ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ନିର୍ବାଚନ ଆଚରଣ ଵିଧି ଉଲଂଘନ ଅଭିଯୋଗ ବିଜେପି ପକ୍ଷରୁ ତହସିଲଦାରଙ୍କୁ ଦାବିପତ୍ର

ନିର୍ବାଚନ ଆଚରଣ ଵିଧି ଉଲଂଘନ ଅଭିଯୋଗ

ବିଜେପି ପକ୍ଷରୁ ତହସିଲଦାରଙ୍କୁ ଦାବିପତ୍ର

ବସ୍ତା 3/4 ବସ୍ତା ବି.ଜେ.ପି. ଯୁବ ମୋର୍ଚ୍ଚା ତରଫରୁ ଯୁବ ମୋର୍ଚ୍ଚା ସଭାପତି ଧୀରେନ କୁମାର ସେଠୀ ଙ୍କ ନେତୃତ୍ଵରେ ନିର୍ବାଚନ ଅଧିକାରୀ ଭାରତ ସରକାରଙ୍କୁ ସରକାରୀ ଦଳର ନିର୍ବାଚନ ଆଚରଣ ବିଧି ଉଲ୍ଲଙ୍ଘନ ବାବଦରେ ବସ୍ତା ତହସିଲଦାର ଙ୍କ ଜରିଆରେ ବୁଧବାର ଏକ ଦାବି ପତ୍ର ପ୍ରଦାନ କରାଯାଇଛି । ଦଳର ବରିଷ୍ଠ ନେତା ଶ୍ୟାମାପ୍ରସାଦ ବେହେରା , ଅଜୟ କୁମାର ସାହୁ , ସୂର୍ୟ ନାରାୟଣ ସାହୁ , ଦରଡା ମଣ୍ଡଳ ସଭାପତି ବସନ୍ତ ବାରିକ ତଥା ପ୍ରକାଶ କୁମାର କୁଣ୍ଡୁ , ରମେଶ ରାଉଳ , ନୀହାର ରଞ୍ଜନ ବେହେରା , ଅଜୟ ଜେନା , ଉତ୍ତମ ଜେନା , ଶରତ ବାରିକ , ଉମାକାନ୍ତ ବେଜ , ଅଭିରାମ ମଲ୍ଲିକ , ନିଧିଆ ମାରାଣ୍ଡି , ବିନୋଦ ବେହେରା , ରାଧାଶ୍ୟାମ ମୋହାପାତ୍ର , ସରୋଜ ଗିରି , ଦିଲ୍ଲୀପ ପଣ୍ଡା , ଜ୍ୟୋତିପଦ ଘୋଷ , ଦିନକୃଷ୍ଣ ବେହେରା , ହରିହର ପରିଡା ପ୍ରମୁଖ ଅନେକ କାର୍ଯ୍ୟକର୍ତ୍ତା ପ୍ରମୁଖ ଉପସ୍ଥିତି ରହି ତହସିଲଦାର ରାଧାରଞ୍ଜନ ଦାସଙ୍କ ସହ ଆଲୋଚନା କରିଥିଲେ l ଚଳିତ ସାଧାରଣ ନିର୍ବାଚନରେ ଓଡିଶା ସରକାରଙ୍କ ତରଫରୁ ନିର୍ବାଚନ କମିସନରଙ୍କ ଦ୍ଵାରା ସରକାରୀ କଳ ତରଫରୁ ନିର୍ଦ୍ଧାରିତ ଆଚରଣ ବିଧି ଉଲ୍ଲଂଘନ କରାଯାଉଅଛି ଯଥା ବସ୍ତା ବାଲିଆପାଳ ବ୍ଲକ ର ବିଭନ୍ନ ବସ ଷ୍ଟୋପ ରେ ଲାଗିଥିବା ସରକାରୀ ଫଳକରେ ଶଙ୍ଖ ଚିହ୍ନ କୁ ତୁରନ୍ତ ହଟାଯାଉ । ବିଭିନ୍ନ ପଞ୍ଚାୟତ ଓ ବ୍ଲକ ଦ୍ଵାରା ଲଗାଯାଇଥିବା “ଆମ ଓଡିଶା ନବୀନ ଓଡିଶା” ବିଜ୍ଞାପନ ରେ ଶଙ୍ଖ ଚିହ୍ନ ଙ୍କୁ ତୁରନ୍ତ ହଟାଯାଉ ।ରାସ୍ତା କଡରେ ସରକାରୀ ସ୍ଥାନରେ ଥିବା ଶଙ୍ଖ ଚିହ୍ନ ଓ ପ୍ରାର୍ଥୀଙ୍କର ବିଜ୍ଞାପନ କୁ ହଟାଯାଉ । ଲକ୍ଷ୍ମୀ ବସରୁ ଦଳୀୟ ଚିହ୍ନ ଶଙ୍ଖ ଚିହ୍ନ କୁ ହଟାଯାଉ । ଏହାର ତୁରନ୍ତ ସମାଧାନ ନହେଲେ ବିଜେପି ଯୁବମୋର୍ଚ୍ଚା ତରଫରୁ ବ୍ୟାପକ ଜନଆନ୍ଦୋଳନ କରାଯିବ ଏବଂ ଏଥିପାଇଁ ସରକାର ଦାୟୀ ରହିବେ ବୋଲି ଚେତାବନୀ ଦିଆଯାଇଅଛି।

ବସ୍ତା ରୁ ଜଗତ କୁମାର ଗିରି ଙ୍କ ରିପୋର୍ଟ୍ 

Related posts

ବିଜେଡି ପ୍ରାର୍ଥୀ ପୁଷ୍ପେନ୍ଦ୍ର ସିଂଦେଓ ଙ୍କ ଧର୍ମଗଡ ସହରାଞ୍ଚଳ ରେ ମାରାଥନ ନିର୍ବାଚନ ପ୍ରଚାର 

masiha

ଆମ୍ ଆଦମୀ ପାର୍ଟିର ସମୀକ୍ଷା ବୈଠକ

Sunil Chandra Nayak

ଜୁନାଗଡ଼ ନିର୍ବାଚନ ମଣ୍ଡଳୀ ନିର୍ବାଚନ ରଣନୀତିରେ ସର୍ବାଗ୍ରେ ବିଜେଡ଼ି 

masiha

Leave a Comment

error: Content is protected !!