ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ପ୍ରଶାନ୍ତ କୁମାର ନାଥ ଙ୍କ କବିତା – ଭାବନା

ଭାବନା

 
  ପ୍ରଶାନ୍ତ କୁମାର ନାଥ

 

ବେଳେବେଳେ ଭାବନା ମୋ

ହଜିଯାଏ କେଉଁ ଏକ ଅଜଣା ରାଇଜେ,

ଭାବନାର ଶବ୍ଦ ସବୁ ଲୁଚି ଯାନ୍ତି

କେଉଁ ଏକ ନିବୁଜ କୋଣରେ,

ଯେତେ ଧଇଲେଵି ମନପକ୍ଷୀ

ରହେ ନାହିଁ ଧିରେ। 

ଫୁର୍ କିନା ଉଡ଼ି ଯାଏ କେଣେ

ଜଣା ତ ନଥାଏ ମୋତେ,

ଅଜବ ଏ ଭାବନା ମୋ

ବାଟ ହୁଡେ କେତେ। 

ଆସୁ ଆସୁ ଭୁଲିଯାଏ

ମୋ ମନର ପଥେ। 

 

ଭାବନା ମୋ ଆସେ କେଵେ

ନିଃଶବ୍ଦ ରାତିରେ

ଅଥୟ କରଇ ମୋର ମନକୁ ସେ ହେଳେ,

ମୋ ମନ ରାଇଜେ ଭାବନା ଆସିଲେ

ଭାବପ୍ରବଣତା ବଢ଼େ,

କେତେ ନଵ ଶବ୍ଦ ଓହ୍ଲାଇ ଆସୟ

ଭାବନାରେ ଧିରେ ଧିରେ,

ମୁଁ ହଜିଯାଏ ମଜ୍ଜି ଯାଏ

ପଦଯୋଡିବାର ପଥେ। 

 

ଭାବନାରେ ଉତଫୁଲ୍ଲିତ ତୋଳଇ

କବିତା ଗଳ୍ପ କୁସୁମ

ସେ ସୁଗନ୍ଧେ ଭରିଯାଏ ମୋର ମନପ୍ରାଣ। 

ଝରେ ମନ୍ଦାକିନୀ ସ୍ରୋତ ଲେଖନୀ ମୂନରେ

ଭାବନା ମୋ ସତ ହୁଏ

ଲେଖି ଦେଲା ପରେ। 

 

ଭଵ୍ୟ ଭାବନାରେ ରଙ୍ଗ ମଖା ଚିତ୍ର

ଭାବନା ହୁଏ ରଙ୍ଗିନୀ

ପାଆଇ ଯାମିନୀ ଅଧୁରା ସ୍ଵପ୍ନକୁ

ଭାବନା ହୁଅଇ ହାନି।।

ପ୍ରଶାନ୍ତ କୁମାର ନାଥ ଜୁଣଗଡି ,ରାଜନଗର ,କେନ୍ଦ୍ରାପଡ଼ା।

Related posts

ଲୁଟ୍ ହେଉଛି କେନ୍ଦୁ କାଠ, ମାଫିଆ ଙ୍କୁ ସୁରକ୍ଷା ଦେଉଛି ବନାଞ୍ଚଳ ଅଧିକାରୀ

Sunil Chandra Nayak

ଜୁନାଗଡ଼ ରେ କୋଶଳ ରାଇଜ ଦାବି ,ବନ୍ଦ ପାଳନ ଆଂଶିକ ସଫଳ

Sunil Chandra Nayak

ବାହାଘର ଭୋଜି ଖାଇ ନିଖୋଜ ଘଟଣା। ପରିତିକ୍ତ କୂଅ ଭିତରୁ କାର ସହ ଚାରି ଜଣ ଙ୍କ ମୃତ ଦେହ ଉଦ୍ଧାର

Sunil Chandra Nayak

Leave a Comment

error: Content is protected !!