ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପୁରୁଣାଘାଟି ରାଧେ ରାଧେ ସଂକୀର୍ତ୍ତନ କମିଟି ଆନୁକୂଲ୍ୟରେ ଷୋହଳ ପ୍ରହରୀ ନାମ ଯଜ୍ଞ ମହାସମାରୋହରେ ଅନୁଷ୍ଠିତ

ପୁରୁଣାଘାଟି ରାଧେ ରାଧେ ସଂକୀର୍ତ୍ତନ କମିଟି ଆନୁକୂଲ୍ୟରେ ଷୋହଳ ପ୍ରହରୀ ନାମ ଯଜ୍ଞ ମହାସମାରୋହରେ ଅନୁଷ୍ଠିତ

 ମୟୂରଭଞ୍ଜ – ୨୧/୦୩ ( ମସିହା)ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ପୌରାଞ୍ଚଳ ଅନ୍ତର୍ଗତ ପୁରୁଣାଘାଟୀ ଗ୍ରାମର ବହୁ ପୁରାତନ ତଥା ଦେଢ଼ଶହ ଵର୍ଷରୁ ଉର୍ଦ୍ଧ୍ବ ହେବ ରାଧେ ରାଧେ ସଂକୀର୍ତ୍ତନ କମିଟି ଆନୁକୂଲ୍ୟରେ ତ୍ରିଦିବସୀୟ ଷୋହଳ ପ୍ରହରୀ ନାମ ସଂକୀର୍ତ୍ତନ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି ।ଏହି କାର୍ଯ୍ୟକ୍ରମରେ ବହୁ ପ୍ରସିଦ୍ଧ ନାମ ସଂକୀର୍ତ୍ତନ ଦଳ ଝାଡ଼ଖଣ୍ଡ,ସାନଚାଟରା,ଝାରପୋଖରିଆ ବମ୍ବେ ଛକ,ବାରୁସାହି,ଶୁଣ୍ଢଳ,ଧଳାଡିହି ପ୍ରମୁଖ ସଂକୀର୍ତ୍ତନ ଦଳ ସେମାନଙ୍କ ଭକ୍ତି ପୂର୍ଣ୍ଣ ନାମ ସଂକୀର୍ତ୍ତନ ଓ ଆକର୍ଷଣୀୟ ବେଶଭୂଷାରେ ନୃତ୍ୟ ପରିବେଷଣ କରି ଭକ୍ତବୃନ୍ଦଙ୍କ ମନ କିଣି ନେଇଥିଲେ । ସବୁଦିନ କମିଟି ତରଫରୁ ଅନ୍ନପ୍ରସାଦ,ଖିଚୁଡି,ଖଇରୀ,ମାଲପା, ବଣ୍ଟନ ବ୍ୟବସ୍ଥା କରାଯାଇଥିଲା ଆଖପାଖ ଅଂଚଳରୁ ବହୁ ସଂଖ୍ୟାରେ ହରି ପ୍ରେମୀ ଯୋଗ ଦେଇ ନିଜ ମନର ଠାକୁର ନିତାଇ ଗୌରଙ୍କୁ ପୂଜାର୍ଚ୍ଚନା କରିବା ସହ ଆଶୀର୍ବାଦ ନେଵା ସହ ସମାଜର ମଙ୍ଗଳ କାମନା ପାଇଁ ପ୍ରାର୍ଥନା ଭିକ୍ଷା କରିଥିଲେ। ବସ୍ତୁବାଦୀ ଦୁନିଆଁରେ ସୁଖ ଶାନ୍ତିରେ ଜିଇଁବା ପାଇଁ ମୁଖେ କେବଳ ହରିନାମ । ସମଗ୍ର ଅଂଚଳରେ ହରିବୋଲ ଉଚାରଣରେ ଏକ ଭକ୍ତିମୟ ପରିବେଶ ହୋଇ ଉଠିଥିଲା ।କାର୍ଯ୍ୟକ୍ରମ ପରିଚାଳନାରେ ପ୍ରଦୀପ ସେଠୀ,କାର୍ତିକେଶ୍ବର ସାହୁ,ମାନସ ଦାସ,ଵନ୍ଧନ ବଳ,ଜିତୁ ଦାସ,ମଣ୍ଟି ଦାସ,ଶୁଭୁ ବଳ,ଟୁଟୁ ବଳର,କମଲ ବଳ ,ଗୌତମ ସେଠୀ ସମେତ କମିଟି ସଦସ୍ୟମାନେ ସହଯୋଗ କରିଥିଲେ ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ୍ 

Related posts

ବିଦ୍ୟାଳୟ ସୁରକ୍ଷା ସପ୍ତାହ ପାଳନ 

masiha

ବୌଦ୍ଧଜିଲାରେ ସଫଳତାର ସହ ଶେଷ ହେଲା ଭୀମଭୋଇ ସାମର୍ଥ୍ୟ ଶିବିର

Sunil Chandra Nayak

ବିଶ୍ୱନାଥ ଆଜ୍ଞା ଙ୍କ ୧୧୦ ତମ ଜୟନ୍ତୀ ଉତ୍ସବ ପାଳନ ଉପଲକ୍ଷେ ସ୍ଵେଛାକୃତ ରକ୍ତଦାନ ଶିବିର 

Sunil Chandra Nayak

Leave a Comment

error: Content is protected !!