ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଇସ୍ପାତ ସାହିତ୍ୟ ଖଟିରେ ବିଶ୍ୱ କବିତା ଦିବସ ପାଳିତ

ଇସ୍ପାତ ସାହିତ୍ୟ ଖଟିରେ ବିଶ୍ୱ କବିତା ଦିବସ ପାଳିତ

ରାଉରକେଲା -ଇସ୍ପାତ ସହରର ସାହିତ୍ୟ ଖଟିରେ ଓଡ଼ିଆ ଭାଷା ବିକାଶ ମଞ୍ଚର ସାଧାରଣ ସମ୍ପାଦକ ଓ ବିଶିଷ୍ଟ ନାଟ୍ୟକାର ଶ୍ରୀ ଆର୍ତତ୍ରାଣ ମହାପାତ୍ରଙ୍କ ଆବାହକତ୍ୱରେ ସହରର ବିଶିଷ୍ଟ କବି ମାନଙ୍କୁ ନେଇ ” ବିଶ୍ୱ କବିତା ଦିବସ ” ପାଳିତ ହୋଇଯାଇଛି l ଏଥିରେ ମୁଖ୍ୟ ଅତିଥି ଭାବରେ କବି ଡ଼କ୍ଟର ସୁମନ ଦତ୍ତ ଯୋଗ ଦେଇ ସମାଜ ପାଇଁ ପ୍ରତିବଦ୍ଧତା ଥିବା ଯୋଗପଯୋଗୀ କବିତା ମାନ ଲେଖିବା ପାଇଁ ବିଶ୍ୱ କବିତା ଦିବସ ପ୍ରେରଣା ଯୋଗାଇବ ବୋଲି ପ୍ରକାଶ କରିଥିଲେ l ସହରର ବିଶିଷ୍ଟ କବି ବଳରାମ ରାଉଳ, ପ୍ରଫୁଲ୍ଲ କୁମାର ସାମଲ, ଗୌତମ ଦାସ, ଅକ୍ଷୟ କୁମାର ସାମଲ, ସୁଶାନ୍ତ କୁମାର ନାୟକ, ଆର୍ତତ୍ରାଣ ମହାପାତ୍ର, ଡ଼କ୍ଟର ସୁମନ ଦତ୍ତ, କୁଞ୍ଜ ବିହାରି ରାଉତ ଓ ଅନ୍ୟମାନେ ଯୋଗ ଦେଇ ସ୍ୱରଚିତ ଜୀବନବାଦୀ କବିତା ମାନ ପାଠ କରିଥିଲେ l ଏହି ଅବସରରେ ଶ୍ରୀମତୀ ମମତା ମହାପାତ୍ରଙ୍କ ସମ୍ପାଦନରେ ପ୍ରକାଶିତ ” ଯୁଗଶ୍ରୀ ଯୁଗନାରୀର ” ମହିଳା ବିଶେଷାଙ୍କ ମାସିକ ସାହିତ୍ୟ ପତ୍ରିକା ଉନ୍ମୋଚିତ ହୋଇଥିଲା

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ମୋ ଘର ପାଇଁ ଭିଏଲଇ ପ୍ରଶିକ୍ଷଣ ଓ ସଚେତନତା ଶିବିର ଅନୁଷ୍ଠିତ

ବିପଦ ସଙ୍କୁଳ ଅବସ୍ଥାରେ ଥୁଆମୂଳ ରାମପୁର ବ୍ଳକ ଶିକ୍ଷାଧିକାରୀଙ୍କ କାର୍ଯ୍ଯାଳୟ , ନୂତନ କୋଠା ନିର୍ମାଣ ପାଇଁ ଦାବି

Sunil Chandra Nayak

ରାଉରକେଲା କଲେଜରେ ସ୍ବାଧୀନତା ଦିବସ ପାଳିତ

Sunil Chandra Nayak

Leave a Comment

error: Content is protected !!