ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଓଡିଶା ସାହିତ୍ୟ ଏକାଡେମୀ ଆନୁକୂଲ୍ୟରେ ହେମନ୍ତ ସ୍ମୃତି ସାରସ୍ବତ ସମାରୋହ ଆସନ୍ତା ୯ ଓ ୧୦ରେ

ରାଉରକେଲା/ ଓଡିଶା ସାହିତ୍ୟ ଏକାଡେମୀ ଆନୁକୂଲ୍ୟରେ ଚଳିତ ଏପ୍ରିଲ ମାସ ୯ ଓ ୧୦ ତାରିଖ ଦୁଇ ଦିବସ ବ୍ୟାପି ହେମନ୍ତ ସ୍ମୃତି ସାରସ୍ବତ ସମାରୋହ ସ୍ଥାନୀୟ ସିଭିକ ସେଣ୍ଟର ଠାରେ ଅନୁଷ୍ଠିତ ହେବ ବୋଲି ଆଦର୍ଶ ସାହିତ୍ୟ ଘର ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମେଳନରେ କୁହାଯାଇଛି। ଏ ସଂପର୍କରେ ଓଡିଶା ସାହିତ୍ୟ ଏକାଡେମୀ ର ସଦସ୍ୟ ରାଜୀବ ପାଣି ସାମ୍ବାଦିକଙ୍କୁ ସୂଚନା ପ୍ରଦାନ କରି କହିଲେ ଯେ ଏହି କାର୍ଯ୍ୟକ୍ରମ ରେ ସୁନ୍ଦରଗଡ ଜିଲ୍ଲା ସମେତ ଓଡିଶାର ବହୁ ବରେଣ୍ୟ ସାହିତ୍ୟଗଣ ଯୋଗଦାନ କରି ଆଲୋଚନାଚକ୍ର ଓ କବିତା ପାଠୋତ୍ସବରେ ଅଂଶଗ୍ରହଣ କରିବେ। ୯ ତାରିଖ ଅପରାହ୍ନ ୪ଟା ୩୦ମିନିଟରେ ବିଶିଷ୍ଟ କବି ଡଃ ଭଗବାନ ଜୟସିଂହ ଉଦଘାଟକ ଭାବେ ଓ ଓଡିଶା ସାହିତ୍ୟ ଏକାଡେମୀ ସଭାପତି ଡଃ ହୃଷିକେଶ ମଲ୍ଲିକ ଙ୍କ ପୌରହିତ୍ୟରେ ବରିଷ୍ଠ କଥାକାର ଭୂପେନ ମହାପାତ୍ର, ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ,ଗାଳ୍ପିକ ପବିତ୍ର ପାଣିଗ୍ରାହୀ, କବି ସୁରେଶ କୁମାର ନାୟକ ପ୍ରମୁଖ ଅତିଥି ଭାବେ ଯୋଗଦେବେ। ସଂନ୍ଧ୍ୟା ୬ ଘଟିକା ସମୟରେ ଶବ୍ଦ, ସଂଗୀତ ଓ ଆଲୋକକୁ ନେଇ କବି ସୈନ୍ୟାସୀ ନାୟକ ଓ ତ୍ରିନାଥ ସିଂ ଙ୍କ ସଂଯୋଜନାରେ ୪୦ଜଣ କବି କବିତା ପାଠ କରିବେ। ୧୦ ତାରିଖ ଦିନ ସାଢେ ୧୦ଟା ସମୟରେ ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ଡଃ ଶୁଭଙ୍କର ମହାପାତ୍ର ମୁଖ୍ୟ ଅତିଥି ଓ ଆରଏସପି ର ମହାପ୍ରବନ୍ଧକ ବିଜୟ କୁମାର ରାଉତ ବିଶିଷ୍ଟ ଅତିଥି ଭାବେ ତଥା ଡଃ ଭଗବାନ ଜୟସିଂହ, କବିବର ପରିଡା ଓ ସାହିତ୍ୟିକଙ୍କ ଦାଶ ବେନହୁର ଅତିଥି ଭାବେ ଯୋଗଦେଇ ‘ସାହିତ୍ୟର ଭାବବଳୟ’ ଶୀର୍ଷକ ଆଲୋଚନା କରିବେ। ପରବର୍ତ୍ତୀ ପର୍ଯ୍ୟାୟରେ ‘ ଡଃ ସୁପ୍ରିୟା ପାଲ ଙ୍କ ସଭପତିତ୍ବରେ ଗାଳ୍ପିକ ରାଜୁ ଷଡଙ୍ଗୀ, ଗିରି ଦଣ୍ଡସେନା, ଡଃ ବିଭୁତି ଭୂଷଣ ପଣ୍ଡା, ଡଃ ପ୍ରଭାତ କୁମାର ମଲ୍ଲିକ, ଡଃ ହୀରନ ଲୁଗୁନ ପ୍ରମୁଖ ସୁନ୍ଦରଗଡ ର ସୀମାନ୍ତ ଭାଷା ‘ ସଂପର୍କରେ ଏକ ଆଲୋଚନାଚକ୍ର ଅଂଶଗ୍ରହଣ କରି ଆଲୋଚନା କରିବେ। ପରବର୍ତ୍ତୀ ପର୍ଯ୍ୟାୟ ଅପରାହ୍ନ ୨ଟା ୩୦ରେ ଏକ ଅନନ୍ୟ କବିତା ପାଠୋତ୍ସବ କାର୍ଯ୍ୟକ୍ରମରେ କବି ରାଜୀବ ପାଣି ସଭପତିତ୍ବ କରିବା ବେଳେ ଅତିଥି ଭାବେ ମହେନ୍ଦ୍ର କୁମାର ପଟ୍ଟନାୟକ, ଶିବପ୍ରିୟା ମିଶ୍ର, ବିଷ୍ଣୁ ପ୍ରିୟା ମହାପାତ୍ର ପ୍ରମୁଖ ଯୋଗଦେବେ। କବିତା ଗୁଡିକୁ ସଂଯୋଜନା କରିବେ ଅଙ୍ଗୁରବାଳା ପରିଡା ଓ ପ୍ରଣତୀ ବେହେରା ଏବଂ ମୋନାଲିସା ମିଶ୍ର ଓ ଡା ସୁଶାନ୍ତ କୁମାର ପାଣି ସାଙ୍ଗୀତିକ ଉପସ୍ଥାପନା କରିବେ।

ଉଦଯାପନୀ ଉତ୍ସବର ସାନ୍ଧ୍ୟ ଅଧିବେଶନର କବିତା ପାଠୋତ୍ସବ କାର୍ଯ୍ୟକ୍ରମରେ ଶଙ୍କର ପ୍ରସାଦ ତ୍ରିପାଠୀ ସଭାମୁଖ୍ୟ ଓ ଅତିଥି ଭାବେ ପାରେଶ୍ବର ବିଶ୍ବାଳ, ଡା କୃପାସିନ୍ଧୁ ନାୟକ, ପିନାକୀ ମିଶ୍ର ପ୍ରମୁଖ ଯୋଗଦେବେ। କବିତା ଗୁଡିକୁ ସଂଯୋଜନା କରିବେ ରଶ୍ମିବାଳା ରାଉତରାୟ, ଜ୍ୟୋସ୍ନା କୁମାରୀ ନାଏକ ଓ ଗଣେଶ ତ୍ରିପାଠୀ। ଏହି ସମସ୍ତ କାର୍ଯ୍ୟକ୍ରମ ରେ ବହୁ ସଂଖ୍ୟାରେ ଯୋଗଦେବା ପାଇଁ ଓଡିଶା ସାହିତ୍ୟ ଏକାଡେମୀ ସଚିବ ପ୍ରବୋଧ କୁମାର ରାଉତ ନିବେଦନ କରିଛନ୍ତି ବୋଲି ସାମ୍ବାଦିକ ସମ୍ମେଳନରେ କୁହାଯାଇଛି। ଏହି ସାମ୍ବାଦିକ ସମ୍ମେଳନରେ ପ୍ରାରମ୍ଭରେ ଶଙ୍କର ପ୍ରସାଦ ତ୍ରିପାଠୀ କାର୍ଯ୍ୟକ୍ରମ ସଂପର୍କରେ ସୂଚନା ପ୍ରଦାନ କରିଥିବା ବେଳେ ଅଙ୍ଗୁରବାଳା ପରିଡା ଧନ୍ୟବାଦ ଅର୍ପଣ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ସର୍ବଶ୍ରୀ ବିକ୍ରମ ଚନ୍ଦ୍ର ଆଚାର୍ଯ୍ୟ, ରାଜକୁମାର ମହାନ୍ତି, ସୁକାନ୍ତ ଚନ୍ଦ୍ର ଖୁଣ୍ଟିଆ, ଅଶୋକ କୁମାର ପଟ୍ଟନାୟକ ପ୍ରମୁଖ ମଂଚାସୀନ ଥିବା ବେଳେ ସୁଶାନ୍ତ କୁମାର ନାୟକ, ଡଃ ସୁମନ ଦତ୍ତ, ବିଜୟ କୁମାର ପାତ୍ର,ରଶ୍ମି ସାହୁ, ସ୍ମିତା ମିଶ୍ର, ସ୍ନେହଲତା ପଟ୍ଟନାୟକ, ବବିତା ମହାଳିକ, ପି.କେ. ରାୟ, ମୀନକେତନ ପଶାୟତ, ଗୌତମ ଦାସ, ପ୍ରକାଶ ଚନ୍ଦ୍ର ସେଠୀ, ଭଜହରି ରାଉତ, ନିରୁପମା ପତି, ଅକ୍ଷୟ ସାମଲ, ଏସ୍ ମହାନ୍ତି ଓ ବି.ଦାଶ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ।

Related posts

ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ରେ ସାମିଲ ହେଲା ମିଶନ ହସ୍ପିଟାଲ

Sunil Chandra Nayak

ମମତା ସାହୁ ଙ୍କ କବିତା ଆସ ଗୋ ମୌସୁମୀ

କଳାକାର ଭତ୍ତା ଅଭିବୃଦ୍ଧି ନେଇ ଦାବି କଲା ମହାସଂଘ 

Sunil Chandra Nayak

Leave a Comment

error: Content is protected !!