ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରଶ୍ମିପ୍ରଭାର ସପ୍ତମ ବାର୍ଷିକୋତ୍ସବ ଅନୁଷ୍ଠିତ

ରଶ୍ମିପ୍ରଭାର ସପ୍ତମ ବାର୍ଷିକୋତ୍ସବ ଅନୁଷ୍ଠିତ

ବାଲେଶ୍ଵର,୨୪/୩/୨୪- ସୁନ୍ଦରଗଡ ଜିଲ୍ଲା ରାଉରକେଲା ସ୍ଥିତ ଗୋପବନ୍ଧୁ ପଲ୍ଲୀ ଉନ୍ନିତ ଉଚ୍ଚ ବିଦ୍ୟାଳୟ ପରିସରରେ ତ୍ରୟମାସିକ ପତ୍ରିକା ରଶ୍ମିପ୍ରଭାର ସପ୍ତମ ବାର୍ଷିକ ଉତ୍ସବ ଓ କବିତା ପାଠ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ରଶ୍ମିପ୍ରଭା ସମ୍ପାଦକ ମନୋଜ କୁମାର ନନ୍ଦଙ୍କ ଅତିଥି ପରିଚୟ ପ୍ରଦାନ ପରେ ରାଧାକାନ୍ତ ମହାରଣାଙ୍କ ସଭାପତିତ୍ବରେ ସାହିତ୍ୟ ଆଲୋଚନା ଓ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ତ୍ରିଲୋଚନ ମଥାନ ଯୋଗ ଦେଇଥିବା ବେଳେ ଅନ୍ୟ ଅତିଥି ମାନେ ମଞ୍ଚାସୀନ ଥିଲେ । ଏହି ରାଜ୍ୟ ସ୍ତରୀୟ କବିତା ସମ୍ମିଳନୀରେ ସୁଦୂର ବାଲେଶ୍ଵର ଜିଲ୍ଲାରୁ କବୟିତ୍ରୀ ଜ୍ଯୋତ୍ସ୍ନାରାଣୀ ମହାନ୍ତି ଓ କବି ନରେନ୍ଦ୍ର ପ୍ରସାଦ ବେହେରା ଯୋଗ ଦେଇଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ମମତା ମହାନ୍ତି, କବିତା ଉପାଧ୍ୟାୟ, ମମତା କୁମାରୀ ଜେନା, ମମତା କୁମାରୀ ସୁଆର, ଅନୁପମା ପ୍ରଧାନ, ସ୍ନିଗ୍ଧା ନାୟକ, ଗୀତାରାଣୀ ବେହେରା, ଗୋଲାପ ନନ୍ଦ, ସୁସ୍ମିତା ମହାପାତ୍ର, ବାସନ୍ତୀ ମଥାନ, ସୁମିତ୍ରା ମିଶ୍ର, ରାଧାକାନ୍ତ ମହାରଣା, ହରମୋନ ମିଶ୍ର, ବ୍ରହ୍ମାନନ୍ଦ ମହାନ୍ତି, ଇଂ ଦିଲ୍ଲୀପ କୁମାର ମିଶ୍ର, କିଶୋର ମୋହନ କର, ପ୍ରକାଶ ଚନ୍ଦ୍ର ସେଠୀ, ଉପେନ୍ଦ୍ର କୁମାର ବସ୍ତିଆ, ବସନ୍ତ ବିଶ୍ବକର୍ମା, ପୂର୍ଣ୍ଣ ଚନ୍ଦ୍ର ମେହେର ଓ ପ୍ରତାପ କୁମାର ପଣ୍ଡାଙ୍କ ସମେତ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ପ୍ରାୟ ୧୦୦ ରୁ ଉର୍ଦ୍ଧ୍ବ କବି କବୟିତ୍ରୀ ମାନେ ଯୋଗଦେଇ କବିତା ପାଠ କରି ଆତ୍ମସନ୍ତୋଷ ଲାଭ କରିଥିଲେ । ଏହି ପରିପ୍ରେକ୍ଷୀରେ ମୁଖ୍ୟ ଅତିଥି କବୟିତ୍ରୀ ଜ୍ଯୋତ୍ସ୍ନାରାଣୀ ମହାନ୍ତି, ବାଲେଶ୍ଵର, କବି ନରେନ୍ଦ୍ର ପ୍ରସାଦ ବେହେରା, ବାଲେଶ୍ଵର, କବୟିତ୍ରୀ ଗୋଲାପ ନନ୍ଦ, ଅନୁଗୋଳ, କବୟିତ୍ରୀ ସ୍ନିଗ୍ଧା ନାୟକ, ସମ୍ବଲପୁର, ଅନୁପମା ପ୍ରଧାନ, ଅନୁଗୋଳ, କବୟିତ୍ରୀ ମମତା କୁମାରୀ ସୁଆର, ଗଞ୍ଜାମ, କବି ପୂର୍ଣ୍ଣ ଚନ୍ଦ୍ର ମେହେର, ବଲାଙ୍ଗୀର, କବୟିତ୍ରୀ ଲୋପାମୁଦ୍ରା ଜେନା, ଭୁବନେଶ୍ୱରଙ୍କୁ ରଶ୍ମିପ୍ରଭା ସାରସ୍ୱତ ସମ୍ମାନ ଏବଂ ତ୍ରିଲୋଚନ ମଥାନ, ରାଉରକେଲାଙ୍କୁ ଶିଶୁ କବିତା ସାରସ୍ୱତ ସମ୍ମାନ, କବି ସତ୍ୟବ୍ରତ ଦାସ, ରାଉରକେଲାଙ୍କୁ ଶିଶୁ ଗଳ୍ପ ସାରସ୍ୱତ ସମ୍ମାନ, ପ୍ରତାପ କୁମାର ପଣ୍ଡା, ରାଉରକେଲାଙ୍କୁ କବିତା ସାରସ୍ୱତ ସମ୍ମାନ, କବୟିତ୍ରୀ ମଞ୍ଜୁଳା କୁମାରୀ ରଥ ଓ କବି ବ୍ରଜ ବିହାରୀ ଦାଶଙ୍କୁ ରଶ୍ମି ପ୍ରକାଶନୀ ସମ୍ମାନରେ ସମ୍ମାନିତ କରିଥିଲେ ମୁଖ୍ୟ ଅତିଥି । ମଞ୍ଚାସୀନ ଅତିଥି ମାନଙ୍କ ଦ୍ବାରା ପତ୍ରିକା ରଶ୍ମିପ୍ରଭା ଉନ୍ମୋଚିତ ହୋଇଥିଲା । ରଶ୍ମିବାଳା ରାଉତରାୟ, ଗୋଲାପ ନନ୍ଦ, ଗୀତାରାଣୀ ବେହେରା, ସୁମିତ୍ରା ମିଶ୍ର ଓ ସୁଶାନ୍ତ କୁମାର ନାୟକଙ୍କ କବିତା ସଂଯୋଜନା ସମସ୍ତଙ୍କୁ ଆନନ୍ଦିତ କରିଥିଲା । ବାଲେଶ୍ଵର କବୟିତ୍ରୀ ଓ କବି ରାଉରକେଲାରେ ସମ୍ବର୍ଦ୍ଧିତ ହୋଇ ଜିଲ୍ଲାର ଗୌରବ ବୃଦ୍ଧି କରିବା ସଙ୍ଗେ ସଙ୍ଗେ ରାଉରକେଲା ମାଟିକୁ ଶତଶତ ଧନ୍ୟବାଦ ଜଣାଇଛନ୍ତି ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ବହାନାଗା ଟ୍ରେନ ଦୂର୍ଘଟଣାରେ ମୃତକଙ୍କ ଆତ୍ମାର ସଦଗତି ପାଇଁ ଜୟ ତେନ୍ତୁଳିଖୁଣ୍ଟି ଗ୍ରୁପ କ୍ୟାଣ୍ଡଲ ଯାତ୍ରା

ବିଭିନ୍ନ‌ ଦାଵି ନେଇ ଵିଜାତଳା ବ୍ଳକ ସ୍ତରୀୟ ଅଲ୍ ଓଡିଶା ଜିପିଏଲଫ କର୍ମଚାରୀ ସଂଘ ତରଫରୁ ବ୍ଳକ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା

Sunil Chandra Nayak

ବାଣିଜ୍ୟ ଓ ପରିଚାଳନା କ୍ଷେତ୍ରରେ ନୂତନ ସମ୍ଭାବନା ସମ୍ପର୍କୀତ ଅନ୍ତର୍ଜାତୀୟ ଆଲୋଚନା ଚକ୍ର ଉଦ୍‌ଘାଟିତ

masiha

Leave a Comment

error: Content is protected !!