ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଧଅଁରାମାଲ ଠାରେ ମା ପାଟଖଣ୍ଡାଙ୍କ ମନ୍ଦିର ପ୍ରତିଷ୍ଠା ଓ ଖଣ୍ଡାବସା ଉତ୍ସବ ଅନୁଷ୍ଠିତ

ଧଅଁରାମାଲ ଠାରେ ମା ପାଟଖଣ୍ଡାଙ୍କ ମନ୍ଦିର ପ୍ରତିଷ୍ଠା ଓ ଖଣ୍ଡାବସା ଉତ୍ସବ ଅନୁଷ୍ଠିତ

ରୁପ୍ରା ୨୯/୦୪: କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ରୁପ୍ରା ପଞ୍ଚାୟତ ଅନ୍ତର୍ଗତ ଧଅଁରାମାଲ ଠାରେ ମା ପାଟଖଣ୍ଡାଙ୍କ ମନ୍ଦିର ପ୍ରତିଷ୍ଠା ଓ ଖଣ୍ଡାବସା ଉତ୍ସବ ପାଳିତ ହୋଇଯାଇଛି। ନବନିର୍ମିତ ମନ୍ଦିରର ପ୍ରତିଷ୍ଠା ପାଇଁ ବୁଧବାର ସନ୍ଧ୍ୟାରେ କଳସ ଯାତ୍ରା ପରଠୁ ପୂଜା ଆରମ୍ଭ ହୋଇଯାଇଥିଲା। ଗୁରୁବାର ଦିନ ସକାଳୁ ହୋମଯଜ୍ଞ ସହ ନୂତନ ମନ୍ଦିର ଗୃହକୁ ମନ୍ତ୍ରାଚାର ବିଧିରେ ପ୍ରତିଷ୍ଠା କରାଯାଇଥିଲା। ସନ୍ଧ୍ୟାରେ ତନ୍ତ୍ରାଚାର ବିଧି ମତେ ପ୍ରତ୍ୟକ୍ଷ ଦେବୀ ମା’ ପାଟଖଣ୍ଡାଙ୍କର ଅସ୍ତ୍ରଶସ୍ତ୍ର ଓ ଆସନକୁ ନୂତନ ଗୃହରେ ସ୍ଥାପନା କରାଯାଇଥିଲା। ଏହି ଅବସରରେ ଗ୍ରାମର ସମସ୍ତ ଶକ୍ତିପୀଠ ମାନଙ୍କରେ ମଧ୍ୟ ଆରାଧନା ପୂର୍ବକ ପୂଜା ସମ୍ପନ୍ନ ହୋଇଥିଲା। ଶୁକ୍ରବାର ଦେବୀଙ୍କ ମୂଳପୀଠ ବଲାଙ୍ଗୀର ଜିଲ୍ଲା ଜରାସିଂହାରୁ ଦେବୀଙ୍କ ପ୍ରତୀକ ସ୍ଵରୂପ ପାଟଖଣ୍ଡା ସହ ଜରାସିଂହା ଜମିଦାର ଦୁର୍ଗାପ୍ରସାଦ ସିଂହଦେଓ, ମୁଖ୍ୟ ଦେହୁରୀ ସନ୍ତୋଷ ଥନାପତି, ଉଜ୍ଜ୍ବଳ ଝାଙ୍କର, ବୁଡୁ ପଥ୍ରିମାଳିଙ୍କ ସମେତ ଦେହୁରୀମାନେ ଗାଁରେ ପହଞ୍ଚିଥିଲେ। ଏହି ସମୟରେ ଗ୍ରାମବାସୀଙ୍କ ସମେତ ଶ୍ରଦ୍ଧାଳୁ ଓ ଭକ୍ତମାନେ ପ୍ରବଳ ମାତ୍ରାରେ ଏକତ୍ରିତ ହୋଇଥିଲେ। ହୁଳହୁଳି, ଘଣ୍ଟ, ଶଙ୍ଖ, ଢୋଲ, ନିଶାନ, ମୁହୁରୀର ତାଳରେ ଦେବୀଙ୍କ ଖଣ୍ଡାକୁ ମନ୍ଦିରକୁ ନେଇ ସ୍ଥାପନା କରାଯାଇଥିଲା। ଏଥିରେ ହରଦେବ ପଟ୍ଟନାୟକ ସପତ୍ନୀକ କର୍ତ୍ତା ଦାୟିତ୍ଵ ନିର୍ବାହ କରିଥିଲେ। ଦେବୀଙ୍କ ପୂଜକ ରାମଚନ୍ଦ୍ର ପଟ୍ଟନାୟକ ପୂଜା ଦାୟିତ୍ଵ ତୁଲାଇଥିଲେ। ଗ୍ରାମର ସମସ୍ତ ବାସିନ୍ଦା ପୂଜା ପରିଚାଳନାରେ ସହଯୋଗ କରିଥିଲେ।

ଅଜୟ କୁମାର ସେନାପତି ଙ୍କ ରିପୋର୍ଟ୍ 

Related posts

ଦୁର୍ନିତୀରେ ଭରପୁର ରୁପ୍ରାରୋଡ ଗ୍ରାମ ପଞ୍ଚାୟତ

masiha

ଶିକ୍ଷା ବିଭାଗ ନିକଟରେ ଶିକ୍ଷକ ନାହାନ୍ତି, ଦ୍ଵିତୀୟଥର ପାଇଁ ସ୍କୁଲରେ ତାଲା ପକେଇଲେ ଅଭିଭାବକ 

Sunil Chandra Nayak

ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ସିଇଓ ଙ୍କ ପର୍ଯ୍ୟଟନ ସ୍ଥଳି ଗୁଡହାଣ୍ଡି ଡୋକରିଚଞ୍ଚରା ଗ୍ରସ୍ତ

Sunil Chandra Nayak

Leave a Comment

error: Content is protected !!