ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଭଗବାନ ଶ୍ରୀ ଗୌରାଙ୍ଗ ମହାପ୍ରଭୁଙ୍କ ଜନ୍ମ ଉତ୍ସବ ଗୌରପୂର୍ଣ୍ଣିମା ମହା ଆଡମ୍ବରରେ ପାଳିତ

ଭଗବାନ ଶ୍ରୀ ଗୌରାଙ୍ଗ ମହାପ୍ରଭୁଙ୍କ ଜନ୍ମ ଉତ୍ସବ ଗୌରପୂର୍ଣ୍ଣିମା ମହା ଆଡମ୍ବରରେ ପାଳିତ

ଇକ୍ସନ ନାମହଟକେନ୍ଦ୍ର ଗୌତମନଗର, ରାୟଗଡ ପକ୍ଷରୁ ଭଗବାନ ଶ୍ରୀ ଗୌରାଙ୍ଗ ମହାପ୍ରଭୁଙ୍କ ଜନ୍ମ ଉତ୍ସବ ଗୌରପୂର୍ଣ୍ଣିମା ମହା ଆଡମ୍ବରରେ ପାଳିତ ହୋଇଯାଇଛି | ଏହି ଉତ୍ସବଟି ରାୟଗଡ ସହର ଗୈତମନଗରର ଷଷ୍ଠଗଳିରେ ଥିବା ଇକ୍ସନ ନାମହଟ କେନ୍ଦ୍ର ନିକଟରେ ଅନୁଷ୍ଠିତ ହୋଇଥିଲା | ମାର୍ଚ୍ଚ 24 ଓ 25 ତାରିଖ ଦୁଇ ଦିନ ଧରି ପାଳିତ ହୋଇଥିବା ଏହି କାର୍ଯ୍ଯକ୍ରମରେ ପ୍ରଥମ ଦିନ ଅଧବାସ ଓ ଦ୍ବିତୀୟ ଦିନ ଜନ୍ମୋତ୍ସବ କରାଯାଇଥିଲା | ଦୁଇ ଦିନ ସଂନ୍ଧ୍ଯା ସମୟରେ ଓଡିଶାର ଇସ୍କନ ସଂଘର ବରିଷ୍ଠ ସାଧୁ ପୂଜ୍ଯପାଦ ପୂର୍ଣ୍ଣଚନ୍ଦ୍ର ଗୌର ଦାସ ପ୍ରଭୁଙ୍କ ଦ୍ବାରା ଗୌରକଥା କରାଯାଇଥିଲା |ରାୟଗଡ ସହରର ବିଭିନ୍ନ ଅଞ୍ଚଳ ତଥା କଲ୍ଯାଣସିଂହପୁର, ଗୁଣୁପୁର, ମୁନିଗୁଡା, ଥେରୁବାଲି ଅଞ୍ଚଳର ଅନେକ ଭକ୍ତ ଏହି ମହୋତ୍ସବରେ ଯୋଗଦେଇଥିଲେ | ଉତ୍ସବର 15 ଦିନ ପୂର୍ବରୁ ନାମହଟ କେନ୍ଦ୍ର ଉକ୍ତମାନେ ସାହି, ବଜାର ବୁଲି କୀର୍ତ୍ତନ କରିବା ସହ ପ୍ରଚାରପତ୍ର ବାଣ୍ଟିଥିଲେ | ଦୁଇଦିନରେ 25ଶହ ଲୋକଙ୍କ ସମାଗମ ହୋଇଥିଲା |

କଳିଯୁଗରେ ପ୍ରଥଭଷ୍ଠ ମନୁଷ୍ଯ ସମାଜକୁ ଉଦ୍ଧାର କରିବା ପାଇଁ ସ୍ବୟଂ ଶ୍ରୀକୃଷ୍ଣ ନିଜେ ଚୈତନ୍ଯ ମହାପ୍ରଭୁ ରୂପେ ଅବତିର୍ଣ୍ଣ ହୋଇ ଜନସମାଜକୁ କୃଷ୍ଣଭକ୍ତି ଶିକ୍ଷା ଦେବା ପାଇଁ ହରେ କୃଷ୍ଣ ସଂକୀର୍ତ୍ତନ ଆରମ୍ଭ କରିଥିଲେ | ଏହି ସଂକୂର୍ତ୍ତନକୁ ଦେଶ ବିଦେଶରେ ପହଂଚାଇବା ପାଇଁ ଇସ୍କନର ପ୍ରତିଷ୍ଠାତା ଆଚାର୍ଯ୍ଯ ଭକ୍ତିବେଦାନ୍ତ ସ୍ବାମୀ ଶ୍ରୀ ପ୍ରଭୁପାଦ ନିଜ ଗୁରୁ ଭକ୍ତି ସିଦ୍ଧାନ୍ତ ସରସ୍ବତୀ ଠାକୁରଙ୍କ ଆଦେଶ ପାଳନ କରି ଦେଶ ବିଦେଶରେ କୃଷ୍ଣଭକ୍ତି ପ୍ରଚାର କରିଥିଲେ | ସ୍ବାମୀ ପୂର୍ଣ୍ଣଚନ୍ଦ୍ର ଗୌରଦାସ ପ୍ରଚାର ସମ୍ପର୍କରେ କଣ କହୁଛନ୍ତି ଶୁଣନ୍ତୁ | ଏହି କ୍ରମରେ ରାୟଗଡର ଅଧିବାସୀ ମାନଙ୍କୁ କୃପା କରିବା ପାଇଁ ଶ୍ରୀଧାମ ବୃନ୍ଦାବନରୁ ଗୌରନିତାଇ ରାୟଗଡ ଆଗମନ କରିଥିଲେ | ଭଗବାନ ଗୌରନିତାଇଙ୍କ ଦିବ୍ଯ ସୁନ୍ଦର ବିଗ୍ରହକୁ ପୂର୍ଣ୍ଣମୀ ଦିନ ସଂଧ୍ଯାରେ ବିଭିନ୍ନ ଫଳରସ ଓ ଫୁଲରେ ଅଭିଷେକ କରାଯାଇଥିଲା | ଅଭିଷେକ ଦର୍ଶନ କରି ଉକ୍ତମାନେ ଭାବ ବିହ୍ବଳ ହୋଇ ନୃତ୍ଯ କୀର୍ତ୍ତନ କରିଥିଲେ | ଭକ୍ତମାନେ ଶ୍ରଦ୍ଧାରେ ଗୌରନିତାଙ୍କୁ 150 ରୁ ଅଧିକ ଭୋଗ ପ୍ରସ୍ତୁତ କରି ଅର୍ପଣ କରିଥିଲେ, ଏହି ଉତ୍ସବକୁ ନାମହଟ କେନ୍ଦ୍ରର ମୁଖ୍ଯ ଶ୍ରୀପାଦ ସୁବଳହରି ପ୍ରଭୁ ବ୍ରହ୍ମପୁରୀ ଶ୍ରୀମାନ ଧନଞ୍ଜୟ ହୃଷୀକେଶ ପ୍ରଭୁ, ବ୍ରହ୍ମଚାରୀ, ଶ୍ରୀମାନ ତୀର୍ଥରାଜ ପ୍ରଭୁ, ଶ୍ରୀମାନ ନିତ୍ଯସେବକ ପ୍ରଭୁ ପରିଚାଳନା କରିଥିଲେ |

ରାୟଗଡ଼ା ରୁ ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

କେନାଲ ପାଣି ରେ ଭାସି ଗଲେ ବ୍ୟକ୍ତି , ୧୫ ଘଣ୍ଟା ପରେ ଶବ ଉଦ୍ଧାର 

Sunil Chandra Nayak

ଏଆଇସିସି ପର୍ଯ୍ୟବେକ୍ଷକ ଡ଼ଃ ପଲକ ବର୍ମାଜୀ ଙ୍କ ରାଉରକେଲା ଗ୍ରସ୍ତ 

Sunil Chandra Nayak

ଧର୍ମଗଡ଼ ଉପଖଣ୍ଡ ବ୍ରାହ୍ମଣ ସମାଜ ଦ୍ୱାରା ସାମୁହିକ ବ୍ରତପନୟନ

Sunil Chandra Nayak

Leave a Comment

error: Content is protected !!