ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ରାଇରଙ୍ଗପୁରରେ କଂଗ୍ରେସ କାର୍ଯ୍ୟାଳୟ ଉଦଘାଟିତ

ରାଇରଙ୍ଗପୁରରେ କଂଗ୍ରେସ କାର୍ଯ୍ୟାଳୟ ଉଦଘାଟିତ

 ମୟୂରଭଞ୍ଜ -୨୧/୦୩ ( ମସିହା)ନିର୍ବାଚନ ବିଗୁଲ ବାଜିବା ପରେ ରାଜନୈତିକ ଦଳ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି । ନିର୍ବାଚନ ବୈତରଣୀ ପାର ହେବାକୁ ସମସ୍ତେ ନିଜ ନିଜର ରଣକୌଶଳ ଆରମ୍ଭ କରି ଦେଇଛନ୍ତି ।ରାଜ୍ଯରେ କଂଗ୍ରେସ ଦଳ ସର୍ବାଗ୍ରେ ଓଡିଶାର ନିଜର ନିର୍ବାଚନ ଇସ୍ତାହାର ପ୍ରକାଶ କରିଛି । ମୟୂରଭଞ୍ଜ ୨ କଂଗ୍ରେସ ତରଫରୁ ରାଇରଙ୍ଗପୁର ନିର୍ବାଚନ ମଣ୍ଡଳୀର କଂଗ୍ରେସ କାର୍ଯ୍ୟାଳୟ ସ୍ଥାନୀୟ ଦୁର୍ଗାମଣ୍ଡପ ଛକ ନିକଟରେ ଜିଲ୍ଲା ସଭାପତି ଶ୍ରୀ ଭୁବନ ସାହୁଙ୍କ କରକମଳରେ ଶୁଭ ଉଦ୍ଘାଟିତ ହୋଇଯାଇଛି ।ଏହି କାର୍ଯ୍ୟକ୍ରମରେ ପିସିସି ସଦସ୍ୟ ପୂର୍ବତନ ବିଧାୟକ ଲକ୍ଷ୍ମଣ ମାଝୀ, ଵର୍ଷଇଆନ୍ କଂଗ୍ରେସ ନେତା ଅନନ୍ତ ଖୁଣ୍ଟିଆ, ଟାଉନ ସଭାପତି ଅଶୋକ ଅଗ୍ରୱାଲ, ବସନ୍ତ ପଟ୍ଟନାୟକ, ଏହି ସେଲ ଜିଲ୍ଲା ସଭାପତି ଭାଗିରଥି ପାତ୍ର,ଯାମଦା ବ୍ଳକ ପ୍ରାକ୍ତନ ଅଧ୍ଯକ୍ଷା ହେଲେନା ବାଗେ,ଆଡଭୋକେଟ ବିଶ୍ବନାଥ ଦାସ, ସବ୍ୟସାଚୀ ଖୁଣ୍ଟିଆ, ରୂପକ ମହାନ୍ତି, ନିଳୀମା ପ୍ରିୟଦର୍ଶିନୀ ସୋରେନ,ଵେରେଲ ସିର୍କା,ସନ୍ତୋଷ କୁମାର ନନ୍ଦ, ମହମ୍ମଦ ଇନ୍ତେଖାବ ଅଲ୍ଲୀ,ରାଜୀବ ମହାନ୍ତ,କିସୁନ ମହାନ୍ତ, ଶଙ୍କର କ୍ଷେତ୍ରୀ, ବିଶ୍ବନାଥ ବିନ୍ଧାଣି, ଜ୍ଞାନ ରଂଜନ ମହାନ୍ତି,ମାନସିଂ ସୋରେନ, ଅଶୋକ ସେଠୀଙ୍କ ସମେତ ବହୁ ଦଳୀୟ କଂଗ୍ରେସ ଉପସ୍ଥିତ ଥିଲେ । ଜିଲ୍ଲା ସଭାପତି କହିଥିଲେ ଭାରତ ସ୍ବାଧୀନତା ଓ ନବ ଭାରତର ନିର୍ମାଣରେ କଂଗ୍ରେସର ଭୂମିକା ଅବର୍ଣ୍ଣନୀୟ ଯାହାକି ସାରା ବିଶ୍ବ ଦେଖିଛି ।କଂଗ୍ରେସ ଦଳ ଲୋକଙ୍କ ଦଳ, ଗରିବଙ୍କ ଦଳ,ଖଟିଖିଆ,ଶ୍ରମିକ,ଯୁବ, ଛାତ୍ର, ମହିଳାଙ୍କ ଦଳ ।୨୦୨୪ ରେ କଂଗ୍ରେସ ଦଳ ୯ ରୁ ୯୦ ବିଧାନ ସଭାରେ ବିଜୟ ଲାଭ କରିବା ନେଇ କଂଗ୍ରେସ ଦଳ ଲୋକାଭିମୁଖୀ ଇସ୍ତାହାର ପ୍ରକାଶ କରିଛି । କଂଗ୍ରେସ ଯାହା କହେ ତାହା କାର୍ଯ୍ୟରେ ପରିଣତ କରେ ।ତେଣୁ ତୃଣମୂଳ ସ୍ତରରେ ସଂଗଠନକୁ ସୁଦୃଢ କରିବା ପାଇଁ କଂଗ୍ରେସ ଦଳ ଅଣ୍ଟା ଭିଡିଛି ।ଦରଦାମ ବୃଦ୍ଧି,ବେକାରୀ ବୃଦ୍ଧି, ଜାତୀୟ ସମ୍ପତ୍ତି ଘରୋଇକରଣ, କଳକାରଖାନା ବନ୍ଦ,ଶ୍ରମିକ ଛଟେଇ , ପେଟ୍ରୋଲ ଦରବୃଦ୍ଧି ଗଣତନ୍ତ୍ର ହତ୍ୟା ବିରୋଧରେ ଲଢେ଼ଇ ଜାରି ରଖିବ ବୋଲି କହିବା ସହ ବିଜେଡି ଓ ବିଜେପି ଗୋଟିଏ ମୁଦ୍ରାର ଦୁଇ ପାର୍ଶ୍ଵ । ତେଣୁ ଓଡ଼ିଶା ସମେତ ସାରା ଭାରତ ପରିବର୍ତ୍ତନ ଚାହୁଁଛି । କଂଗ୍ରେସ ଆଡ଼କୁ ବର୍ତ୍ତମାନ ଜନତା ମୁହାଁଇଛନ୍ତି ।ସମସ୍ତ କଂଗ୍ରେସ କର୍ମୀ ଏକାଠି ହୋଇ ରାହୁଲ ଗାନ୍ଧୀଙ୍କଏବଂ ରାଜ୍ୟ ସଭାପତି ଶରତ ପଟ୍ଟନାୟକଙ୍କ ନିର୍ଦ୍ଦେଶମାନି ଶୃଙ୍ଖଳିତ ଭାବେ ଲଢ଼ିବେ ଓ ଲୋକଙ୍କ ସହ ରହିଲେ ବିଜୟ ସୁନିଶ୍ଚିତ ହେବ ବୋଲି କହିଥିଲେ ।

 ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ୍ 

Related posts

ଅଧିରାଜ ବିଜୟୀ

masiha

ତିରିଂ ବ୍ଳକର ଗଇତଈଲତଆ ପଞ୍ଚାୟତ ଏବଂ ସାନଭୁଣ୍ଡୁ ପଞ୍ଚାୟତରେ ବିକାଶର ବାର୍ତ୍ତା ନେଇ ବିଜେଡିର ଜନ ସଂପର୍କ ଯାତ୍ରା

masiha

କନ୍ଧମାଳରୁ ମୋଦୀଙ୍କ ଦମ୍ଭୋକ୍ତି : ଓଡ଼ିଶାରେ ହେବ ଡବଲ ଇଞ୍ଜିନ୍‌‌ ସରକାର: ‘ମୁଖ୍ୟମନ୍ତ୍ରୀ ବିନା କାଗଜରେ ୩୦ ଜିଲାର ନାଁ କୁହନ୍ତୁ’

masiha

Leave a Comment

error: Content is protected !!