ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଉରକେଲା ଆଇନ ମହାବିଦ୍ୟାଳୟରେ ଉତ୍କଳ ଦିବସ ପାଳନ 

ରାଉରକେଲା ଆଇନ ମହାବିଦ୍ୟାଳୟରେ ଉତ୍କଳ ଦିବସ ପାଳନ 

ରାଉରକେଲା: ରାଉରକେଲା ଆଇନ ମହାବିଦ୍ୟାଳୟରେ ଅଧ୍ୟକ୍ଷ ଡ ବିଭୁରଞ୍ଜନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ୮୯ତମ ଉତ୍କଳ ଦିବସ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଯୋଗ ଦେଇ ବରିଷ୍ଠ ଆଇନଜୀବୀ ଗିରିଶ ମହାପାତ୍ର ଓ ମୁଖ୍ୟବକ୍ତା ଭାବେ ରାଉରକେଲା ଓକିଲ ସଂଘର ଉପସଭାପତି ରାଜକିଶୋରେ ପ୍ରଧାନ ଯୋଗଦେଇ ଓଡିଆ ଭାଷା ସାହିତ୍ୟର ସୁରକ୍ଷା ପାଇଁ ସଂଗ୍ରାମ କରିଥିବା ମହମନୀଷୀ ମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ଆମ ଭାଷାର ସୁରକ୍ଷା ଓ ସ୍ଵାଭିମାନ ପାଇଁ କାର୍ଯ୍ୟ କରିବା ସକାଶେ ଆହ୍ବାନ ଦେଇଥିଲେ । ମୁଖ୍ୟ ଅତିଥି ଶ୍ରୀ ମହାପାତ୍ର ଓଡିଶା ପ୍ରଦେଶ ଗଠନର ଇତିହାସ , ଓଡ଼ିଶା ର ଐତିହ୍ୟ, ପରମ୍ପରା ଉପରେ ଏକ ବିସ୍ତୃତ ବକ୍ତବ୍ୟ ରଖିଥିଲେ । ପ୍ରାରମ୍ଭରେ ଅଧ୍ୟକ୍ଷ ଡ ପଟ୍ଟନାୟକ ସ୍ବାଗତ ଭାଷଣ ଓ ଉତ୍କଳ ଦିବସ ପାଳନ ର ଆବଶ୍ୟକତା ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀ ଯୋଗଦାନ କରିଥିଲେ । ଏହି ଅବସରରେ ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ବିଭିନ୍ନ ସାଂସ୍କୃତିକ କାର୍ଯକ୍ରମ କରାଯାଇଥିଲା । କାର୍ଯ୍ୟକ୍ରମକୁ ଛାତ୍ରୀ ସୁଶ୍ରୀ ପରିସ୍ମିତା ସେଠି ପରିଚାଳନା କରିଥିଲେ ଓ ରମା ଅଗ୍ରୱାଲ ଙ୍କ ଦ୍ଵାରା ଓଡିଶୀ ନୃତ୍ୟ “ତୁହିମା ଜନମ ଭୂମି” ପରିବେଷଣ କରଯାଇଥିଲା । ଯାହା ଅତୀବ ଚିତ୍ତାକର୍ଷକ ଥିଲା । ପରିଶେଷରେ ମହାବିଦ୍ୟାଳୟର ଛାତ୍ରୀ ଶର୍ମିଷ୍ଠା ମହାନ୍ତିଙ୍କ ଦ୍ଵାରା ଧନ୍ୟବାଦ ଅର୍ପଣ କରଯାଇଥିଲା ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଜର୍ଣ୍ଣାଲିଷ୍ଟସ୍ ଆସୋସିଏସନରେ ୭୭ତମ ସାଧାରଣତନ୍ତ୍ର ଦିବସ ମହାସମାରୋହରେ ପାଳିତ

Sunil Chandra Nayak

ସହକାରୀ ଶିକ୍ଷକ ସଂଘର ବନ୍ଧୁ ମିଳନ ଓ କାର୍ଯ୍ୟକର୍ତ୍ତା ଚୟନ

masiha

ନବରଙ୍ଗପୁର ବଣିକ ସଙ୍ଘ ନିର୍ବାଚନ: କାହ୍ନୁ ସଭାପତି

Sunil Chandra Nayak

Leave a Comment

error: Content is protected !!