ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

ଜୁଣବଳଦା ପ୍ରିମିୟର ଲିଗ ସିଜିନ ୧ ଉଦଯାପିତ 

ଜୁଣବଳଦା ପ୍ରିମିୟର ଲିଗ ସିଜିନ ୧ ଉଦଯାପିତ 

ବସ୍ତା,31/03: ବସ୍ତା ବ୍ଲକ ଅଧିନସ୍ଥ କୁଳିଦା ପଞ୍ଚାୟତ ଜୁଣବଳଦା ପଡ଼ିଆରେ ଆୟୋଜିତ ଜୁଣବଳଦା ପ୍ରିମିୟର ଲିଗ ସିଜିନ ୧ କ୍ରିକେଟ ଟୁର୍ଣ୍ଣାମେଣ୍ଟ ରବିବାର ଅପରାହ୍ନ ସମୟରେ ଉଦଯାପିତ ହୋଇଯାଇଛି।ଏଥିରେ ମୋଟ ୬ ଟି ଦଳ ଅଂଶଗ୍ରହଣ କରିଥିଲେ। ଏସଆର ଇଗଲ ଓ ରାଧିକା ୱାରୀଏସ ମଧ୍ୟରେ ଫାଇନାଲ ମ୍ୟାଚ ଖେଳା ଯାଇଥିଲା।ଏସଆର ଇଗଲ ଟସ ଜିତି ପ୍ରଥମେ ବଲିଂ କରିଥିଲେ l ରାଧିକା ୱାରୀଏସ ନିର୍ଦ୍ଧାରିତ 15 ଓଭରରେ 7 ୱିକେଟ ହରାଇ ମୋଟ 178 ରନ କରିଥିଲା।ଜବାବରେ ଏସଆର ଇଗଲ 15 ଅଭରରେ 164 ରନ କରି ପରାସ୍ତ ହୋଇଥିଲା। ମ୍ୟାଚ ପରେ ପୁରସ୍କାର ବିତରଣି ଉତ୍ସବ ଅନୁଷ୍ଠିତ ହୋଇଥିଲା।ମୁଖ୍ୟ ଅତିଥି ଭାବେ ଓଡ଼ିଆ ଭାଷା ସାହିତ୍ୟ ଅବକାରୀ ଓ ସଂସ୍କୃତି ମନ୍ତ୍ରୀ ଅଶ୍ୱନୀ କୁମାର ପାତ୍ର ,କୁଳିଦା ବିଜେଡି ପଞ୍ଚାୟତ ସଭାପତି ପୁର୍ଣଚନ୍ଦ୍ର ସେନାପତି ,ସରପଞ୍ଚ ଅର୍ଣ୍ଣପୂର୍ଣ୍ଣା ସେନାପତି, ପୂର୍ବତନ ସରପଞ୍ଚ ସୁନୀଲ କୁମାର ସେନାପତି, ନାଏବ ସରପଞ୍ଚ ଅରବିନ୍ଦ ପ୍ରଧାନ, ସରପଞ୍ଚଙ୍କ ପ୍ରତିନିଧି ଜୟକୃଷ୍ଣ ସେନାପତି, ୱାର୍ଡ ସଦସ୍ୟା ନମିତା ଦେ, ସମାଜସେବୀ ସୁଦର୍ଶନ ଦଳାଇ, ସଞ୍ଜୟ କୁମାର ସେନାପତି, କମଳା କାନ୍ତ ମଲ୍ଲିକ, ସଦାଶିବ ମହାନ୍ତି ପ୍ରମୁଖ ଯୋଗଦେଇ କୃତି ଖେଳାଳି ମାନଙ୍କୁ ପୁରସ୍କାର ରାଶି ବିତରଣ କରିଥିଲେ। ସୁଧୀର କୁମାର ଦଳାଇ ଓ ବିଶ୍ୱଜିତ ପରିଡା ପରିଚାଳନା କରିଥିଲେ। କମିଟି ପକ୍ଷରୁ ଜଗନ୍ନାଥ ଦେ, ଜିକୁ ସେନାପତି, ବିନୋଦ ଦଳାଇ, ଶିବୁ ଦଳାଇ, ଉପେନ୍ଦ୍ର ମହାନ୍ତି, ସିଟୁ ଦଳାଇ, ବବଲୁ ଦଳାଇ, ବିକାଶ ଦଳାଇ, ଦେବୁ ଦଳାଇ ପ୍ରମୁଖ ଟୁର୍ଣ୍ଣାମେଣ୍ଟ ପରିଚାଳନା କରିଥିଲେ।

ବସ୍ତା ରୁ ଜଗତ କୁମାର ଗିରି ଙ୍କ ରିପୋର୍ଟ୍ 

Related posts

୪ ଛାତ୍ର ରାଜ୍ୟସ୍ତରୀୟ ଫୁଟବଲ ଖେଳ ନିମନ୍ତେ ମନୋନୀତ

masiha

Differently Abled Cricket Council of India receives PCI recognition.

masiha

ପ୍ରଗତି ଉତ୍କଳ ସଂଘ ଆୟୋଜିତ ଷଷ୍ଠ କବାଡି ଟୁର୍ଣ୍ଣାମେଣ୍ଟ ଉଦ୍ଯାପିତ 

masiha

Leave a Comment

error: Content is protected !!