ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜାରିଙ୍ଗ ନବମ ଆଇ ଆର ବି ପରିସରରେ ୮୯ ତମ ପୋଲିସ୍ ପ୍ରତିଷ୍ଠା ଦିବସ ପାଳିତ 

ଜାରିଙ୍ଗ ନବମ ଆଇ ଆର ବି ପରିସରରେ ୮୯ ତମ ପୋଲିସ୍ ପ୍ରତିଷ୍ଠା ଦିବସ ପାଳିତ 

ଜୁନାଗଡ଼,୨/୪(ମ ନି ସ) ଜୁନାଗଡ଼ ନିକଟସ୍ଥ ଜାରିଙ୍ଗ ଠାରେ ନବମ ଆଇଆର୍ବି ପରିସର ମଧ୍ୟରେ ଓଡିଶା ପୋଲିସ ପ୍ରତିଷ୍ଠା ଦିବସ ପାଳିତ ହୋଇ ଯାଇଛି l ଏଥିରେ ମୁଖ୍ୟ ଅତିଥି ଭାବେ ନବମ ଭାରତୀୟ ସଂରକ୍ଷିତ ବାହିନୀ ର କମାଣ୍ଡାଣ୍ଟ ଶ୍ରୀ ଅକ୍ଷୟ କୁମାର ନାୟକ ଯୋଗଦେଇ ମିଳିତ ପେରେଡ୍ ର ଅଭିବାଦନ ଗ୍ରହଣ କରିଥିଲେ। ଆୟୋଜିତ ଭବ୍ୟ ପେରେଡ୍ ରେ ସସସ୍ତ୍ର ପୋଲିସ୍ ନିରୀକ୍ଷକ ହବେଲାଲ ମାଝୀ ପେରେଡ୍ କମାଣ୍ଡର ଏବଂ ସସସ୍ତ୍ର ପୋଲିସ୍ ନିରୀକ୍ଷକ ବିଜୟ ଓରାମ ସହକାରୀ ପେରେଡ୍ କମାଣ୍ଡର ଭାବେ ଦାୟିତ୍ଵ ତୁଲାଇଥିଲେ। ୨୦୨୩ ବର୍ଷ ରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ବାଟାଲିୟନ ର ସବ୍ ଇନ୍ସପେକ୍ଟର(ଆର୍ମଡ୍) ପର୍ଶୁରାମ ଦଲେଇ, ସହକାରୀ ଉପ ନିରୀକ୍ଷକ ଶୁଭେନ୍ଦୁ ପଟ୍ଟନାୟକ, ହାବିଲଦାର ମଣି କୁମାର ରାୟ ଏବଂ କନେଷ୍ଟବଳ ସନ୍ତୋଷ କୁମାର ପଣ୍ଡା ଙ୍କୁ ପୁରସ୍କୃତ କରାଯାଇଥିଲା। ଡେପୁଟି କମାଣ୍ଡାଣ୍ଟ ଶ୍ରୀ ସନ୍ତୋଷ କୁମାର ବିଶ୍ବାଳ କାର୍ଯ୍ୟ କ୍ରମ ପରିଚାଳନା କରିଥିଲାବେଳେ ପଦ୍ମ ଶ୍ରୀ ଶ୍ରୀ ପଟ୍ଟାୟତ୍ ସାହୁ ତଥା ବାଟାଲିୟନ ର ବରିଷ୍ଠ ଅଧିକାରୀ ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ମହେନ୍ଦ୍ର ଭୋଇ ଓ ଦୁର୍ଯୋଧନ ବେହେରା ଉପସ୍ଥିତ ଥିଲେ।

ଜୁନାଗଡ଼ ରୁ ନରେନ୍ଦ୍ର ଖୀତି ଙ୍କ ରିପୋର୍ଟ୍ 

Related posts

ପର୍ଲା ମଣ୍ଡିରେ ଧାନ ଉଠାଣ ମନ୍ଥର: ଖୋଲା ଆକାଶ ତଳେ ୧୮ ହଜାର କୁଇଣ୍ଟାଲ ଧାନ, ଗଜା ହେବା ଆଶଙ୍କା

Sunil Chandra Nayak

ଶ୍ରୀ ଜଗନ୍ନାଥ ସୌରଭ ସମ୍ଭାଇ ସତସଙ୍ଗ ଓ 1805 ରୁ 1887 ରଥଯାତ୍ରା ଉତ୍ସବ ର ଏଆଇ ଭିଡ଼ିଓ ଫିଲ୍ମ ଲୋକାର୍ପିତ 

ଗାଁ ରେ ୪ ଦିନ ବିଦ୍ୟୁତ ନ ଥିବାରୁ ବିଦ୍ୟୁତ ବିଭାଗର କର୍ମଚାରି ଙ୍କୁ ଅଟକ ରଖିଲେ ଗ୍ରାମବାସି

masiha

Leave a Comment

error: Content is protected !!