ଅବକାରୀ ଚଢାଉରେ ୩ ଶହ ଲିଟର ମଦ ଜବତ ଓ ୯ ଶହ ଲିଟର ମହୁଲ ପୋଚ ନଷ୍ଟ
ଡାବୁଗାଁ, ୩୦/୩ (ମ.ନି.ସ.)- ନବରଙ୍ଗପୁର ଜିଲ୍ଲା ଅବକାରୀ ଅଧିକ୍ଷକ ଅଭିରାମ ବେହେରା ଙ୍କ ନିର୍ଦ୍ଦେଶ କ୍ରମେ ଡାବୁଗାଁ ଥାନା ଅନ୍ତର୍ଗତ ବନ୍ଧକନା ଗ୍ରାମ ପାର୍ଶ୍ଵବର୍ତ୍ତୀ ନାଳ ଅଞ୍ଚଳ ଚଢାଉ କରି କୌଣସି ସ୍ଥାନରେ ଆସାମୀ ନ ଥିବା ଅବସ୍ଥାରେ ତିରିଶି ଲିଟର ମଦ ଜବତ କରିବା ସହ ନଅ ଶହ ଲିଟର ମହୁଲ ପୋଚ ନଷ୍ଟ କରାଯାଇ ଥିଲା lଅବକାରୀ ମାମଲା ନମ୍ବର ୨୨୬/୨୩-୨୪ରେ ଏକ ମାମଲା ରୁଜୁ କରାଯାଇ ଥିବା ବେଳେ ଉକ୍ତ ଚଢାଉ ରେ ଡାବୁଗାଁ ଅବକାରୀ ଥାନା ଅଧିକାରୀ ବୁଲୁ ପାତ୍ର ଙ୍କ ସହ ଅବକାରୀ ବିଭାଗର ଅନ୍ୟାନ୍ୟ କର୍ମଚାରୀ ସାମିଲ ରହି ଚଢାଉ ରେ ସହଯୋଗ କରିଥିଲେ l