ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ସାହିତ୍ୟ ଅଗଣା

ବେଣୁଧର ସୂତାର ଙ୍କ କବିତା = ବନ୍ଦେ ଉତ୍କଳ ଜନନୀ 

 ବନ୍ଦେ ଉତ୍କଳ ଜନନୀ 

      (( ବେଣୁଧର ସୂତାର ))

ଦେବ ଦୁର୍ଲଭ ଭୂମି ମୋ ଉତ୍କଳ
ମଧୁର ମହକମୟୀ
କଳାକୃତି ଯାର ଅପୂର୍ବ ସମ୍ଭାର
ଯୁଗେ ଯୁଗେ କାଳଜୟୀ
ସଂସ୍କୃତି ଯାହାର ବିଶ୍ବ ସାହିତ୍ୟ
କ୍ରାନ୍ତିମୟ ପ୍ରୀତିମୟ
ମନ୍ଦିର ମାଳିନୀ ବିଭବ ଶାଳିନୀ
କୃତି ଶ୍ରେଷ୍ଠ ପରିଚୟ ।
ଚାରୁହାସିନୀ ସେ ଓଁକାର ନାଦିନୀ 
ପ୍ରଶାନ୍ତି ଅମିୟ ବିନ୍ଦୁ
ଗୀତା ଭାଗବତ ବାଣୀ ଯା ଅମୃତ
ଜ୍ଞାନର ଅମାପ ସିନ୍ଧୁ ।
ମୋ ଜାତି ଜନତା କଣ୍ଠେ ଘୋଷିତ
ଏକତାର ମଧୁ ତାନ
ଚିର ସୁନ୍ଦର ମୋ ମାଟିର ଐତିହ୍ୟ
ମନୋରମ ପର୍ଯ୍ୟଟନ ।
ଐକ୍ୟ ଆହ୍ଲାଦେ ତୂର୍ଯ୍ୟ ନିନାଦେ
ଜୈତ୍ର ବନ୍ଦନା ଗାନ
ଦୁର୍ବାର ତେଜେ ମିଟାଇ ଦେଇଛି
ଅରାତୀର ଆସ୍ଫାଳନ ।
ମହାନ ଜାତିର କୀର୍ତ୍ତି କେତନ
ପ୍ରଶାନ୍ତିର ମହା ମନ୍ତ୍ର
ବିବିଧତା ମଧ୍ୟେ ଏକତାର ସୂତ୍ର
ଭ୍ରାତୃତ୍ଵର ଗଣତନ୍ତ୍ର ।
ମନ୍ଦ୍ର ଶିହରଣେ ମଧୁର ନିକ୍ଵଣେ
ସରିତ ମୃଦୁ ଗାମିନୀ
ଗାଏ ସ୍ଵାଗତିକା ଅମୃତ ଗୀତିକା
ପ୍ରକୃତି ମଙ୍ଗଳ ଧ୍ଵନି ।
ଚାରୁ ସୁଶୋଭିନୀ ସବୁଜ ବନାନୀ
ତୁଙ୍ଗ ଗିରିମାଳା ଶୋହେ
ତା,ବର୍ଣ୍ଣବିଭାର ବିପୁଳ ବିପଣି
ଏମାଟି ବନ୍ଦନା ଗାଏ ।
ସୀମାହୀନ ଯାର ଉର୍ମିଳ ସାଗର
ଅନନ୍ତ ଲହରି ଛନ୍ଦେ
ମଧୁ ମନ୍ତ୍ର ସୁରେ ପ୍ରଣବ ଝଙ୍କାରେ
ମାଆର ଚରଣ ବନ୍ଦେ ।
ହୀରା ମୋତି ଝରା କୁହୁକ ପସରା
ଜହ୍ନ ତାରା ଜ୍ୟୋତ୍ସ୍ନା ଫୁଲେ
ତା ଉଷସୀ ଉଷା ନୂଆ ପରିଭାଷା
ନିବିଡ ମମତା ମୂଲେ ।
ଅନନ୍ତ ବିଶ୍ଵର ଆରାଧ୍ୟ ଠାକୁର
ମହାପ୍ରଭୁ ଜଗନ୍ନାଥ
ମୋ ମାଟି କୋଳରେ 
                   ସ୍ଵଂୟ ବିରାଜିତ
ଉଡାଇ ପାବନ ନେତ ।
ଆହାକି ବିଚିତ୍ର ଲୀଳାର ଠାକୁର
ନରଦେହୀ ନାରାୟଣ
ବାହୁଟେକି ବାଣ୍ଟେ
                  କୈବଲ୍ୟ କଣିକା
ଚରାଚର ବିଶ୍ଵ ପ୍ରାଣ ।
ଏଇମୋ ଉତ୍କଳେ 
                 କେତେ ପୁଣ୍ୟବଳେ
ପାଇଛି ତାକୋଳେ ସ୍ଥାନ
ମଥାନତେ ମୁହିଁ ତାପୁଣ୍ୟ ଚରଣେ
କରୁଛି ବନ୍ଦନା ଗାନ ।

କେଶଦୁରାପାଳ କେନ୍ଦୁଝର

Related posts

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା // ଜଣାଣ

Sunil Chandra Nayak

ଶ୍ଯାମା ପ୍ରସାଦ୍ ବୋଷ୍  ଙ୍କ କବିତା //ଶୀତୁଆ ସକାଳ

Sunil Chandra Nayak

ଚିତ୍ରା ରାଣୀ ପାତ୍ର ଙ୍କ କବିତା = ବିତୃଷ୍ଣା

Sunil Chandra Nayak

Leave a Comment

error: Content is protected !!