ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ମନ୍ଦିରରେ କଳାକନା ବୁଲାଇଲେ ଦୁର୍ବୃତ୍ତ ଲକ୍ଷାଧିକ ଟଙ୍କାର ଚୋରି

ମନ୍ଦିରରେ କଳାକନା ବୁଲାଇଲେ ଦୁର୍ବୃତ୍ତ

ଲକ୍ଷାଧିକ ଟଙ୍କାର ଚୋରି

ବସ୍ତା ,୩୦।୩: ବସ୍ତା ବ୍ଲକ ଅଧୀନସ୍ଥ ଗଡ଼ପଦା ପଞ୍ଚାୟତ ଅନ୍ତର୍ଗତ ବାଖରାବାଦସ୍ଥିତ ନୀଳକଣ୍ଠେଶ୍ବର ଶିବ ମନ୍ଦିରରୁ ଶୁକ୍ରବାର ବିଳମ୍ବିତ ରାତିରେ ଚୋରି ହୋଇଛି। ସୂଚନା ମୁତାବକ ଆଜି ସକାଳେ ମନ୍ଦିରର ପୂଜକ ପୂଜା କରିବା ପାଇଁ ଆସି ମୁଖ୍ୟ ଫାଟକର ତାଲା ଭଙ୍ଗା ହୋଇଥିବା ଓ କବାଟର ହୁଡ଼କି ଖୋଲାଥିବା ଦେଖି ମନ୍ଦିର ପରିଚାଳନା କମିଟିକୁ ଖବର ଦେଇଥିଲେ। କମିଟି ସଦସ୍ୟ ପହଞ୍ଚି ମନ୍ଦିରର କବାଟ ଭାଙ୍ଗି ଦୁର୍ବୃତ୍ତ ମାନେ ମାଇକ ସେଟ୍,ସୁନା ପଦକ,ରୂପା କଏନ,ପିତ୍ତଳ ବାସନକୁସନ,ଝାଲି,ତସଲା,ଲକ୍ଷ୍ମୀ ଠାକୁରାଣୀଙ୍କ ମୂର୍ତ୍ତି,ସାନ ଓ ବଡ଼ ନାଗସାପକୁ ଦୁର୍ବୃତ୍ତମାନେ ଲୁଟି ନେଇଥିବା ଦେଖିବାକୁ ପାଇଥିଲେ। ଗ୍ରାମର ମୁଖିଆ ତଥା ମନ୍ଦିର ପରିଚାଳନା କମିଟି ସଦସ୍ୟ ପଦନ ବର ଏନେଇ ଶନିବାର ଅପରାହ୍ନ ରେ ରୂପସା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗ କ୍ରମେ ରୂପସା ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଚୋରି ସାମଗ୍ରୀର ମୁଲ୍ୟ ଦୁଇ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ହେବ ବୋଲି ଅନୁମାନ କରାଯାଇଛି।

ବସ୍ତା ରୁ ଜଗତ କୁମାର ଗିରି ଙ୍କ ରିପୋର୍ଟ୍ 

Related posts

ବେକରେ ଗାମୁଛା ବାନ୍ଧି ଯୁବକର ଆତ୍ମହତ୍ୟା

Sunil Chandra Nayak

ଜୁନାଗଡ଼ ସହରକୁ ଗ୍ୟାସ ସିଲିଣ୍ଡର ଚୋରାଚାଲାଣ ଘଟଣା ବାସନ୍ତୀ ଭାରତ ଗ୍ୟାସ ଏଜେନ୍ସିରେ ଚଢ଼ାଉ କଲେ ଉପଖଣ୍ଡ ଯୋଗାଣ ବିଭାଗ

Sunil Chandra Nayak

ଭିଜିଲାନ୍ସ ଜାଲରେ ଡ଼ହ ଏସଡିଓ

Sunil Chandra Nayak

Leave a Comment

error: Content is protected !!