ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ପ୍ରଦେଶ କଂଗ୍ରେସ କମିଟି ସମ୍ପାଦିକା ଭାବେ ମନୋନୀତ ହେଲେ ପି.ନାଗାରତ୍ନମ

ପ୍ରଦେଶ କଂଗ୍ରେସ କମିଟି ସମ୍ପାଦିକା ଭାବେ ମନୋନୀତ ହେଲେ ପି.ନାଗାରତ୍ନମ

 ନବରଙ୍ଗପୁର (୨୫/୩) ବରିଷ୍ଠ ଜିଲ୍ଲା କଂଗ୍ରେସ ସଭାନେତ୍ରୀ ପି. ନାଗାରତ୍ନମ ଙ୍କୁ ପ୍ରଦେଶ କଂଗ୍ରେସ କମିଟି ସମ୍ପାଦିକା ଭାବେ ମନୋନୀତ ହୋଇଥିବା ଖବର ମିଳିଛି ! ଏଆଇ ସିସି ପକ୍ଷରୁ ପି.ନାଗାରତ୍ନମ ଙ୍କୁ ପିସିସି ସମ୍ପାଦିକା ଭାବରେ ମନୋନୀତ କରାଯାଇଥିବା ନେଇ ପିସିସି ଙ୍କୁ ଏକ ପତ୍ର ମାଧ୍ୟମରେ ଅବଗତ କରାଯାଇଛି ! ଏହାପରେନବରଙ୍ଗପୁର ଜିଲ୍ଲା କଂଗ୍ରେସ ମହଲ ରେ ଉତ୍ସାହ ଦେଖିବାକୁ ମିଳିଛି ! ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ଦିଗି ପଂଚାୟତ ଅନ୍ତର୍ଗତ ଚରାମୁଳା ଗ୍ରାମର ପି.ନାଗା ରତ୍ନମ ୧୯୯୨ ମସିହାରେ ରାଜନୀତି ଜୀବନ ଆରମ୍ଭ କରି ୧୯୯୨ ମସିହାରେ ପ୍ରଥମ ଥର ଦିଗି ପଞ୍ଚାୟତ ର ସମିତି ସଭ୍ୟା ଭାବେ ନିର୍ବାଚିତ ହୋଇଥିଲେ ! ପୁଣିଥରେ ୧୯୯୭ ମସିହାରେ ସମିତି ସଭ୍ୟା ଭାବେ ନିର୍ବାଚିତ ହୋଇ ୨୦୦୨ ମସିହା ପର୍ଯ୍ୟନ୍ତ ତେନ୍ତୁଳିଖୁଣ୍ଟି ବ୍ଲକ ଅଧକ୍ଷା ଭାବେ ୫ବର୍ଷ ଥିଲେ ଏବଂ ଦୀର୍ଘ ୧୫ ବର୍ଷ ପର୍ଯ୍ୟନ୍ତ ଜିଲ୍ଲା ମହିଳା କଂଗ୍ରେସ ସଭାନେତ୍ରୀ ଭାବେ କାର୍ଯ୍ୟ କରି ସଂଗଠନ ଙ୍କୁ ସୁଦୃଢ କରିବାରେ ଅଣ୍ଟା ଭିଡ଼ିଥିଲେ!ଏହା ପରଠୁ ସେ ଆଉ କେବେ ପଛକୁ ଫେରିନାହାନ୍ତି ! ବିପୁଳ ଜନ ସମର୍ଥନ ସାଙ୍ଗକୁ ତାଙ୍କ କାର୍ଯ୍ୟ ଶୈଳୀ ବ୍ଲକ ବାସୀଙ୍କୁ ଆପ୍ୟାୟିତ କରିଥିଲା ! ଜଣେ ନାରୀ ନେତ୍ରୀ ଭାବରେ ଜନତା ଙ୍କ ସେବାରେ ଦିନରାତି ଏକ କରି ଦେଇଥିଲେ ! ସେହିପରି ଶ୍ରୀମତୀ ନାଗା ରତ୍ନମ ପ୍ରଦେଶ କଂଗ୍ରେସ କମିଟି ସଭ୍ୟା ଭାବରେ ରହି କଂଗ୍ରେସ ପାଇଁ କାର୍ଯ୍ୟ କରୁଥିଲେ ! ତେବେ ବର୍ତ୍ତମାନ ଶ୍ରୀମତୀ ନାଗା ରତ୍ନମ ଙ୍କୁ ପ୍ରଦେଶ କଂଗ୍ରେସ କମିଟି ସମ୍ପାଦିକା ଭାବେ ମନୋନୀତ କରାଯିବା ପରେ କଂଗ୍ରେସ ମହଲ ରେ ବେଶ ଉତ୍ସାହ ଦେଖିବାକୁ ମିଳିଛି ! ଚଳିତ ସାଧାରଣ ନିର୍ବାଚନ ରେ କଂଗ୍ରେସ ଭଲ ପ୍ରଦର୍ଶନ କରିବ ବୋଲି ନବ ନିଯୁକ୍ତି ପିସିସି ସମ୍ପାଦିକା ନାଗା ରତ୍ନମ ପ୍ରକାଶ କରିବା ସହିତ,ମୋର ଶେଷ ନିଶ୍ୱାସ ପର୍ଯ୍ୟନ୍ତ କଂଗ୍ରେସ ପାଇଁ କାମ କରିବି ଓ ମୋର ଶେଷ ଯାତ୍ରା ରେ କଂଗ୍ରେସ ଦଳର ପତାକା ମୋ ସାଥି ହୋଇ ରହିବ ବୋଲି କହିବା ସହ ନବରଙ୍ଗପୁର ଜିଲ୍ଲା କଂଗ୍ରେସ ସଭାପତି ଭୁଜବଳ ମାଝୀ ଓ ରାଜ୍ୟ ସଭାପତି ଶରତ ପଟନାୟକ ଙ୍କୁ କୃତଜ୍ଞତା ଜଣାଇଥିଲେ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

କୋକସରା ବ୍ଲକରେ ଭାରତ ଯୋଡୋ ପଦଯାତ୍ରାରେ ଶରତ ପଟ୍ଟନାୟକଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା

Sunil Chandra Nayak

ଆମ୍ବେଦକରଙ୍କ ୧୩୨ତମ ଜନ୍ମ ଜୟନ୍ତୀ ପାଳନ କଲା ଜାତୀୟ କଂଗ୍ରେସ

Sunil Chandra Nayak

ରାୟଗଡ଼ା ବିଜେଡି ରେ ଇସ୍ତଫା ର ସୁଅ 

masiha

Leave a Comment

error: Content is protected !!