା ବଳାଙ୍ଗୀ ମହୋତ୍ସବ ପରିବାରର ସଦସ୍ୟଗଣ ପ୍ରମୁଖ ଉପସ୍ଥିତ ଥିଲେ | ଉପସ୍ଥିତ ମାନ୍ୟଗଣ୍ୟ ବ୍ୟକ୍ତିବୃନ୍ଦ ବଳାଙ୍ଗୀ ସାଂସ୍କୃତିକ ଜାଗରଣ ଯାତ୍ରା ଓ ମହାରାଜା ଶ୍ରୀରାମଚନ୍ଦ୍ର ଜ୍ୟୋତି ରଥ ର ଆଭିମୁଖ୍ୟ ସଂପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ | ଏହାପରେ ସଭାପତି ସମସ୍ତଙ୍କୁ ଧନ୍ୟବାଦ ଦେଇ ସଭାଭଙ୍ଗ କରିଥିଲେ | ଏହି ଭବ୍ୟ କାର୍ଯ୍ୟକ୍ରମ ରେ ସହରର ବହୁ ଲୋକ ଯୋଗ ଦେଇଥିଲେ |

  ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ୍

Related posts

ଭୁବନେଶ୍ୱରରେ ଜଗନ୍ନାଥ ପ୍ରେମୀ ମାନଙ୍କ ମିଳିତ ସଭା ଅନୁଷ୍ଠିତ

Sunil Chandra Nayak

କେନ୍ଦୁପଦର କଲେଜ ରେ ଦୁଇଟି ପ୍ରକଳ୍ପ ର ଶିଳାନ୍ୟାସ କଲେ ବିଧାୟକ

Sunil Chandra Nayak

ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନା ପଞ୍ଜିକରଣ ପ୍ରମାଣପତ୍ର ବଣ୍ଟନ ଶିବିର

masiha

Leave a Comment

error: Content is protected !!