ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ଲଡୁଗାଁ ଠାରେ ବିଜେଡିର ସଂକଳ୍ପ ଦିବସରେ କର୍ମି ସମାବେଶ

ଲଡୁଗାଁ ଠାରେ ବିଜେଡିର ସଂକଳ୍ପ ଦିବସରେ କର୍ମି ସମାବେଶ

କୋକସରା,୧/୪ // ନିର୍ବାଚନ ପାଇଁ ବିଜେଡି ଦଳ ପକ୍ଷରୁ ଅଧିକାଂଶ ବିଧାନସଭାରେ ପ୍ରାର୍ଥୀ ଘୋଷଣା ସରିଥିବା ବେଳେ କଳାହାଣ୍ଡି ଜିଲ୍ଲାର ଧର୍ମଗଡ ନିର୍ବାଚନ ମଣ୍ଡଳୀ ପାଇଁ ପୂର୍ବରୁ ଧର୍ମଗଡ ବିଧାୟକ ରହିଥିବା ତଥା ବିଜେଡି ଜିଲ୍ଲା ସଭାପତି ପୁଷ୍ପେନ୍ଦ୍ର ସିଂଦେଓଙ୍କୁ ବିଜେଡି ଦଲୀୟ ଟିକେଟ ଦେଇଛି। ବିଧାୟକ ଟିକେଟ ମିଳିବା ପରେ ନିର୍ବାଚନୀ ରଣନୀତି ଆରମ୍ଭ ହୋଇଛି। ରବିବାର କୋକସରା ବ୍ଲକ ଲଡୁଗାଁ ଠାରେ ବିଜେଡି ସଂକଳ୍ପ ଦିବସ ପାଳନ ଅବସରରେ କର୍ମି ସମାବେଶରେ ବ୍ଲକର ୨୨ ପଂଚାୟତରୁ ସରପଞ୍ଚ, ପଞ୍ଚାୟତ ସମିତି ସଭ୍ୟ ଓ ହଜାର ସଂଖ୍ୟାରେ ବିଜେଡି କର୍ମୀ ସମାବେଶ ହୋଇଥିଲା। ଧର୍ମଗଡ ବିଧାନସଭା ପାଇଁ ବିଧାୟକ ପ୍ରାର୍ଥୀ ପୁଷ୍ପେନ୍ଦ୍ର ସିଂଦେଓଙ୍କୁ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ। ଏହି ସଂକଳ୍ପ ଦିବସରେ ମୁଖ୍ୟମନ୍ତ୍ରୀଙ୍କ ନିର୍ମଳ ଭାବମୂର୍ତ୍ତି ଓ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ବିଜେପି କଂଗ୍ରେସର ଅନେକ କର୍ମି ବିଜେଡିରେ ଯୋଗ ଦେଇଥିଲେ। ବିଧାୟକ ପ୍ରାର୍ଥୀ ସିଂଦେଓ ବିଜେଡି ସରକାରଙ୍କ ଲୋକାଭିମୁଖୀ ଯୋଜନା, ବିକଶିତ ଓ ରୂପାନ୍ତରିତ ଓଡିଶା ନିର୍ବାଚନ ମଣ୍ଡଳୀର ଅଧୁରା ବିକାଶର ସ୍ୱପ୍ନକୁ ସାକାର କରିବା ଦ୍ୱାହି ଦେଇ ସମସ୍ତଙ୍କ ସହଯୋଗ କାମନା କରିବା ସହ ଆଗାମୀ ନିର୍ବାଚନରେ ବିଜୟୀ କରିବାକୁ ଆଶୀର୍ବାଦ ମାଗିଥିଲେ। କାର୍ଯ୍ୟକ୍ରମରେ ବ୍ଲକ ବିଜେଡି ସଭାପତି ସୁଶାନ୍ତ କୁମାର ବେହେରା ସଭାପତିତ୍ୱ କରିଥିବା ବେଳେ ସମ୍ମାନିତ ଅତିଥି ଭାବେ ରାଜ୍ୟ ଓମଫେଡ଼ ଅଧ୍ୟକ୍ଷ କିଶୋର ଚନ୍ଦ୍ର ପ୍ରଧାନୀ, ନିର୍ବାଚନ ମଣ୍ଡଳୀ ସଭାପତି ମାନସ ରଞ୍ଜନ ବାଗ, ବ୍ଲକ ଅଧ୍ୟକ୍ଷା ରିତା ଅଗ୍ରୱାଲ, ଜିଲ୍ଲା ପରିଷଦ ସଭ୍ୟ ହେମନ୍ତ କୁମାର ମାଝୀ, ତ୍ରିନାଥ ବାଗ, ବୈଜୟନ୍ତି ପୁଝାରି, ସରପଞ୍ଚ ସଙ୍ଘ ସଭାପତି ନକୁଳ ନାଏକ, ବିଜେଡି ଅନୁସୂଚିତ ଜାତି ସମ୍ପାଦକ ଧବଳେଶ୍ବର ନାଗ, ବ୍ଲକ ଅନୁସୂଚିତ ଜନଜାତି ସେଲ ସଦସ୍ୟ ଭୁବନେଶ୍ୱର ମାଝୀ, ମହିଳା ନେତ୍ରୀ ଅଶୋକା ନାଏକ ପ୍ରମୁଖ ଉପସ୍ଥିତ ଥିଲେ। ମଞ୍ଚ ସଂଯୋଜନା ପଙ୍କଜ ମୁଖ ଚୌଧୁରୀ କରିଥିବା ବେଳେ କୋକସରା ବ୍ଲକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ ଧନ୍ୟବାଦ ଅର୍ପଣ କରିଥିଲେ।

ମସିହା ନିୟୁଜ୍ ସର୍ଭିସ୍ 

Related posts

ନାରୀ ନିର୍ଯାତନା,୬୦ ହଜାର ମହିଳା ନିଖୋଜ ନେଇ ବାଦାମ ପାହାଡ଼ରେ କଂଗ୍ରେସ ଦଳ ତରଫରୁ ମଶାଲ ଶୋଭାଯାତ୍ରା 

masiha

ବିଜୁ ଏକ୍ସପ୍ରେସ ୱେ ଉଦଘାଟନ ପୂର୍ବରୁ ସ୍ଥିତି ଅନୁଧ୍ୟାନ କଲେ ରାଜ୍ୟସଭା ସାଂସଦ,ବିଧାୟକ,ଡିଆଜି,ଏସପି

Sunil Chandra Nayak

ଝଡର ଇଗଳ ବିଜୁବାବୁଙ୍କ ଆଦର୍ଶ ଚୀର ନମସ୍ୟ -ବିଧାୟକ ଦିବ୍ୟଶଙ୍କର ମିଶ୍ର,

masiha

Leave a Comment

error: Content is protected !!