ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ନବରଙ୍ଗପୁର ବିଧାନସଭା ମଣ୍ଡଳୀ କଂଗ୍ରେସ ପ୍ରାର୍ଥୀ ଙ୍କ ପ୍ରଚାର ଆରମ୍ଭ :ବିଜେଡି ର ଶତାଧିକ କର୍ମୀ କଂଗ୍ରେସ ରେ ଯୋଗ ଦେଲେ

ନବରଙ୍ଗପୁର ବିଧାନସଭା ମଣ୍ଡଳୀ କଂଗ୍ରେସ ପ୍ରାର୍ଥୀ ଙ୍କ ପ୍ରଚାର ଆରମ୍ଭ :ବିଜେଡି ର ଶତାଧିକ କର୍ମୀ କଂଗ୍ରେସ ରେ ଯୋଗ ଦେଲେ

ତେନ୍ତୁଳିଖୁଣ୍ଟି ୦୫/୦୪/୨୪ // ନବରଙ୍ଗପୁର ଜିଲ୍ଲା ର ନବରଙ୍ଗପୁର ବିଧାନସଭା ମଣ୍ଡଳୀ ପାଇଁ କଂଗ୍ରେସ ଦଳ ପାତ୍ର ପୁଟ ସମିତି ସଭ୍ୟ ତଥା ଅଂଚଳଗୁମ୍ମା ଲ୍ୟାମ୍ପ ସଭାପତି ଦିଲିପ ପ୍ରଧାନୀ ଙ୍କୁ ପ୍ରାର୍ଥୀ କରିଛି। ତେନ୍ତୁଳିଖୁଣ୍ଟି ବ୍ଲକ ର ଗଡ଼ପଦର ପୀଠ ରୁ ପୂଜାର୍ଚ୍ଚନା ପରେ କଂଗ୍ରେସ ଦଳର ବିଧାୟକ ପ୍ରାର୍ଥୀ ତାଙ୍କ ପ୍ରଚାର ର ଶୁଭାରମ୍ଭ କରିଛନ୍ତି। ଗଡ଼ପଦର ରୁ ଖର୍କିଗୁଡା ଗ୍ରାମଦେବୀ ମନ୍ଦିର ପର୍ଯ୍ୟନ୍ତ ଏକ ବିରାଟ ପଟୁଆର ରେ ଦିଲିପ ସମେତ ଶତାଧିକ ଦଳୀୟ ନେତା କର୍ମୀ ଯାଇ ସେଠାରେ ମଧ୍ୟ ପୁଜାଅର୍ଚ୍ଚନା କରିଥିଲେ। ଆଜି କୁକୁଡ଼ାବା ଇ, ଝରିଗୁମ୍ମା ,ତେନ୍ତୁଳିଖୁଣ୍ଟି ,କଣ୍ଟା ଗାଁ ପୂଜାରିଗୁଡା ,କଂ ଙ୍ଗ୍ରା ,ପାତ୍ର ପୁଟ ର ଶତାଧିକ ବିଜୁ ଜନତା ଦଳର କର୍ମୀ କଂଗ୍ରେସ ଦଳର ସଦସ୍ୟତା ଗ୍ରହଣ କରିଥିଲେ। କଣ୍ଠ ଯାନୀ, ସୁକାନ୍ତସୁନା ,ଉଲ ବାଗ, ସଦାନନ୍ଦ ନାୟକ ,ନନ୍ଦନ ନାୟକ ସମେତ ଶତାଧିକ କର୍ମୀ କଂଗ୍ରେସ ଦଳର 9 ଗ୍ୟାରେଣ୍ଟି ଓ ଜନ ହିତକାରୀ କାର୍ଯ୍ୟସୂଚୀ ଦ୍ୱାରା ପ୍ରଭାବିତ ହୋଇ ଦଳରେ ଯୋଗ ଦେଇଥିଲେ। ବ୍ଲକ କଂଗ୍ରେସ ସଭାପତି ପ୍ରହ୍ଲାଦ ହିଆଲ ,କିଶୋର ସିଂ ଭୀମସେନ ପାଣିଗ୍ରାହୀ ,ସୁନୀଲ ସିଂ ସମେତ କଂଗ୍ରେସ ଦଳର ନେତା ଓ କର୍ମୀ ଏହି କାର୍ଯ୍ୟକ୍ରମ ରେ ସାମିଲ ଥିଲେ। ଦଳର 9 ଗ୍ୟାରେଣ୍ଟି କୁ ନେଇ ଶିଳ୍ପାୟନ ,ଜିଲ୍ଲାଭିତ୍ତିକ ନିଯୁକ୍ତି , କୃଷି ଭିତ୍ତିକ ଶିଳ୍ପ ,ଜଳସେଚନ ସୁବିଧା ସହ ଜଳସେଚନ ପାଇଁ ଚାଷୀଙ୍କୁ ମାଗଣା ବିଜୁଳି ଆଦି ପ୍ରସଙ୍ଗ ନେଇ ଲୋକଙ୍କ ପାଖକୁ ଯିବ ବୋଲି ନେତା ଓ କର୍ମୀ ବିଜୟ ପାଇଁ ରାତି ଦିନ ଏକ କରିବେ ବୋଲି ଶପଥ ନେଇଥିଲେ।

ଗୋବର୍ଦ୍ଧନ ସାହୁ ,ତେନ୍ତୁଳିଖୁଣ୍ଟି

Related posts

ନବରଙ୍ଗପୁର ଜିଲା ଯୁବ କଂଗ୍ରେସ କାର୍ଯ୍ୟକାରିଣୀ ବୈଠକ ଓ ନବବର୍ଷ ବନ୍ଧୁ ମିଳନ

Sunil Chandra Nayak

ଘଣ୍ଟାପଡ଼ା ରେ ଫୁଲବାଣୀ ଲୋକସଭା ସାଂସଦ ଏବଂ ବିଧାୟକ ପ୍ରାର୍ଥୀ ପାଇଁ ଭୋଟ ପ୍ରଚାର କଲେ ରାଜ୍ୟସଭା ସାଂସଦ 

masiha

ଦୁର୍ନୀତି ଓ ଭ୍ରଷ୍ଟଚାର ବିରୋଧରେ ବିଜେପି ବୌଦ୍ଧ ଜିଲ୍ଲା ତରଫରୁ ପଞ୍ଚାୟତ ଘେରାଉ କାର୍ଯ୍ୟକ୍ରମ ପାଇଁ ସାମ୍ବାଦିକ ସମ୍ବିଳନୀ

masiha

Leave a Comment

error: Content is protected !!