ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସର୍ଵ ମଙ୍ଗଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ପାନୀୟ ଜଳ ସେବା ଶିବିର ଉଦଘାଟିତ

ସର୍ଵ ମଙ୍ଗଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ପାନୀୟ ଜଳ ସେବା ଶିବିର ଉଦଘାଟିତ

ଗୋଲାମୁଣ୍ଡା, ତା. ୩୧.୩.୨୦୨୪ // କ୍ରମବର୍ଦ୍ଧିଷ୍ଣୁ ତାତିକୁ ଦୃଷ୍ଟିରେ ରଖି ସର୍ଵ ମଙ୍ଗଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ଗୋଲାମୁଣ୍ଡାର ଭାରତ ସ୍କାଉଟ ଓ ଗାଇଡ ବିଭାଗ ଆନୁକୂଲ୍ୟରେ କଲେଜ ଛକ ନିକଟରେ ଏକ ପାନୀୟ ଜଳ ସେବା ଶିବିର ଉଦଘାଟିତ ହୋଇ ଯାଇଛି। ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ଜୟନ୍ତ କୁମାର ଜେନା ଏହି ଶିବିରକୁ ଉଦଘାଟନ କରିଥିଲେ।ପଥଚାରୀ ମାନଙ୍କପାଇଁ ଆୟୋଜିତ ଏହି ପାନୀୟ ଜଳ ବଣ୍ଟନ କାର୍ଯ୍ୟକ୍ରମରେ ପ୍ରାଧ୍ୟାପକ ସରୋଜ କାନ୍ତ ରଥ, ଅଧ୍ୟାପକ ପ୍ରବୀର କୁମାର ରାୟ, କବି ପ୍ରସାଦ ପଟ୍ଟନାୟକ ଓ ସାମାଜିକ କର୍ମୀ ଶ୍ୟାମ ସୁନ୍ଦର ଅଗ୍ରୱାଲ ପ୍ରମୁଖ ସାମିଲ୍ ଥିଲେ। ଉକ୍ତ ଶିବିରକୁ ଭାରତ ସ୍କାଉଟ ଓ ଗାଇଡ ବିଭାଗ ର ରୋଭର୍ ଲିଡର ସନ୍ତୋଷ କୁମାର ବାରିକ ଙ୍କ ନେତୃତ୍ବରେ ରୋଭର୍ ଓ ରେଞ୍ଜର ଛାତ୍ର ଛାତ୍ରୀ ମାନେ ପରିଚାଳନା କରିଥିଲେ।

ଦାମୋଦର ଦାସ ଙ୍କ ରିପୋର୍ଟ୍ 

Related posts

ଧଅଁରାଭଟାସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ, ଯୋଗଦେଲେ ବିଧାୟକ ପ୍ରତିନିଧି

Sunil Chandra Nayak

ନବରଂଗପୁର ଠାରେ ଭୋଟର ତାଲିକା ସଂକ୍ଷିପ୍ତ ସଂଶୋଧନ-୨୦୨୫ କାର୍ଯ୍ୟକ୍ରମ ଅନ୍ତର୍ଗତ ପଥ ଉତ୍ସବ,ୱାକାଥନ୍, ସାଂସ୍କୃତିକ କାର୍ଯ୍ୟକ୍ରମ ସଚେତନତା ମହାସମାରୋହରେ ଅନୁଷ୍ଠିତ

masiha

‘ବିଜୁ ଏକ୍ସପ୍ରେସ୍‌ ୱେ’ ଲୋକାର୍ପିତ,କଲେ ମୁଖ୍ୟମନ୍ତ୍ରୀ ,  କହିଲେ କଥାରେ ନୁହେଁ, କାମରେ ବିଶ୍ୱାସ କରେ

Sunil Chandra Nayak

Leave a Comment

error: Content is protected !!