ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଗ୍ରାମ ବିକାଶ ଶିକ୍ଷା ନିକେତନ ଠାରେ ବ୍ଳକ ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ

ଥୁଆମୂଳ ରାମପୁର:୬/୪- ମ.ନି.ସ:- କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଳକ ଗୋପାଳପୁର ଗ୍ରାମ ପଞ୍ଚାୟତ କୁମୁଡାବହାଲ ଗ୍ରାମ ବିକାଶ ଶିକ୍ଷା ନିକେତନ ଠାରେ ବ୍ଳକ ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି। ପ୍ରଧାନ ଶିକ୍ଷକ ଶ୍ରୀ ଅରବିନ୍ଦ ସ୍ବାଇଁଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଥୁଆମୂଳ ରାମପୁର ପଞ୍ଚାୟତ ସମିତି ଗୋଷ୍ଠୀଉନ୍ନୟନ ଅଧିକାରୀ ଶ୍ରୀ ଶୁଭକାନ୍ତ ନାୟକ ମୁଖ୍ୟ ଅତିଥି, ମୁଖ୍ୟ ବକ୍ତା ଭାବେ ଥୁଆମୂଳ ରାମପୁର କଲେଜର ପ୍ରିନ୍ସିପାଲ ଶ୍ରୀ ସତ୍ଯନାରାୟଣ ମୁଣ୍ତଛିନା ଯୋଗଦେଇଥିବା ବେଳେ ଅନ୍ଯାନ୍ଯ ଅତିଥିମାନଙ୍କ ମଧ୍ୟରେ ଡବ୍ଲ୍ୟୁଇଓ ଗଙ୍ଗାଧର ବେହେରା, ଥୁଆମୂଳ ରାମପୁର ବ୍ଳକ ଶିକ୍ଷାଧିକାରୀ ଲୋକନାଥ ବେହେରା, ଗୋପାଳପୁର ବାଳିକା ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଶ୍ରୀ ଅମରେନ୍ଦ୍ର ସାହୁ, ଥୁଆମୂଳ ରାମପୁର ହାଇସ୍କୁଲ ପ୍ରଧାନ ଶିକ୍ଷକ ଶ୍ରୀ କୃର୍ତ୍ତିବାସ ନାଏକ, ସମେତ୍ ସମସ୍ତ ସିଆରସିସି ଓ ଶିକ୍ଷକ ଯୋଗଦାନ କରିଥିଲେ। ସର୍ବୋମୋଟ ୩୨ଟି ବିଦ୍ୟାଳୟର ୪୨ ଗୋଟି ବିଜ୍ଞାନ ପ୍ରକଳ୍ପ ପ୍ରଦର୍ଶନ ହୋଇଥିଲା। ସହଯୋଗ କରିଥିଲେ ଉକ୍ତ ବିଦ୍ୟାଳୟର ଶିକ୍ଷକ ଓ ଶିକ୍ଷୟିତ୍ରୀ।

ଥୁଆମୂଳ ରାମପୁର ବ୍ଳକରୁ ବଳଭଦ୍ର ବାଗଙ୍କ ରିପୋର୍ଟ

Related posts

ଶ୍ରୀ ଶ୍ରୀ ଲକ୍ଷ୍ମୀମାଙ୍କ ୧୨୯ତମ ଜନ୍ମ ଦିବସ ପାଳନ କଲେ ଡାବୁଗାଁ ସତସଙ୍ଗୀ ଭାଇ ଓ ମାଆ ମାନେ

Sunil Chandra Nayak

କୋକସରା ବ୍ଲକ ରେ ରଥଯାତ୍ରା ପାଇଁ ସମନ୍ୱୟ ବୈଠକ ଅନୁଷ୍ଠିତ

Sunil Chandra Nayak

ଉପେନ୍ଦ୍ର କୁମାର ବସ୍ତିଆ ଙ୍କ କବିତା ନୂଆଖାଇ

Sunil Chandra Nayak

Leave a Comment

error: Content is protected !!