ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଭବାନୀପାଟଣା ମୁଖ୍ୟ କାରାଗାରର ପାଚେରୀ ଡେଇଁ ଦୁଇ କଏଦୀ ଚମ୍ପଟ 

ଭବାନୀପାଟଣା ମୁଖ୍ୟ କାରାଗାରର ପାଚେରୀ ଡେଇଁ ଦୁଇ କଏଦୀ ଚମ୍ପଟ 

କଳାହାଣ୍ଡି ଜିଲ୍ଲାର ଭବାନୀପାଟଣା ମୁଖ୍ୟ କାରାଗାରରୁ ଦୁଇ କଏଦୀ ଚମ୍ପଟ ମାରିଛନ୍ତି । ପାଚେରୀ ଡେଇଁ ଚମ୍ପଟ ମାରିଥିବା ସୂଚନା ମିଳିଛି ।

ଖବର ଅନୁଯାୟୀ, ରବିବାର ସକାଳୁ ବଗିଚା କାମ କରୁଥିଲେ କଏଦୀ।ଏହି ସମୟରେ ସୁଯୋଗ ଦେଖ୍ ଦୁଇଜଣ କଏଦୀ ଜେଲ୍‌ର ପାଚେରୀ ଡେଇଁ ଚମ୍ପଟ ମାରିଛନ୍ତି । ଫେରାର ଦୁଇ ଜଣ କଏଦୀ ହେଉଛନ୍ତି ସିକନ୍ଦର ଜାଲ୍ ଏବଂ ନୀଳମଣି ବିଭାର ବୋଲି ଜଣାପଡିଛି। ଦୁଇ ଜଣ କଏଦୀ ପୋକ୍ସ କେସ୍‌ରେ ଗିରଫ ଜେଲରେ ଥିଲେ । ଜଣେ ଫେବୃଆରୀରେ ଆସିଥିବା ବେଳେ ଆଉ ଜଣେ ମାର୍ଚ୍ଚରେ ଜେଲ୍‌କୁ ଆସିଥିଲେ।ତେବେ କଏଦୀ ଫେରାର ହେବା ପରେ ବିଭିନ୍ନ ସ୍ଥାନରେ ପୋଲିସ ପକ୍ଷରୁ ଚଢାଉ ଚାଲିଛି । କଏଦୀଙ୍କୁ ଧରିବା ପାଇଁ ପୋଲିସ ପକ୍ଷରୁ ଉଦ୍ୟମ ଜାରି ରହିଛି।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…..

Related posts

ଗୋ ଚାଲାଣ ସନ୍ଦେହରେ କଙ୍ଗାରୁ କୋର୍ଟ ମାମଲାରେ ନଅ ଅଟକ,ତଦନ୍ତ ଜାରି 

masiha

କଳାହାଣ୍ଡିରେ ପୁଣି ଲାଗିଲା ମାଓବାଦୀଙ୍କ ପୋଷ୍ଟର , ଜୁଲାଇ ୨୮ ରୁ ଅଗଷ୍ଟ ୩ ଯାଏଁ ଶହୀଦ ସପ୍ତାହ ପାଳନ ପାଇଁ ଆହ୍ଵାନ

Sunil Chandra Nayak

ଗଛରୁ ଯୁବକଙ୍କ ଝୁଲନ୍ତା ଶବ ଉଦ୍ଧାର,ଆତ୍ମହତ୍ୟା ଅଭିଯୋଗ କାରଣ ଅସ୍ପଷ୍ଟ, ପୋଲିସର ତଦନ୍ତ ଜାରି

Sunil Chandra Nayak

Leave a Comment

error: Content is protected !!