ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଉତ୍କଳ ପରିଷଦ ତରଫରୁ ଓଡ଼ିଶା ଦିବସ ପାଳନ

ଉତ୍କଳ ପରିଷଦ ତରଫରୁ ଓଡ଼ିଶା ଦିବସ ପାଳନ

ନବରଙ୍ଗପୁର:(ରବି ନାରାୟଣ ମହାନ୍ତି)ନବରଙ୍ଗପୁର ସହର ସ୍ଥିତ ସ୍ଥାନୀୟ ତୃପ୍ତି ସମ୍ମିଳନୀ କକ୍ଷ ଠାରେ ଉତ୍କଳ ପରିଷଦ ତରଫରୁ ଅଣlନବେତମ ଉତ୍କଳ ଦିବସ ମହାସମାରୋହରେ ପାଳନ ହୋଇଯାଇଛି l ଉକ୍ତ କାର୍ଯ୍ୟକ୍ରମ ରେ ନବରଙ୍ଗପୁର ର ବିଶିଷ୍ଟ ସମାଜସେବୀ ଶ୍ରୀ ଜଗନ୍ନାଥ ମହାପାତ୍ର ମୂଖ୍ୟ ଅତିଥି ଭାବେ ଯୋଗଦେଇ ଥିବାବେଳେ ଜଗଦୀଶ ଚନ୍ଦ୍ର ତ୍ରିପାଠୀ ମୂଖ୍ୟ ବକ୍ତା, ଅନୁଷ୍ଠାନର ଉପଦେଷ୍ଟା ଶ୍ରୀ ଦେବେନ୍ଦ୍ର ପ୍ରଧାନ , ଉପସଭାପତି ଶ୍ରୀମତୀ ପ୍ରଭାସିନୀ ମହାନ୍ତି ସମ୍ମାନିତ ଅତିଥି ଙ୍କ ସହ ସାଧାରଣ ସଂପାଦକ ତପନ ବିଷୋୟୀ ସାଂଗଠନିକ ସମ୍ପlଦକ ଅଧ୍ୟାପକ ଅଖିଳ କୁମାର ଭଟ୍ଟ ପ୍ରମୁଖ ମଞ୍ଚାସିନ ଥିଲେ l ସର୍ବପ୍ରଥମେ ସାଙ୍ଗଠନିକ ସଂପାଦକ ଶ୍ରୀ ଭଟ୍ଟ ସ୍ଵାଗତ ଭାଷଣ ପ୍ରଦାନ କରି ଅତିଥି ମାନଙ୍କୁ ମଞ୍ଚକୁ ନିମନ୍ତ୍ରଣ କରିଥିବା ବେଳେ ଯୁଗ୍ମ ସଂପାଦକ ଗୋପାଳ ପାଣିଗ୍ରାହୀ ମଞ୍ଚ ପରିଚାଳନା କରିଥିଲେ l ଅନୁଷ୍ଠାନର ସଭାପତି ଶ୍ରୀ ବିଜୟ କୁମାର ଚୌଧୁରୀ କାର୍ଯ୍ୟକ୍ରମର ସଭାପତିତ୍ବ କରିଥିବା ବେଳେ ଅନୁଷ୍ଠାନର ଆଜୀବନ ସଭ୍ୟ ପୁର୍ଣ୍ଣ ଚନ୍ଦ୍ର ମହପାତ୍ର ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିଲେ l ଶେଷରେ ରବିକାନ୍ତ ରଘୁରାମ ଧନ୍ୟବାଦ ଅର୍ପଣ କରିଥିଲେ l ଅନୁଷ୍ଠାନର କର୍ମକର୍ତ୍ତାଙ୍କ ଦ୍ୱାରା ସହରରେ ଥିବା ମହାପୁରୁଷ ମାନଙ୍କ ପ୍ରତିମୂର୍ତ୍ତୀରେ ପୁଷ୍ପମାଲ୍ୟ ଅର୍ପଣ କରିବା ପରେ ପ୍ରଥମ ପର୍ଯ୍ୟାୟ କାର୍ଯ୍ୟକ୍ରମ ରେ ଉପସ୍ଥିତି ସଭ୍ୟ ସଭ୍ୟା ଙ୍କ ଦ୍ବାରା ସାମୁହିକ ବନ୍ଦେ ଉତ୍କଳଜନନୀ ଗାନ କରି କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା l ଉକ୍ତ କାର୍ଯ୍ୟକ୍ରମ ରେ ଉପସ୍ଥିତ ରହି ଅତିଥି ମାନେ ଅତୀତରେ ଯେଉଁ ମହାମନିଷୀ ମାନଙ୍କ ତ୍ୟାଗ ଓ ବଳିଦାନ ଫଳରେ ଏକ ସ୍ବତନ୍ତ୍ର ଉତ୍କଳ ପ୍ରଦେଶର ମାନ୍ୟତା ପାଇଥିଲା ଏବଂ ଆଗାମୀ ଦିନରେ ମଧ୍ୟ ଓଡ଼ିଶାକୁ ଏକ ଅଗ୍ରଣୀ ରାଜ୍ୟରେ ପରିଣତ କରିବା ପାଇଁ ଶପଥ ନେବା ପାଇଁ ପରାମର୍ଶ ଦେଇଥିଲେ l ଦ୍ଵିତୀୟ ପର୍ଯ୍ୟାୟ କାର୍ଯ୍ୟକ୍ରମ ରେ ଡଃ ସାଇ ରମେଶ ରାଓ ଙ୍କ ସଭାପତିତ୍ବରେ ଏବଂ ହୃଷୀକେଶ ଦାଶ, ନାଟ୍ୟକାର ଜଗନ୍ନାଥ ବେହେରା ଓ ଜlହ୍ନବି ପଣ୍ଡାଙ୍କ ବଳିଷ୍ଠ ସଂଯୋଜନାରେ ଏକ ସୁନ୍ଦର କବିତା ପାଠ କାର୍ଯକ୍ରମ ଆୟୋଜନ ହୋଇଥିଲା l ଉକ୍ତ କାର୍ଯକ୍ରମରେ ବହୁ ସାହିତ୍ୟିକ ଓଡ଼ିଶା ଦିବସ ସମ୍ପର୍କରେ ସ୍ୱରଚିତ କବିତା ଆବୃତ୍ତି କରି ଅତିଥି ମାନଙ୍କ ଦ୍ବାରା ଉପଢ଼ୌକନ ଓ ମାନପତ୍ର ଦ୍ବାରା ସମ୍ମାନୀତ ହୋଇଥିଲେ l ଉକ୍ତ କlର୍ଯ୍ୟକର୍ମରେ ଯୁଗ୍ମ ସଂପାଦକ ମନୋଜ ପଟ୍ଟନାୟକ, ଦାଶରଥି ପଟ୍ଟନାୟକ, ହୃଷିକେଶ ଦାଶ ,ବିଷ୍ଣୁପ୍ରିୟା କରସୁଧା ପଟ୍ଟନାୟକ ,ବାଙ୍କ ବିହାରୀ ବିଷୋୟୀ , ସୁବାଷ ପଣ୍ଡା ଶରତ ମହାପାତ୍ର,ନିଳାଦ୍ରୀ ହରିଜନ ,ସଞ୍ଜୀବ ତ୍ରିପାଠୀ ,ହରିହର ନାୟକ, ସୁବାସ ଚନ୍ଦ୍ର ବିଷୋୟୀ, ରଞ୍ଜିତ ତ୍ରୀପାଠୀ ,ସଞ୍ଜୀବ କୁମାରସିଂହ ,ବିମଳ ଲୋଚନ ମହାନ୍ତି , ମିତ୍ରଭାନୁ ସତନlମି, ରମେଶ ଟାକ୍ରୀ, ନବୀନ ଚନ୍ଦ୍ର ନାୟକ ପ୍ରମୁଖ ଓଡ଼ିଆ ପ୍ରେମୀ ଯୋଗଦେଇ କାର୍ଯକ୍ରମ କୁ ସlଫଲ୍ୟ ମଣ୍ଡିତ କରିଥଲେ l

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନ୍ୟୁଜ 

Related posts

ଓଷ୍ଟା ପକ୍ଷରୁ ୪୧ତମ ଶିଶୁ ମେଳା

masiha

ଲଗାଣ ବର୍ଷା ଯୋଗୁଁ କୋଇଡା ବିଦ୍ୟୁତ୍ କାର୍ଯ୍ୟାଳୟରେ ଆଣ୍ଠୁଏ ପାଣି

Sunil Chandra Nayak

ଔପଦା ଡିଗ୍ରୀ ମହାବିଦ୍ୟାଳୟର ସଂସ୍କୃତ ବିଭାଗର ବିଦାୟ କାଳୀନ ସମ୍ବଦ୍ଧନା ସଭା 

Leave a Comment

error: Content is protected !!