ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଝାମୁଯାତ୍ରା ପାଇଁ ଭୂମି ପୂଜା ଓ ମାଁ ଅଷ୍ଟଚଣ୍ତିଙ୍କ ନଗର ପରିକ୍ରମା 

ଝାମୁଯାତ୍ରା ପାଇଁ ଭୂମି ପୂଜା ଓ ମାଁ ଅଷ୍ଟଚଣ୍ତିଙ୍କ ନଗର ପରିକ୍ରମା 

କର୍ଲାମୁଣ୍ଡା: କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ରିଷିଡା ମାଁ ତାରିଣୀ ଅଷ୍ଟଚଣ୍ତି ଶୈବ ଶକ୍ତି ପିଠରେ ଆଗାମୀ ଚୈତ୍ର ମାସରେ ମାଁ ତାରିଣୀ ଙ୍କ ଝାମୁଯାତ୍ରା ଅବସରରେ ଗୁରୁବାର ଓ ଶୁକ୍ରବାର ମାଁ ଚଣ୍ଡୀଙ୍କର ଉଲଗନ ଦିଆ ତଥା ଭୂମି ପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ସହ ବାନା ପୂଜା ଆୟୋଜିତ ହୋଇଯାଇଛି। ଅପରାହ୍ନରେ, ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଘଣ୍ଟ, ଶଙ୍ଖ, ହୁଳହୁଳି, ବାଜା ସହ ଗ୍ରାମର ମାଁ ତାରିଣୀ ଶୈବ ଶକ୍ତି ମନ୍ଦିର ଠାରୁ ନିଲକଣ୍ଠେଶ୍ବର ଶିବ ମନ୍ଦିର ପର୍ଯ୍ୟନ୍ତ ଯାତ୍ରା ଓ ନଗର ପରିକ୍ରମା ଅନୁଷ୍ଠିତ ହୋଇଯାଇଛି l ଶତାଧିକ ମହିଳା ଓ ପୁରୁଷ ସାମିଲ ହୋଇଥିଲେ ଏହି ଯାତ୍ରାରେ ଚଣ୍ଡୀ ଙ୍କ ସମେତ ପାର୍ଶ୍ବ ଦେବୀଦେବଙ୍କ ପରିକ୍ରମା ହୋଇ ଶିବମନ୍ଦିର ଠାରୁ ପ୍ରତ୍ୟାବର୍ତ୍ତନ ଅନୁଷ୍ଠିତ ହୋଇଥିଲା l ଏହି ଯାତ୍ରାରେ ସେବାୟତ ରଂଜନ ରଣା, ହରି ବାରିକ, ପିତାମ୍ବର ରଣା, କୈଳାସ କୁମୁରା, ମହେନ୍ଦ୍ର ପ୍ରଧାନୀ, ସାନୁ ରଣା, ସୂର୍ଯ୍ୟମଣି ରଣା, ସୁଶାନ୍ତ ମଲ୍ଲିକ, ବୃହସ୍ପତି ରଣା, ମହିମା ରଣା, ହୃଦାନନ୍ଦ ମଲ୍ଲିକ, ସେଷଦେବ ରଣା, ଲମ୍ବ ରଣା ହୃଦା ରଣା, ପ୍ରଶନ୍ନ ରଣା, ତପନ ରଣା ସିବୁ ରଣା, ଚୁନୁ ପଟ୍ଟନାୟକ ସୁଶାନ୍ତ ପାତ୍ର ପ୍ରମୁଖ ଯୋଗଦେଇଥିଲେ। ଆସନ୍ତା ଚୈତ୍ର ମାସରେ ସାତ ଦିନ ବ୍ୟାପି ମାଁ ଅଷ୍ଟଚଣ୍ତି ତାରିଣୀ ଙ୍କ ଝାମୁଯାତ୍ରା ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି l

କର୍ଲାମୁଣ୍ଡାରୁ ସୁଶାନ୍ତ ରଣାଙ୍କ ରିପୋର୍ଟ, ମସୀହା

Related posts

କାରଗିଲ ବିଜୟ ଦିବସ ପାଳିତ 

masiha

ଭିନ୍ନକ୍ଷମ ଓ ବରିଷ୍ଠ ନାଗରିକଙ୍କ ପାଇଁ ସ୍ବତନ୍ତ୍ର ଚିକିତ୍ସା ସେବା ଆସନ୍ତା ୮ ରେ…..

ଦୁର୍ନୀତି ର ଏନ୍ତୁଡିଶାଳ ଜୟପାଟଣା ପଞ୍ଚାୟତ ସମିତି, ବିନା ସୂଚନା ଫଳକରେ ଚାଲିଛି ନିର୍ମାଣ କାର୍ଯ୍ୟ

Leave a Comment

error: Content is protected !!