ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପୁରାତନ ଛାତ୍ରଛାତ୍ରୀଙ୍କ ବନ୍ଧୁ ମିଳନ 

ପୁରାତନ ଛାତ୍ରଛାତ୍ରୀଙ୍କ ବନ୍ଧୁ ମିଳନ 

କଟକ : କଟକ ଜିଲ୍ଲା ଟାଙ୍ଗୀ – ଚୌଦ୍ବାର ଉପକଣ୍ଠ ଗାନ୍ଧୀ ଶିକ୍ଷାଶ୍ରମ ଚମ୍ପାପୁର ହାଇସ୍କୁଲର ୧୯୭୯ ମସିହା ମାଟ୍ରିକ ବ୍ୟାଚର ପୁରାତନ ଛାତ୍ରଛାତ୍ରୀ ମାନଙ୍କର ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଶ୍ରୀ ଶ୍ରୀ ଶନିଶ୍ଚର ମହାଗ୍ରହ ବିଜେସ୍ଥଳୀରେ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ଉକ୍ତ ବ୍ୟାଚର ୬ଜଣ ଦିବଂଗତ ଛାତ୍ରଙ୍କ ଉଦ୍ଦେଶ୍ୟରେ ନୀରବ ପ୍ରାର୍ଥନା କରାଯାଇଥିଲା । ପରେ ସମସ୍ତ ଛାତ୍ରଛାତ୍ରୀମାନେ ସେମାନଙ୍କ ସ୍କୁଲ ଜୀବନର ସ୍ମୃତି ଅନୁଭୂତି ପ୍ରଦାନ କରି ଏକ ଆନନ୍ଦମୟ ପରିବେଶ ସୃଷ୍ଠି ହେବା ସହିତ ସବୁ ସ୍ମୃତିକୁ ରୋମାନ୍ଥନ କରିଥିଲେ। ଏହି ଅବସରରେ ସହପାଠୀ ନିବାସ କାନୁନଗୋଙ୍କୁ ସେବା ନିବୃତ ଉପଲକ୍ଷେ ସହପାଠୀ ମାନେ ସମ୍ବର୍ଦ୍ଧିତ କରିଥିଲେ। ଏହି ବନ୍ଧୁ ମିଳନ କାର୍ଯ୍ୟକ୍ରମରେ କଟକ କଲେଜର ଅବସରପ୍ରାପ୍ତ ଅଧ୍ୟକ୍ଷ ଡ. କେଶବ ଚନ୍ଦ୍ର ସାହୁ,ଡ.ରବୀନ୍ଦ୍ର କୁମାର କର, ଡ.ପ୍ରସନ୍ନ ସ୍ୱାଇଁ, କୈଳାସ ରାଉତ,ରଞ୍ଜିତ ମହାନ୍ତି, ଅରବିନ୍ଦ ଆଚାର୍ଯ୍ୟ,ଗୋପୀନାଥ ସାହୁ, ସୁବାସ ଚନ୍ଦ୍ର ଗିରି,ଶରତ ଚନ୍ଦ୍ର ବେହେରା,ରଞ୍ଜନ କୁମାର ସାହୁ, ନିରଞ୍ଜନ ରାଉତ,ଅଭିମନ୍ୟୁ ଜେନା, ଅକ୍ଷୟ ବ୍ରହ୍ମା,ନଳିନୀ ପ୍ରଧାନ,ସ୍ୱର୍ଣ୍ଣ ମଞ୍ଜୁରୀ ମହାନ୍ତି,ସ୍ମିତାବାଳା ସିଂହ, ଅରୁନ୍ଧତୀ ସେନ, ଜ୍ୟୋତ୍ସ୍ନାମୟୀ କର ଓ ଅନ୍ନପୂର୍ଣ୍ଣା ସ୍ୱାଇଁ ପ୍ରମୁଖ ଯୋଗ ଦେଇ ଭବିଷ୍ୟତରେ ସ୍କୁଲର ଉନ୍ନତି ପାଇଁ ସବୁ ପ୍ରକାର ସହଯୋଗ କରିବା ପାଇଁ ନିଷ୍ପତି ଗ୍ରହଣ କରିଥିଲେ ।

କଟକ ସଦର ରୁ ଶ୍ରୀକାନ୍ତ ବେଉରା ଙ୍କ ରିପୋର୍ଟ୍ 

Related posts

ଶିଶୁ ଶ୍ରମିକ ନିରାକରଣ ସଚେତନତା ସଭା ଅନୁଷ୍ଠିତ

Sunil Chandra Nayak

ବିଭିନ୍ନ ଦାବି ନେଇ କଲା ବ୍ୟାଞ୍ଚ ପିନ୍ଧିଲେ ପିଇଓ ସଂଘ

Sunil Chandra Nayak

ହମିରପୁର ଉନ୍ନୟନ ପରିଷଦ ର ମହାବିଷୁବ ସଂକ୍ରାନ୍ତି ଓ ସମ୍ବର୍ଦ୍ଧନା ସଭା

masiha

Leave a Comment

error: Content is protected !!