ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

ଅନିଲ ସିଂ ମେମୋରିଆଲ T-20 ଆନ୍ତ ରାଜ୍ୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ

ଅନିଲ ସିଂ ମେମୋରିଆଲ T-20 ଆନ୍ତ ରାଜ୍ୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ

ଗତ ମାର୍ଚ୍ଚ ୧୬ ତାରିଖ ରୁ ଚାଲିଥିବା ଅନିଲ ସିଂ ମେମୋରିଆଲ T-20 କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆଜି ୨୩/୦୩/୨୦୨୪ ରେ ଉଦଯାପିତ ହୋଇ ଯାଇଛି . ଆଜି ର ଏହି ଶୁଭ ଉଦଯାପନୀ ଦିବସରେ ଫାଇନାଲ ମ୍ୟାଚ ଇଣ୍ଡିଆନ ନାଭି ଏବଂ ଭାଇଜଗ ସୁପର ନୋଭାସ ଭିଶାକାପାଟଣା ମଧ୍ୟ ରେ ଖେଳାଯାଇଥିଲା. ଏହି ମ୍ୟାଚ ରେ ଭାଇଜଗ ସୁପର ନୋଭାସ ଭିଶାକାପାଟଣା ଟସ ଜିଣି ପ୍ରଥମେ ବୋଲିଂ କରିବା ପାଇଁ ନିଷ୍ପତି କରିଥିଲା . ପ୍ରତିପକ୍ଷ ଟିମ ଇଣ୍ଡିଆନ ନାଭି, ବିଶାକାପାଟଣା ବ୍ୟାଟିଂ କରି 6 ଉଇକେଟ ହରାଇ ନିର୍ଦ୍ଧାରିତ 20 ଓଭର ରେ 165 ରନ କରିଥିଲା. ଫାଇନାଲ ମ୍ୟାଚ ର ଏହି ଖେଳ ରେ ଇଣ୍ଡିଆନ ନାଭି, ବିଶାକାପାଟଣା ଟିମ ଭାଇଜଗ ସୁପର ନୋଭାସ ଭିଶାକାପାଟଣାଟିମ କୁ 40 ରନ ରେ ପରାସ୍ତ କରିଥିଲା.।

ଆଜିର ଏହି ମ୍ୟାଚ ରେ ଇଣ୍ଡିଆନ ନାଭି ଟିମ କୁ ଚାମ୍ପିୟନ ଘୋଷଣା କରାଯାଇଥିବା ବେଳେ ନିତିନ ରାଧା ତା୍ୱାର ଙ୍କୁ ମ୍ୟାନ ଅଫ ମ୍ୟାଚ ଓ ନିତିନ ରାଧା ତା୍ୱାର ଙ୍କୁ ମ୍ୟାନଅଫ ସିରିଜ,ନିତିନ ରାଧା ତା୍ୱାର ବେଷ୍ଟ ବୋଲେର ଏବଂ ଶୁଭମ ରୋହିଲା ବେଷ୍ଟ ବ୍ୟାଟ୍ସ ମ୍ୟାନ ଘୋଷଣା କରାଯାଇଥିଲା ।

ଆଜିର ଏହି ଉଦଯାପନୀ ସମାରୋହ ରେ ଜେକେ କାଗଜ କଳ ର ମୁଖ୍ୟ ଶ୍ରୀ ବିନୟ ଦ୍ବିବେଦୀ, କାର୍ଯ୍ୟ ନିର୍ବାହୀ ଉପସଭାପତି କାର୍ମିକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ. *ଶ୍ରୀ ବିଶ୍ୱଜିତ ଦ୍ବି୍ବେଦି, ଉପସଭାପତି, ବାଣିଜ୍ୟ ସାମାନନୀୟ ଅତିଥି ଭାବେ ଯୋଗ ଦେଇ ଭାଇଜଗ ସୁପର ନୋଭାସ ରନର୍ସ ଅପ ଟିମ କୁ ଟ୍ରଫି ପ୍ରଦାନ କରିବା ସହ ୫୦,୦୦୦ ଉପ ବିଜେତା ରାଶି ପ୍ରଦାନ କରିଥିଲେ।. ଶ୍ରୀ ବିନୟ ଦ୍ବିବେଦୀ, କାର୍ଯ୍ୟ ନିର୍ବାହୀ ଉପସଭାପତି କାର୍ମିକ ବିଜେତା ଟିମ ଇଣ୍ଡିଆନ ନାଭି କୁ ଟ୍ରଫି ସହ ୧,୦୦,୦୦୦ ବିଜେତା ରାଶି ପ୍ରଦାନ କରିଥିଲେ* । ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ଶ୍ରୀ ସନ୍ଦୀପ ପାଣ୍ଡେ ଜେନେରାଲ ମ୍ୟାନେଜେର ମାନବ ସମ୍ବଳ, ଶ୍ରୀ ଏମ ଆର କେ ଏମ ରାୟ, ଜେନେରାଲ ମ୍ୟାନେଜେର ମେକାନିକାଲ, ଶ୍ରୀ ରଂଜିତ ଦାସ, ଶ୍ରୀ ଯୋଗେଶ ସାହରେ, ଶ୍ରୀ ଅରିଜିତ ସ୍ୱାଇଁ, ଶ୍ରୀ ଶୈଳେନ୍ଦ୍ର କୁମାର ସାମନ୍ତରାୟ ଜେକେ କାଗଜ କଳ ର କର୍ମଚାରୀ ବୃନ୍ଦ ଉପସ୍ଥିତ ଥିଲେ. ଏହି ମ୍ୟାଚ ରେ ଆଖ ପାଖ ଅଂଚଳର ବହୁ ମାନ୍ୟ ଗଣ ବ୍ୟକ୍ତି ତଥା ଏବଂ ଶ୍ରୀ ପି ଗୌରୀ ଶଙ୍କର, ସଂଯୋଜକ ଆମ ଓଡିଶା ନବୀନ ଓଡିଶା, ରାୟଗଡା ଜିଲ୍ଳା, ଶ୍ରୀମତୀ ସନ୍ଧ୍ୟା ରାଣୀ ପୁଲକା, ଜ଼ିଲ୍ଲା ପରିଷଦ ମେମ୍ବର ଏବଂ ବହୁତ ସଂଖ୍ୟାର ଦର୍ଶକ ଉପସ୍ଥିତ ରହି ବିଭିନ୍ନ ରାଜ୍ୟ ରୁ ଆସିଥିବା କ୍ରିକେଟ୍ ଟିମ୍ ଏବଂ ବିଜେତା ଟିମ୍ କୁ ସମ୍ବୋଧିତ କରିବା ସହ ଜେକେ ସ୍ପୋର୍ଟସ କ୍ଲବ ର କର୍ମକର୍ତ୍ତା ମାନଙ୍କୁ କାର୍ଯ୍ୟକ୍ରମ କୁ ସୁଚାରୁରୂପେ ପରିଚାଳନା କରିଥିବାରୁ ଅନେକ ଶୁଭେଚ୍ଛା ଜଣାଇଥିଲେ। ପରିଶେଷ ରେ ଶ୍ରୀ ଦୀପକ କୁମାର ସାମଲ ଉପସ୍ଥିତ ଥିବା ସମସ୍ତ ଟିମ , ଦର୍ଶକ ଓ ପରିଚାଳକ ମାନଙ୍କୁ ଧନ୍ୟବାଦ ଦେଇଥିଲେ। ଜେକେପିଏମ ର ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ମିଲନ ଲେଙ୍କା କାର୍ଯ୍ୟକ୍ରମ ରେ ଉପସ୍ଥିତ ରହି ଗଣମାଧ୍ୟମ ର ପ୍ରତିନିଧି ମାନଙ୍କୁ ତଥ୍ୟର ସମ୍ୟକ ସୂଚନା ପ୍ରଦାନ କରିଥିଲେ ।

ରାୟଗଡ଼ା ରୁ ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ଏକାଦଶ ରାଜ୍ୟ ମୁଏଥାଇ (ଥାଇ ବକ୍ସିଂ) ପ୍ରତିଯୋଗିତା 2023, ଉଦଘାଟିତ

Maharashtra declared as winner while Delhi bagged the runner-up position

masiha

ମା ତାରିଣୀ କ୍ରିକେଟ , ଚାନ୍ଦଗିରୀ ଚାମ୍ପିୟନ

Sunil Chandra Nayak

Leave a Comment

error: Content is protected !!