ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଥୁଆମୂଳ ରାମପୁର ଥାନାରେ ନୂତନ ଥାନା ଅଧିକାରୀଙ୍କ ଯୋଗଦାନ ଓ କାର୍ଯ୍ୟଭାର ଗ୍ରହଣ

ଥୁଆମୂଳ ରାମପୁର ଥାନାରେ ନୂତନ ଥାନା ଅଧିକାରୀଙ୍କ ଯୋଗଦାନ ଓ କାର୍ଯ୍ୟଭାର ଗ୍ରହଣ

ଥୁଆମୂଳ ରାମପୁର:୧୪/୦୮ – (ମନିସ):- କଳାହାଣ୍ଡି ଜିଲ୍ଲାର ଥୁଆମୂଳ ରାମପୁର ଥାନାରେ ନୂତନ ଥାନା ଭାରପ୍ରାପ୍ତ ଅଧିକାରୀ ଭାବେ ପ୍ରଶାନ୍ତ କୁମାର କୋଲ୍ଲାହୋରସ୍ ତା ୧୪/୦୮ /୨୦୨୬ ରିଖ ଶୁକ୍ରବାର ଦିନ ଦାୟିତ୍ୱ ଗ୍ରହଣ କରିଥିବା ଜଣାପଡିଛି। ଏହା ଥାନାରେ ପୂର୍ବତନ ଥାନା ଭାରପ୍ରାପ୍ତ ଅଧିକାରୀ କୈବଲ୍ୟ ସେଠ୍‌ଙ୍କର ନର୍ଲା ଥାନାକୁ ବର୍ତ୍ତମାନ ବଦଳି ହୋଇଥିବା ବେଳେ ଉକ୍ତ ଥାନାରେ ଶ୍ରୀ କୋଲ୍ଲାହୋରସ୍ ଥାନା ଦାୟିତ୍ୱ ଗ୍ରହଣ କରିଥିବା ଜଣାପଡିଛି।

ଏହାପୂର୍ବରୁ ଶ୍ରୀ କୋଲ୍ଲାହୋରସ୍ କଳାହାଣ୍ଡି ଜିଲ୍ଲାର ଆମପାଣି ଥାନାରେ ଥାନା ଭାପ୍ରାପ୍ତ ଅଧିକାରୀ ଭାବେ କାର୍ଯ୍ୟକରୁଥିଲେ। ଥୁଆମୂଳ ରାମପୁର ଭଳି ଦୁର୍ଗମ ତଥା ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଆଇନଶୃଙ୍ଖଳା ବ୍ୟବସ୍ଥାକୁ ସୁଦୃଢ଼ କରିବା ସହ ଲୋକଙ୍କ ସହ ପୋଲିସର ସୁସମ୍ପର୍କକୁ ଅଧିକ ମଜବୁତ କରି ଅଞ୍ଚଳର ଆଇନ ଶୃଙ୍ଖଳା ଓ ସୁରକ୍ଷା ଉପରେ ଅଧିକ ଧ୍ଯାନ ଦେଇ ସୁପରିଚାଳନା କରିବା ପାଇଁ ନୂତନ ଥାନା ଅଧିକାରୀଙ୍କ ପାଇଁ ଏକ ପ୍ରମୁଖ ଦାୟିତ୍ୱ ହେବ। ତେବେ ନୂତନ ଥାନା ଅଧିକାରୀଙ୍କ ଯୋଗଦାନରେ ଥୁଆମୂଳ ରାମପୁର ଅଞ୍ଚଳରେ ଆଇନଶୃଙ୍ଖଳା, ଅପରାଧ ନିୟନ୍ତ୍ରଣ ଏବଂ ଜନସାଧାରଣଙ୍କ ସୁରକ୍ଷା କ୍ଷେତ୍ରରେ ପୋଲିସ ବ୍ୟବସ୍ଥାରେ ଆହୁରି ସୁଦୃଢ଼ ହେବ ବୋଲି ସ୍ଥାନୀୟ ମହଲରେ ଆଶା ପୋଷଣ କରିଥିବା ଜଣାପଡିଛି।

ଥୁଆମୁଳ ରାମପୁର ବ୍ଳକରୁ ବଳଭଦ୍ର ବାଗଙ୍କ ରିପୋର୍ଟ

Related posts

ଭବାନୀପାଟଣା ଠାରେ ଦ୍ଵିତୀୟ ଦିଶା କମିଟି ବୈଠକ ଅନୁଷ୍ଠିତ

Sunil Chandra Nayak

ବୃନ୍ଦାବାହାଲ ଠାରେ ଉଦଘାଟନ ଉତ୍ସବ ଓ ସ୍ୱାଗତ ସମ୍ମିଳନୀ

Sunil Chandra Nayak

ଜିନ୍ଦଲ ସ୍କୁଲର ଛାତ୍ର ବିରାଟ ସିଂ ଇସ୍ରୋ YUVIKA ପାଇଁ ମନୋନୀତ

Sunil Chandra Nayak

Leave a Comment

error: Content is protected !!